Green Card Update / ଛାଡ଼ିବାକୁ ପଡ଼ିବନି ଆମେରିକା; ଗ୍ରୀନ କାର୍ଡ ନିୟମରେ ୟୁ-ଟର୍ଣ୍ଣ ମାରିଲା US
·3 months ago·3 min read

Key Points
ଶେଷରେ ୟୁଟର୍ଣ୍ଣ ମାରିଲା ଆମେରିକା
ଗ୍ରୀନ କାର୍ଡ ନମିଳିବା ଯାଏଁ ଦେଶରେ ରହିପାରିବେ ପ୍ରବାସୀ
ପୂର୍ବରୁ ପ୍ରବାସୀଙ୍କୁ ଆମେରିକା ଛାଡ଼ିବାକୁ କୁହାଯାଇଥିଲା

ଆମେରିକାରେ ରହୁଥିବା ଭାରତୀୟଙ୍କୁ ଆଶ୍ଵସ୍ତି । ଶେଷରେ ସ୍ଵର ବଦଳାଇଲା ଆମେରିକା । ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିଲେ ଗ୍ରୀନ କାର୍ଡ ପାଇଁ ଛାଡ଼ିବାକୁ ପଡ଼ିବନି ୟୁଏସ । ପୂର୍ବରୁ ଗ୍ରୀନ କାର୍ଡ ନ ମିଳିବା ପର୍ଯ୍ୟନ୍ତ ନିଜ ଗୃହ ଦେଶକୁ ଫେରିଯିବାକୁ କୁହାଯାଇଥିଲା, କିନ୍ତୁ ଶେଷରେ ଆମେରିକା ନିଜ ପୂର୍ବ ନିଷ୍ପତ୍ତିରୁ ୟୁଟର୍ଣ୍ଣ ମାରିଛି । ପ୍ରାୟ ୧ ସପ୍ତାହ ପରେ ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଏହି ଅପଡେଟ୍ ଆସିବା ପରେ ଆମେରିକାରେ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭିସାରେ ରହୁଥିବା ଅନେକ ପ୍ରବାସୀ ଦୀର୍ଘ ନିଶ୍ଵାସ ଛାଡ଼ିଛନ୍ତି ।
ଏହି ନୂଆ ନିୟମର ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ ଆମେରିକାର ନାଗରିକତା ଏବଂ ପ୍ରବାସନ ସେବାର ମୁଖପାତ୍ର ଜାଚ୍ କାହଲର୍ ଏକ ବିବୃତ୍ତିରେ କହିଥିଲେ, "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରବାସନ ଉପରେ କଟକଣା ଅନୁଯାୟୀ, ଜଣେ ବିଦେଶୀ ଯିଏ ଅସ୍ଥାୟୀ ଭାବରେ ଆମେରିକାରେ ଅଛନ୍ତି ଏବଂ ଗ୍ରୀନ କାର୍ଡ ଚାହାଁନ୍ତି, ତାଙ୍କୁ ଆବେଦନ କରିବା ପାଇଁ ନିଜ ଦେଶକୁ ଫେରିବାକୁ ପଡ଼ିବ । ଏହି ନୀତି ଆମେରିକାର ପ୍ରବାସନ ବ୍ୟବସ୍ଥାକୁ ବେଆଇନ ପରିବର୍ତ୍ତେ ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦିଏ ।"

- ଶେଷରେ ୟୁ-ଟର୍ଣ୍ଣ ମାରିଲା ଆମେରିକା
- ନୂଆ ନିୟମରେ ବି ଟ୍ଵିଷ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଟ୍ରମ୍ପଙ୍କ 'ଗ୍ରୀନ୍' ଝଟ୍କା; Green Card ପାଇବାକୁ ହେଲେ ଛାଡ଼ିବାକୁ ପଡ଼ିବ ଆମେରିକା
ସୂଚନା ଥାଉ କି, ମେ ୨୧ ତାରିଖରେ ଟ୍ରମ୍ପ ପ୍ରବାସୀଙ୍କୁ ଗ୍ରୀନ ଝଟକା ଦେଇଥିଲେ । ଗ୍ରୀନ କାର୍ଡ ନ ମିଳିବା ପର୍ଯ୍ୟନ୍ତ ସମସ୍ତ ପ୍ରବାସୀଙ୍କୁ ନିଜ ଦେଶକୁ ଫେରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ଏହାପରେ ବିଶେଷକରି F-1 ଛାତ୍ର (ଏମାନେ ହେଉଛନ୍ତି ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ, ଯେଉଁମାନେ ଆମେରିକାରେ ପାଠ ପଢିବା ପାଇଁ F-1 ଭିସା ନେଇ ପ୍ରବେଶ କରନ୍ତି ଓ ସେଠାରେ ନିଜ ପାଠ୍ୟକ୍ରମ ସରିବା ପର୍ଯ୍ୟନ୍ତ ରୁହନ୍ତି) ଏବଂ ପର୍ଯ୍ୟଟକ ଭିସାରେ ଆମେରିକାରେ ରହୁଥିବା ଅନେକ ବେଶ ଚିନ୍ତିତ ହୋଇପଡ଼ିଥିଲେ । ଏହି ନିର୍ଦ୍ଦେଶ ପରେ H-1B ଭିସା ଧାରକ , ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୭୦% ଭାରତୀୟ, ସେମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଥିଲେ । ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଗ୍ରୀନ କାର୍ଡ ଅପେକ୍ଷା H-1B (ଏହି ଭିସା ମାଧ୍ୟମରେ ଆମେରିକୀୟ କମ୍ପାନୀଗୁଡ଼ିକ ବିଦେଶୀଙ୍କୁ ନିଯୁକ୍ତି ପ୍ରଦାନ କରନ୍ତି ଅର୍ଥାତ ଏହି ଭିସା ସହାୟତାରେ ଅନେକ ବିଦେଶୀ ରୋଜଗାର ଉଦ୍ଦେଶ୍ୟରେ ଆମେରିକାରେ ଅସ୍ଥାୟୀ ଭାବେ ରୁହନ୍ତି) ଧାରକମାନେ ସଂଶୋଧିତ ଢାଞ୍ଚା ଅନୁଯାୟୀ ଅପେକ୍ଷାକୃତ ଅଧିକ ସୁବିଧା ପାଇବାର ସମ୍ଭାବନା ଅଛି । H-1Bର 'ଦ୍ୱୈତ ଉଦ୍ଦେଶ୍ୟ' ନୀତି ଭିସା ଧାରକମାନଙ୍କୁ ଆମେରିକାରେ ରହି ଅସ୍ଥାୟୀ ଭାବରେ କାମ କରିବାକୁ ଅନୁମତି ଦିଏ ।

Related Topics
Explore more stories