Middle East War / ଇରାନକୁ ପୁଣି ଧମକ ଦେଲେ ଟ୍ରମ୍ପ, ହର୍ମୁଜ ପ୍ରଣାଳୀ ନ ଖୋଲିଲେ ଖାର୍ଗ ଦ୍ବୀପକୁ ଧ୍ବଂସ କରିଦେବି
·5 months ago·2 min read

Key Points
ଇରାନକୁ ପୁଣି ଧମକ ଦେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଶାନ୍ତି ଚୁକ୍ତି ନ ହେଲେ ବିଦ୍ୟୁତ୍ କେନ୍ଦ୍ର, ତୈଳ କୂପ ଓ ଖାର୍ଗ ଦ୍ବୀପ ଧ୍ୱଂସ ହେବ
ହର୍ମୁଜ ପ୍ରଣାଳୀକୁ ନ ଖୋଲିଲେ ପରିସ୍ଥିତି ଭୟଙ୍କର ହେବ

ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି । ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ ପରିସ୍ଥିତି । ଏହି ସମୟରେ ଯୁଦ୍ଧବିରତିର ଅନେକ ରିପୋର୍ଟ ସାମ୍ନାକୁ ଆସିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ଆଲୋଚନା ହୋଇନାହିଁ । ଆଉ ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଯୁଦ୍ଧବିରତି ସମ୍ପର୍କରେ ଇରାନ ସହିତ ଆଲୋଚନା ଚାଲିଛି ଏବଂ ଏହା ମଧ୍ୟ କହିଛନ୍ତି ଯେ ପାଞ୍ଚ ଦିନ ପାଇଁ ଇରାନର ଶକ୍ତି ଭିତ୍ତିଭୂମି ଉପରେ କୌଣସି ଆକ୍ରମଣ ହେବ ନାହିଁ । ତଥାପି ଇରାନ ଏପରି କୌଣସି ଆଲୋଚନାକୁ ଅସ୍ୱୀକାର କରିଛି ।
ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଚେତାବନୀ ଦେଇଛନ୍ତି । ଯଦି ହର୍ମୁଜ ପ୍ରଣାଳୀ ନ ଖୋଲାଯାଏ ତେବେ ସେ ଇରାନ୍ ତୈଳ କୂଅ ଏବଂ ଖାର୍ଗ ଦ୍ୱୀପକୁ ଉଡ଼ାଇ ଦେବେ ବୋଲି ଧମକ ଦେଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଯୁଦ୍ଧବିରତି ସମ୍ପର୍କରେ ଇରାନ ସହିତ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ଟ୍ରମ୍ପ କହିଥିଲେ ଯେ ଯଦି ଶାନ୍ତି ଚୁକ୍ତି ହୁଏ ନାହିଁ କିମ୍ବା ହର୍ମୁଜ୍ ପ୍ରଣାଳୀ ଖୋଲା ଯାଏ ନାହିଁ, ତେବେ ପରିସ୍ଥିତି ଭୟଙ୍କର ହେବ ।
ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, "ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ରୋକିବା ପାଇଁ ଆମେରିକା ଇରାନର ନୂତନ ଶାସକ ସହିତ ଆଲୋଚନା କରୁଛି । ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି।" କିନ୍ତୁ ଯଦି କୌଣସି କାରଣରୁ ଶାନ୍ତି ଚୁକ୍ତି ଶୀଘ୍ର ନହୁଏ ଏବଂ ଯଦି ହର୍ମୁଜ୍ ପ୍ରଣାଳୀ ତୁରନ୍ତ ବ୍ୟବସାୟ ପାଇଁ ଖୋଲା ନଯାଏ, ତେବେ ଆମେ ଇରାନର ସମସ୍ତ ଶକ୍ତି କେନ୍ଦ୍ର, ତୈଳ କୂପ ଏବଂ ଖାର୍ଗ ଦ୍ୱୀପକୁ ବିସ୍ଫୋରଣ କରି ସମ୍ପୂର୍ଣ୍ଣ ଧ୍ୱଂସ କରିଦେବୁ । ଏହା ଆମର ପ୍ରତିଶୋଧ ହେବ ।
ଏହି ସମୟରେ ରିପୋର୍ଟ ପ୍ରକାଶ ପାଉଛି ଯେ ଆମେରିକା ମଧ୍ୟପ୍ରାଚ୍ୟକୁ ୧୦,୦୦୦ ସୈନ୍ୟ ପଠାଇବା ବିଷୟରେ ବିଚାର କରୁଛି । ଏଥିରେ ପ୍ରାୟ ୫,୦୦୦ ଆମେରିକୀୟ ମାରିନ୍ ଏବଂ ୮୨ତମ ଏୟାରବର୍ନ ଡିଭିଜନର ହଜାର ହଜାର ପାରାଟ୍ରୁପର୍ ରହିଛନ୍ତି । ରବିବାର ଏକ ରିପୋର୍ଟରେ କୁହାଯାଇଛି ଯେ ୩,୫୦୦ ଆମେରିକୀୟ ମାରିନ୍ ଏବଂ ସୈନିକଙ୍କ ଏକ ଦଳ USS ତ୍ରିପୋଲିରେ ମଧ୍ୟପ୍ରାଚ୍ୟରେ ପହଞ୍ଚିଛି । ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଆମେରିକା ଏବେ ଇରାନରେ ଏକ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ ଆରମ୍ଭ କରିଥିଲେ, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ଇରାନ ଉପରେ ଆକ୍ରମଣ ଜାରି ରହିଛି । ଏହି ଆକ୍ରମଣରେ ଅନେକ ଇରାନୀ ନେତା ଏବଂ ଅଧିକାରୀ ନିହତ ହୋଇଛନ୍ତି । ଇରାନ ଇସ୍ରାଏଲ ଉପରେ ବାରମ୍ବାର କ୍ଷେପଣାସ୍ତ୍ର ମାଡ଼ କରି ଏବଂ ଅନ୍ୟାନ୍ୟ ମଧ୍ୟପ୍ରାଚ୍ୟ ଦେଶରେ ଥିବା ଆମେରିକୀୟ ସାମରିକ ଘାଟିକୁ ଧ୍ୱଂସ କରି ପ୍ରତିଶୋଧ ନେଇଛି ।
ଏଥିସହ ପଢ଼ନ୍ତୁ: ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ; 'ଚୁକ୍ତି ନ କଲେ ଖାର୍ଗର ତେଲ କୂଅରେ ପକାଇବୁ ବୋମା'

Related Topics
Explore more stories