Energy War Plan / ଆମେରିକା-ଇସ୍ରାଏଲ୍କୁ ପାନେ ଦେବାକୁ ଇରାନର ନୂଆ ରଣନୀତି; ସୃଷ୍ଟି ହେବ ତୈଳ, ବିଦ୍ୟୁତ୍ ଓ ପାଣି ସଂକଟ
·4 days ago·3 min read

Key Points
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଇରାନ "ଏନର୍ଜି ୱାର"ରେ ପରିଣତ କରିବାକୁ ପ୍ରୟାସ କରୁଛି । ଏଥିପାଇଁ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସ୍ ୪ଟି ବଡ଼ ଟାର୍ଗେଟ୍ ସ୍ଥିର କରିଛି ।
ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଜାରି ଯୁଦ୍ଧ ବିପଜ୍ଜନକ ସ୍ତରରେ ପହଞ୍ଚିଥିବା ନଜର ଆସୁଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଇରାନ "ଏନର୍ଜି ୱାର"ରେ ପରିଣତ କରିବାକୁ ପ୍ରୟାସ କରୁଛି । ଏଥିପାଇଁ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସ୍ ୪ଟି ବଡ଼ ଟାର୍ଗେଟ୍ ସ୍ଥିର କରିଛି । ଯାହାଦ୍ଵାରା ଆମେରିକା ଓ ଇସ୍ରାଏଲ୍ ରଣନୈତିକ ଭାବେ କ୍ଷତିଗ୍ରସ୍ତ ହୋଇପାରିବ ସେନେଇ ଯୋଜନା କରାଯାଉଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାନ ଏବେ ସ୍ପଷ୍ଟ ଭାବେ ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ ପାଇଁ ନୀତି ଆପଣାଉଛି । ଏହାର ଅର୍ଥ ଇରାନ ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ କଲେ ତାର ପ୍ରଭାବ ସମଗ୍ର ଅଞ୍ଚଳର ଶକ୍ତି ବ୍ୟବସ୍ଥାକୁ ପ୍ରଭାବିତ କରିପାରେ ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର
ଇରାନର ୪ ଟାର୍ଗେଟ୍ କ'ଣ ?
ଯଦି ଇରାନ ଏହି ରଣନୀତିକୁ ଆପଣାଏ ତାହେଲେ ଏହାର ପ୍ରଭାବ ବେଶ ବ୍ୟାପକ ହେବ । ହର୍ମୁଜ ପ୍ରଣାଳୀ ବନ୍ଦ ହେବା ବୈଶ୍ଵିକ ସ୍ତରରେ ତୈଳଦରକୁ ବଢ଼ାଇ ଦେବ । ଉପସଗାରୀୟ ଦେଶରେ ଥିବା ପ୍ଲାଣ୍ଟ ଯାହା ସମୁଦ୍ର ପାଣିକୁ ପାନୀୟ ଯୋଗ୍ୟ କରୁଛି, ବିଦ୍ୟୁତ୍ ବ୍ୟବସ୍ଥା ଆଦି ପ୍ରଭାବିତ ହେବ ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ବେଳେ ଚର୍ଚ୍ଚାରେ ପେଣ୍ଟାଗନ ପିଜା ରିପୋର୍ଟ; କ'ଣ ରହିଛି ଏହାର ଇତିହାସ?
