Hormuz Close Again / ଲେବାନନ ଆକ୍ରମଣରେ ଚିହିଁକି ଉଠିଲା ଇରାନ; ବନ୍ଦ କରିଦେଲା ହର୍ମୁଜ୍
·5 months ago·2 min read

Key Points
ପୁଣି ବିଶ୍ଵ ତୈଳ ବଜାରରେ ସୃଷ୍ଟି ହେଲା ସଙ୍କଟ
ହର୍ମୁଜ ପ୍ରଣାଳୀକୁ ପୁଣି ବନ୍ଦ କଲା ଇରାନ
ହର୍ମୁଜ ପ୍ରଣାଳୀକୁ ପୁଣି ବନ୍ଦ କଲା ଇରାନ
ପଶ୍ଚିମ ଏସୀୟ ଦେଶ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଚିହିଁକି ଉଠିଲା ଇରାନ । ପୁଣି ବନ୍ଦ କରିଦେଲା ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ୍ । ଏ ସମ୍ପର୍କରେ ଇରାନର ଅର୍ଦ୍ଧ-ସରକାରୀ ସମାଚାର ଏଜେନ୍ସି ଫାର୍ସ ନ୍ୟୁଜ୍ ଦ୍ଵାରା କୁହାଯାଇଛି । ଯୁଦ୍ଧବିରତି ଦୁଇ ସପ୍ତାହ ପାଇଁ ଲାଗୁ ହେବା ସତ୍ତ୍ଵେ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରିଛି । ହର୍ମୁଜ୍ ପ୍ରଣାଳୀ ପୁଣି ବନ୍ଦ ହେବା ପରେ ବିଶ୍ଵ ତୈଳ ଯୋଗାଣ ପାଇଁ ଏକ ବିପଦ ସୃଷ୍ଟି ହୋଇଛି । ଇରାନ ଏହା ମଧ୍ୟ ଚେତାବନୀ ଦେଇଛି ଯେ ଯଦି ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ ଜାରି ରଖେ, ତେବେ ଦେଶ ଯୁଦ୍ଧବିରତିରୁ ବାହାରିବ ।
ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା ହେବା ପରେ ପୁରା ବିଶ୍ଵକୁ ଆଶ୍ଵସ୍ତି ମିଳିଥିଲା । ତେବେ ବୁଧବାର ରାତିରେ ଇସ୍ରାଏଲ ଲେବାନନ୍ ସଶସ୍ତ୍ର ଗୋଷ୍ଠୀ ହିଜବୋଲାକୁ ଟାର୍ଗେଟ୍ କରି ୧୦୦ରୁ ଅଧିକ ମିସାଇଲ ମାଡ଼ କରିବା ପରେ ପୁଣି ଯୁଦ୍ଧ ସ୍ଥିତି ଘନେଇଛି । ଏବେ ଏହି ନୂଆ ଘଟଣାକ୍ରମ ସାରା ବିଶ୍ଵରେ ବଜାର, ବିଶେଷ କରି ଅଶୋଧିତ ତୈଳ ବଜାର ଓ ସେୟାର ବଜାର ଉପରେ ବଡ଼ ପ୍ରଭାବ ପକାଇବାକୁ ଯାଉଛି । ଏଠାରେ କହିରଖୁଛୁ କି, ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ ମଧ୍ୟରୁ ଗୋଟିଏ, ଯାହା ବିଶ୍ୱ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପରିବହନ କରେ । ତେଣୁ, ଏହାର ବନ୍ଦ ହେବା ସିଧାସଳଖ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରେ ।
ପଢନ୍ତୁ ଏହି ଖବର: ଯୁଦ୍ଧବିରତି ସତ୍ତ୍ଵେ ଲେବାନନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ; ଛାରଖାର ଦେଶ

- ହଠାତ୍ ହର୍ମୁଜ୍ ବନ୍ଦ କରିଦେଲା ଇରାନ
ପଢନ୍ତୁ ଏହି ଖବର: ଯୁଦ୍ଧବିରତି ସତ୍ତ୍ଵେ ଲେବାନନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ; ଛାରଖାର ଦେଶ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଲେବାନନ ଉପରେ ଇସ୍ରାଏଲର ଭୀଷଣ ଆକ୍ରମଣ
- ଟ୍ରମ୍ପଙ୍କ ନୂଆ ଧମକ
ଅଧିକ ଖବର ପଢନ୍ତୁ...
Related Topics
Explore more stories