Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran Rejects Peace Talk / ଶାନ୍ତି ବୈଠକକୁ ଯିବନାହିଁ ଇରାନ; ପାକିସ୍ତାନକୁ ସିଧା ସିଧା କଲା ନା..

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଶାନ୍ତି ବୈଠକକୁ ଯିବନାହିଁ ଇରାନ; ପାକିସ୍ତାନକୁ ସିଧା ସିଧା କଲା ନା..
Iran Rejects Peace Talk

Key Points

ଆମେରିକା ଓ ଇରାନ ମଧ୍ୟରେ ଦ୍ଵିତୀୟ ଶାନ୍ତି ବୈଠକ
ବୈଠକରେ ଯୋଗଦେବାକୁ ସିଧା ମନା କଲା ଇରାନ
ଶାନ୍ତି ବୈଠକ ପାଇଁ କଲ୍ କରିଥିଲା ପାକିସ୍ତାନ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି କିଛି ମାତ୍ରାରେ ଶାନ୍ତ ପଡ଼ିଥିବାବେଳେ ଯୁଦ୍ଧକୁ ବନ୍ଦ କରିବା ଲାଗି ଇସଲାମାବାଦରେ କୂଟନୈତିକ ସ୍ତରରେ ଉଦ୍ୟମ କରୁଛି । କିନ୍ତୁ ପାକିସ୍ତାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା । ଏବେ ପାକିସ୍ତାନ ଦ୍ଵିତୀୟ ଥର ପାଇଁ ପୁଣି ଥରେ ଶାନ୍ତି ବୈଠକ ଡାକିଛି । ଏକ ଆମେରିକୀୟ ପ୍ରତିନିଧି ଦଳ ସୋମବାର ପାକିସ୍ତାନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି ଯେ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ଏହି ଗସ୍ତରେ ଯିବେ । କିନ୍ତୁ ସେପଟେ ଇରାନ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛି ।

  • ଇରାନ ସହ ଫୋନର କଥା ହେଲା ପାକିସ୍ତାନ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ଏପରିକି ଶେହବାଜ ସରିଫ ସାଉଦି ଆରବ, କତାର ଏବଂ ତୁର୍କୀର ନେତାମାନଙ୍କ ସହ ତାଙ୍କର ସାମ୍ପ୍ରତିକ ଆଲୋଚନା ବିଷୟରେ ମଧ୍ୟ ଇରାନ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ଏହି ଆଲୋଚନାର ଲକ୍ଷ୍ୟ ଥିଲା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଏକ ପଥ ଖୋଜିବା । କିନ୍ତୁ ଇରାନ ଦ୍ଵିତୀୟ ଶାନ୍ତି ବୈଠକରେ ଯୋଗଦେବ ନାହିଁ ବୋଲି ସିଧା ସିଧା ମନା କରିଦେଇଥିବାବେଳେ ବୈଠକରେ ସାମିଲ ହେବା ଲାଗି ଏକ ସର୍ତ୍ତ ରଖିଛି । ଇରାନ କହିଛି ଯେ ଯଦି ଆମେରିକା ଏହାର ବନ୍ଦରଗୁଡ଼ିକ ଉପରେ ବର୍ତ୍ତମାନ ଲାଗୁ ହୋଇଥିବା ନୌସେନା ଅବରୋଧକୁ ହଟାଇ ଦିଆଯାଏ, ତେବେ ହିଁ ସେ ଆଲୋଚନାରେ ଅଂଶଗ୍ରହଣ କରିବ ।

ପଢନ୍ତୁ ଏହି ଖବର: ପ୍ରଥମ ଥର ପାକିସ୍ତାନ ଫେଲ୍; ପୁଣି ଇରାନ ଆମେରିକା ମଧ୍ୟରେ ଶାନ୍ତି ବୈଠକ

  • ପ୍ରଥମ ବୈଠକ ଫେଲ୍ ମାରିଥିଲା
ଏହା ପୂର୍ବରୁ ଆମେରିକା ଏବଂ ଇରାନ ମଧ୍ୟରେ ଗତ ଏପ୍ରିଲ ୧୧ ଏବଂ ୧୨ ତାରିଖରେ ପ୍ରଥମ ଶାନ୍ତି ବୈଠକ ଇସଲାମାବାଦରେ ଅନୁଷ୍ଠିତ ହୋଇଥିଲା । ଏହି ଶାନ୍ତି ବୈଠକରେ ପାକିସ୍ତାନ ମଧ୍ୟସ୍ଥତା କରିଥିବାବେଳେ ବୈଠକ ସମ୍ପୂର୍ଣ୍ମ ଫେଲ୍ ମାରିଥିଲା । ଏଣୁ ପାକିସ୍ତାନ ଦ୍ଵିତୀୟ ଥର ଲାଗି ଉଭୟ ରାଷ୍ଟ୍ର ମଧ୍ୟରେ ସ୍ଥାୟୀ ସମାଧାନ କରିବାକୁ ଅଣ୍ଟା ଭିଡ଼ିଛି । ଅନ୍ୟପଟେ ଏପ୍ରିଲ ୨୨ ତାରିଖରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ସମୟ ସୀମା ଶେଷ ହେବାକୁ ଯାଉଛି ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Iran Rejects Second Round of Talks with US in Pakistan Amid Rising Tensions | Argus News