ବର୍ତ୍ତମାନ ଇରାନ ବ୍ୟାପକ ଭାବେ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରି ନାହିଁ । କୂଟନୈତିକ ଆଲୋଚନା ଚାଲିଛି । କିନ୍ତୁ ଉଭୟ ପକ୍ଷ ଯେଭଳି ଖୋଲାଖୋଲି ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍ କରିବାର ଧମକ ଦେଉଛନ୍ତି, ତାହା ଦର୍ଶାଉଛି ସ୍ଥିତି ବିଗିଡ଼ିପାରେ ।
ଇରାନର ଏହି ୪ ସୂତ୍ରୀ ରଣନୀତି ଏହାର ସଂକେତ ଯେ ଯୁଦ୍ଧ ଏବେ ସୈନ୍ୟ ଠିକଣାରେ ସୀମିତ ନୁହେଁ । ଏହା ଶକ୍ତି, ବାଣିଜ୍ୟ ଓ ଲୋକଙ୍କ ଜୀବନକୁ ପ୍ରଭାବିତ କରିବାର ପ୍ରଥମ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଯଦି ଇରାନ ଏହାକୁ ବ୍ୟାପକ କରେ ତାହେଲେ ଏହାର ପ୍ରଭାବ ମଧ୍ୟପ୍ରାଚ୍ଯ ଡେଇଁ ସାରା ଦୁନିଆକୁ ପ୍ରଭାବିତ କରିବ ।

- ଇରାନର ପ୍ରଥମ ପଦକ୍ଷେପ ହେଉଛି ହର୍ମୁଜ ପ୍ରଣାଳୀକୁ 'ଶତ୍ରୁ' ପକ୍ଷ ଲାଗି ବନ୍ଦ ରଖିବା । ଏହି ସାମୁଦ୍ରିକ ପଥ ଦେଇ ପ୍ରାୟ ୨୦ ପ୍ରତିଶତ ତୈଳ ଯୋଗାଣ ହୋଇଥାଏ । ଯଦି ଏହି ପଥକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଏ ତାହେଲେ ଏହାର ପ୍ରଭାବ କେବଳ ଆମେରିକା କିମ୍ବା ଇସ୍ରାଏଲ୍ ନୁହେଁ ବରଂ ବୈଶ୍ଵିକ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିବ । ତୈଳ ଓ ଗ୍ୟାସ୍ ଦର ବେଶ ବଢ଼ିଯିବ ଏବଂ ଏକାଧିକ ଦେଶରେ ତୈଳ ସଂକଟ ଗମ୍ଭୀର ହୋଇ ପଡ଼ିବ ।
- ଦ୍ଵିତୀୟ ବଡ଼ ଟାର୍ଗେଟ୍ ହେଲା ଇସ୍ରାଏଲ୍ର ବିଦ୍ୟୁତ୍ ବ୍ୟବସ୍ଥା । ଇରାନର ଯୋଜନା ଅନୁସାରେ, ଇସ୍ରାଏଲ୍ର ପ୍ରମୁଖ ୫ଟି ପାୱାର ପ୍ଲାଣ୍ଟ- ଓରୋଟ ରବିନ, ଋଟେନବର୍ଗ, ହାଗିଟ, ଏଶକୋଲ ଓ ଦଲିଆ ଉପରେ ଆକ୍ରମଣ କରାଯିବ । ଏହି ୫ଟି ପ୍ଲାଣ୍ଟ ମିଶି ଦେଶର ୫୦ ପ୍ରତିଶତ ବିଦ୍ୟୁତ୍ ଆବଶ୍ୟକତା ପୂରଣ କରନ୍ତି । ଏହା ଉପରେ ଆକ୍ରମଣ ହେଲେ ଇସ୍ରାଏଲ୍ର ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହେବ ।
- ତୃତୀୟ ଟାର୍ଗେଟ୍ ହେଉଛି ଆମେରିକା ସହ ଜଡ଼ିତ ଆର୍ଥିକ ସ୍ଵାର୍ଥ । ଇରାନର ଏହି ରଣନୀତି ଅନୁସାରେ, ଆମେରିକୀୟ କମ୍ପାନୀର ଭାଗିଦାରୀ ଥିବା କମ୍ପାନୀ ଅଥବା ପ୍ରକଳ୍ପ ଉପରେ ଆକ୍ରମଣ ହୋଇପାରେ । ଉଦାହରଣ ଭାବେ ADNOC ଡ୍ରିଲିଂ, ସାଉଦି ଅରାମକୋ ସହ ଜଡ଼ି ପ୍ରକଳ୍ପ ଓ Exxonmobil କିମ୍ବା Baker Hughes ଭଳି କମ୍ପାନୀ ସହ ଜଡ଼ିତ ଶକ୍ତି ପ୍ରକଳ୍ପ ଉପରେ ବିପଦ ଘନେଇ ପାରେ ।
- ଇରାନର ଚତୁର୍ଥ ଏବଂ ସବୁଠୁ ବ୍ୟାପକ ଟାର୍ଗେଟ୍ ହେଉଛି ଉପସାଗରୀୟ ଦେଶରେ ଥିବା ଶକ୍ତି ପ୍ରକଳ୍ପ । ବିଶେଷକରି ଯେଉଁ ସବୁ ଦେଶରେ ଆମେରିକାର ସୈନ୍ୟ ଆଡ୍ଡା ରହିଛି । ଇରାନର ନଜର ୟୁଏଇର ବରକାହ-ପରମାଣୁ ପାୱାର ପ୍ଲାଣ୍ଟ, କତାର ଉମ୍ମ ଅଲ ହୌଲ ଓ ରାସ ଲପ୍ଫାନ ଭଳି ବଡ଼ ଶକ୍ତି କେନ୍ଦ୍ର । ଯଦି ଏସବୁ ଉପରେ ଆକ୍ରମଣ ହୁଏ ତାହେଲେ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍, ପାଣି ଓ ଶିଳ୍ପ ଗତିବିଧି ଠପ୍ ହୋଇଯିବ ।
ଯଦି ଇରାନ ଏହି ରଣନୀତିକୁ ଆପଣାଏ ତାହେଲେ ଏହାର ପ୍ରଭାବ ବେଶ ବ୍ୟାପକ ହେବ । ହର୍ମୁଜ ପ୍ରଣାଳୀ ବନ୍ଦ ହେବା ବୈଶ୍ଵିକ ସ୍ତରରେ ତୈଳଦରକୁ ବଢ଼ାଇ ଦେବ । ଉପସଗାରୀୟ ଦେଶରେ ଥିବା ପ୍ଲାଣ୍ଟ ଯାହା ସମୁଦ୍ର ପାଣିକୁ ପାନୀୟ ଯୋଗ୍ୟ କରୁଛି, ବିଦ୍ୟୁତ୍ ବ୍ୟବସ୍ଥା ଆଦି ପ୍ରଭାବିତ ହେବ ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ବେଳେ ଚର୍ଚ୍ଚାରେ ପେଣ୍ଟାଗନ ପିଜା ରିପୋର୍ଟ; କ'ଣ ରହିଛି ଏହାର ଇତିହାସ?
ବର୍ତ୍ତମାନ ଇରାନ ବ୍ୟାପକ ଭାବେ ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରି ନାହିଁ । କୂଟନୈତିକ ଆଲୋଚନା ଚାଲିଛି । କିନ୍ତୁ ଉଭୟ ପକ୍ଷ ଯେଭଳି ଖୋଲାଖୋଲି ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍ କରିବାର ଧମକ ଦେଉଛନ୍ତି, ତାହା ଦର୍ଶାଉଛି ସ୍ଥିତି ବିଗିଡ଼ିପାରେ ।
ଇରାନର ଏହି ୪ ସୂତ୍ରୀ ରଣନୀତି ଏହାର ସଂକେତ ଯେ ଯୁଦ୍ଧ ଏବେ ସୈନ୍ୟ ଠିକଣାରେ ସୀମିତ ନୁହେଁ । ଏହା ଶକ୍ତି, ବାଣିଜ୍ୟ ଓ ଲୋକଙ୍କ ଜୀବନକୁ ପ୍ରଭାବିତ କରିବାର ପ୍ରଥମ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଯଦି ଇରାନ ଏହାକୁ ବ୍ୟାପକ କରେ ତାହେଲେ ଏହାର ପ୍ରଭାବ ମଧ୍ୟପ୍ରାଚ୍ଯ ଡେଇଁ ସାରା ଦୁନିଆକୁ ପ୍ରଭାବିତ କରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories