Videos
|
International

Iran Targets US / ଧୂଆଁ ଧୂଆଁ ହୋଇଗଲା ଆମେରିକୀୟ ସୈନ୍ୟ ଠିକଣା, ଧ୍ଵସ୍ତ ହେଲା ହାଇ-ଟେକ୍ 'ରିପର ଡ୍ରୋନ୍'

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଧୂଆଁ ଧୂଆଁ ହୋଇଗଲା ଆମେରିକୀୟ ସୈନ୍ୟ ଠିକଣା, ଧ୍ଵସ୍ତ ହେଲା ହାଇ-ଟେକ୍ 'ରିପର ଡ୍ରୋନ୍'
US-Iran Tensions Rise

Key Points

ଆମେରିକାର ଏକ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛି ଇରାନ । ଯେଉଁଥିରେ ଏକାଧିକ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ନୂଆଦିଲ୍ଲୀ: ଆମେରିକା ନିକଟରେ କରିଥିବା ଆକ୍ରମଣର ଦୃଢ଼ ଜବାବ ଦେଇଛି ଇରାନ । ଆମେରିକାର ଏକ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛି । ଯେଉଁଥିରେ ଏକାଧିକ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଏଥିସହ ଇରାନର ଘାତକ ଆକ୍ରମଣରେ ଦୁଇଟି MQ-9 ରିପର୍ ଡ୍ରୋନ୍ ନଷ୍ଟ ହୋଇଛି । ଦୁଇ ଦେଶ ମଧ୍ୟରେ ଅସ୍ଥିର ଯୁଦ୍ଧବିରାମ ଏବେ ଭାଙ୍ଗିବାକୁ ଯାଉଛି । ଇରାନର ଇସଲାମିକ ରିଭୋଲ୍ୟୁଶନରୀ ଗାର୍ଡ କର୍ପ୍ସ (IRGC) କହିଛି, "ଗୁରୁବାର ସକାଳେ ସେନା ପକ୍ଷରୁ ଆମେରିକାର ଏୟାର ବେସ୍ ଉପରେ ଆକ୍ରମଣ କରାଯାଇଛି ।"

ଏଥିସହ ପଢ଼ନ୍ତୁ: ଆମେରିକା-ଇରାନ ଉତ୍ତଜେନା ଭିତରେ ବନ୍ଦ ଅଛି ହର୍ମୁଜ ପ୍ରଣାଳୀ କିନ୍ତୁ ଚାଲୁଛି ଭାରତୀୟ ଜାହାଜ 

ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ, "ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।" ଏହା ପୂର୍ବରୁ ଆମେରିକା ମଧ୍ୟ ଏହି ଆକ୍ରମଣକୁ ସ୍ଵୀକାର କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକା କହିଛି, "ବିଗତ ୨୪ ଘଣ୍ଟାରେ କୁଏତ ସ୍ଥିତ ଅଲୀ ଅଲ ସଲେମ ଏୟାର୍ ବେସ୍ ଉପରେ ଇରାନ ମିସାଇଲ୍ ମାଡ଼ କରିଥିବା ବେଳେ ଆକାଶ ମାର୍ଗରେ ନଷ୍ଟ କରି ଦିଆଯାଇଛି । ଗୋଟିଏ ମିସାଇଲ୍ ଧ୍ଵଂସାବଶେଷ ଏୟାର୍ ବେସ୍ ଭିତରେ ଖସିଥିଲା । ଯାହାଦ୍ଵାରା କିଛି ଯବାନ ସାମାନ୍ୟ ଆହତ ହୋଇଛନ୍ତି ।"

ଆମେରିକାର ୨ଟି MQ-9 ରିପର ଷ୍ଟ୍ରାଇକ୍ ଡ୍ରୋନ୍ କ୍ଷତିଗ୍ରସ୍ତ ହୋଇଛି । ସେଥିରୁ ଗୋଟିଏ ଡ୍ରୋନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି ।

ସୂଚନାଯୋଗ୍ୟ, MQ-9 ରିପର ଷ୍ଟ୍ରାଇକ୍ ଡ୍ରୋନ୍ ଆମେରିକା ପ୍ରତିରକ୍ଷା ପ୍ରଣାଳୀର ଗୁରୁତ୍ଵପୂର୍ଣ୍ଣ ଅଂଶ । ଗୋଟିଏ MQ-9 ରିପର ଷ୍ଟ୍ରାଇକ୍ ଡ୍ରୋନ୍‌ର ମୂଲ୍ୟ ପ୍ରାୟ ୩ କୋଟି ଡଲାର୍ । ଯାହାର ବ୍ୟବହାର ମୁଖ୍ୟତଃ ଗୁଇନ୍ଦା ନଜର ଓ ଆକାଶ ମାର୍ଗରୁ ଆକ୍ରମଣ ପାଇଁ ହୋଇଥାଏ । ଏହି ଡ୍ରୋନ୍ ନଷ୍ଟ ହେବା ଆମେରିକା ସେନା ପାଇଁ ଏକ ଝଟ୍‌କା ଭଳି ।

ଏଥିସହ ପଢ଼ନ୍ତୁ: ଛାଡ଼ିବାକୁ ପଡ଼ିବନି ଆମେରିକା; ଗ୍ରୀନ କାର୍ଡ ନିୟମରେ ୟୁ-ଟର୍ଣ୍ଣ ମାରିଲା US 

କେତେ ବାଟ ଗଲା ଚୁକ୍ତି ?

ଆକ୍ରମଣ ପ୍ରତି ଆକ୍ରମଣ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ୍ ହାଉସ୍‌ରେ ଶୁକ୍ରବାର ତାଙ୍କ ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଇରାନ ଯୁଦ୍ଧ ବିରତି ଅବଧି ବୃଦ୍ଧି, ହର୍ମୁଜ ପ୍ରଣାଳୀ ପୁଣି ଖୋଲିବା ଆଦି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ଏହାରି ଭିତରେ ଇରାନ କହିଛି, "ଏବେ ଚୁକ୍ତି ଚୂଡ଼ାନ୍ତ ରୂପ ନେଇ ନାହିଁ ।" ସେପଟେ ବୈଠକ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରି ନାହିଁ ।
Iran Strikes US Air Base, MQ-9 Reaper Drone Destroyed in Retaliatory Attack | Argus News | Argus News