Videos
|
International

Let Terrorists Targeted Killing / ଭୟରେ କମ୍ପୁଛି ପାକିସ୍ତାନ! ଅଜ୍ଞାତ ଆକ୍ରମଣକାରୀଙ୍କ ଆକ୍ରମଣରେ ଚଳି ପଡ଼ିଲେ ୩୦ LeT ଆତଙ୍କୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଭୟରେ କମ୍ପୁଛି ପାକିସ୍ତାନ! ଅଜ୍ଞାତ ଆକ୍ରମଣକାରୀଙ୍କ ଆକ୍ରମଣରେ ଚଳି ପଡ଼ିଲେ ୩୦ LeT ଆତଙ୍କୀ
Let Terrorists Targeted Killing

Key Points

ଏହା ପ୍ରଥମ ଥର ହୋଇଛି ଯେତେବେଳେ ଲସ୍କର-ଏ-ତୋଏବା ସହ ଜଡ଼ିତ ଜଣେ ଆତଙ୍କବାଦୀ, ନିଜ ସଙ୍ଗଠନରେ ହୋଇଥିବା ଏତେ ବଡ଼ କ୍ଷତିକୁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି।
LeT operative Rizwan Hanif Viral Video: ପାକିସ୍ତାନ ପାଇଁ ଏବେ ଭସ୍ମାସ୍ମୁର ପାଲଟିଛି ପ୍ରାୟୋଜିତ ଆତଙ୍କବାଦୀ। ପ୍ରଥମ ଥର ପାଇଁ, ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ଏକ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା (Let) ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ଏହି ସଙ୍ଗଠନ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଆକ୍ରମଣରେ ପ୍ରାୟ ୩୦ ଜଣ Let ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଲସ୍କର-ଏ-ତୈବା ସହିତ ଜଡିତ ଆତଙ୍କବାଦୀ ରିଜୱାନ ହନିଫଙ୍କ ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡି଼ଓରେ ଆତଙ୍କୀ ହନିଫ ଦାବି କରିଛି ଯେ ବିଗତ ୩-୪ ବର୍ଷ ମଧ୍ୟରେ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ତାଙ୍କ ସଙ୍ଗଠନର ଅନେକ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ପେଶାୱର, କରାଚୀ, ରାୱଲପିଣ୍ଡି, ରାୱାଲକୋଟ ଏବଂ ମୁଜାଫରାବାଦ ଠାରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ୩୦ ଜଣରୁ ଅଧିକ ଲସ୍କର-ଏ-ତୋଏବା ସଦସ୍ୟଙ୍କୁ ହତ୍ୟା କରାଯାଇଛି।

ଏହା ସହ ପଢନ୍ତୁ:  ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ସ୍ୱାତ; ୭ ମୃତ, ୧୮ ଆହତ

ପ୍ରଥମ ଥର ପାଇଁ ଘଟିଛି ଏଭଳି ଘଟଣା?
ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଲସ୍କର-ଏ-ତୋଏବା ସହିତ ଜଡି଼ତ ଜଣେ ଆତଙ୍କବାଦୀ, ନିଜ ସଙ୍ଗଠନରେ ହୋଇଥିବା ଏତେ ବଡ଼ କ୍ଷତିକୁ ସାର୍ବଜନୀନ ଭାବରେ ସ୍ୱୀକାର କରିଛନ୍ତି। ଭାରତୀୟ ସୁରକ୍ଷା ଏଜେନ୍ସି ଏହି ଭାଇରାଲ ଭିଡ଼ିଓକୁ ନିଶ୍ଚିତ କରିଛନ୍ତି। ଏହା ଏକ ବାସ୍ତବ ଭିଡ଼ିଓ ଏବଂ ଏଥିରେ ନଜର ଆସୁଥିବା ବ୍ୟକ୍ତି ଜଣେ ପ୍ରମୁଖ ଲସ୍କର ଆତଙ୍କବାଦୀ। ଯିଏ ଭାରତ ସରକାରଙ୍କ ଦ୍ୱାରା ପଳାତକ ଆତଙ୍କବାଦୀ ତାଲିକାରେ (Wanted Terrorists of India) ସାମିଲ ରହିଛି।

ଧାର୍ମିକ ଆଧାରରେ ଘୃଣା ପ୍ରସାର କରିବାର ଷଡ଼ଯନ୍ତ୍ର
ଭାଇରାଲ୍ ଭିଡିଓରେ, Let ଆତଙ୍କୀ ହନିଫ୍ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଏଜେନ୍ସି ଏହି ଟାର୍ଗେଟେଡ୍ କିଲିଂ (Targeted Killing of Let Terrorists) କରିଛି। ହେଲେ ଭାରତ ଏପରି ଅଭିଯୋଗକୁ ନିରନ୍ତର ଭାବରେ ପ୍ରତ୍ୟାଖ୍ୟାନ କରିଆସୁଛି। ଭାଇରାଲ୍ ଭିଡିଓରେ, ରିଜୱାନ୍ ହନିଫ୍ ହିନ୍ଦୁ ଧର୍ମ ବିରୋଧରେ ଆପତ୍ତିଜନକ ଏବଂ ଘୃଣ୍ୟ ଭାଷଣ ଦେଉଥିବାର ଶୁଣାଯାଉଛି। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଆତଙ୍କବାଦୀ ସଙ୍ଗଠନ କିପରି ଘୃଣା ପ୍ରସାର କରିବା ଏବଂ ଲୋକଙ୍କୁ ଉଗ୍ରବାଦ ଆଡ଼କୁ ଠେଲିବା ପାଇଁ ଧାର୍ମିକ ଭାବନାକୁ ବ୍ୟବହାର କରୁଛନ୍ତି।

ଏହା ସହ ପଢନ୍ତୁ: ପାକିସ୍ତାନରେ ତାଣ୍ଡବ; ସିକ୍ୟୁରିଟି ପୋଷ୍ଟ ଆକ୍ରମଣରେ ୭ ପୋଲିସ ମୃତ

କିପରି ରହିଛି ପିଓକେ ସ୍ଥିତି?
ବର୍ତ୍ତମାନ ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଠାରେ ପରିସ୍ଥିତି ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି। ପ୍ରତିବାଦ ଯୋଗୁଁ ସେଠାକାର ଶାହବାଜ ସରିଫ୍ ସରକାର ଚାପରେ ଅଛନ୍ତି। ମୁଜାଫରାବାଦ, ମିରପୁର ସମେତ ଅନ୍ୟାନ୍ୟ ପିଓକେ (POK) ଅଞ୍ଚଳରେ ଲୋକେ ଦରଦାମ ବୃଦ୍ଧି, ବିଦ୍ୟୁତ୍ କାଟ୍ ଏବଂ ସରକାରୀ ଦମନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାକିସ୍ତାନ କବଳରୁ ମୁକ୍ତ ହେବା ପିଓକେ ବାସିନ୍ଦା ସେମାନଙ୍କ ସ୍ୱରକୁ ଶାଣିତ କରିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: