Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran Warns Ukraine / ଡ୍ରୋନ୍ ପାଇଁ ୟୁରୋପ ପର୍ଯ୍ୟନ୍ତ ବ୍ୟାପିଯିବ ଇରାନ ଯୁଦ୍ଧ ! ୧୦ ଦେଶ ମାଗିଲେ ସାହାଯ୍ୟ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଡ୍ରୋନ୍ ପାଇଁ ୟୁରୋପ ପର୍ଯ୍ୟନ୍ତ ବ୍ୟାପିଯିବ ଇରାନ ଯୁଦ୍ଧ ! ୧୦ ଦେଶ ମାଗିଲେ ସାହାଯ୍ୟ
Global tensions rising

Key Points

ଆକ୍ରମଣ, ପ୍ରତି ଆକ୍ରମଣ ଭିତରେ ଏବେ ଇରାନ, ୟୁକ୍ରେନ୍‌କୁ ଧମକ ଦେଇଛି । ତେହରାନ ପକ୍ଷରୁ ଜାରି ବୟାନରେ କୁହାଯାଇଛି, "ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ୍‌କୁ ଡ୍ରୋନ୍ ଟେକ୍ନୋଲୋଜିରେ ସହାୟତା କରୁଥିବାରୁ ୟୁକ୍ରେନ୍ ଏବେ ଇରାନର ଟାର୍ଗେଟ୍‌ରେ ରହିଛି ।
ନୂଆଦିଲ୍ଲୀ: ଇସ୍ରାଏଲ୍‍, ଆମେରିକା ମିଶି ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଲଗାତାର ଆକାଶ ମାର୍ଗରୁ ଆକ୍ରମଣ ଜାରି ରହିଛି । ଇରାନ ଜବାବୀ ଆକ୍ରମଣରେ ଉପସାଗରୀୟ ଦେଶକୁ ଟାର୍ଗେଟ୍ କରୁଛି । ଆକ୍ରମଣ, ପ୍ରତି ଆକ୍ରମଣ ଭିତରେ ଏବେ ଇରାନ, ୟୁକ୍ରେନ୍‌କୁ ଧମକ ଦେଇଛି ।

ତେହରାନ ପକ୍ଷରୁ ଜାରି ବୟାନରେ କୁହାଯାଇଛି, "ଯୁଦ୍ଧରେ ଆମେରିକା ଓ ଇସ୍ରାଏଲ୍‌କୁ ଡ୍ରୋନ୍ ଟେକ୍ନୋଲୋଜିରେ ସହାୟତା କରୁଥିବାରୁ ୟୁକ୍ରେନ୍ ଏବେ ଇରାନର ଟାର୍ଗେଟ୍‌ରେ ରହିଛି । ଆମେ ଏଣିକି ୟୁକ୍ରେନ୍‌ ଉପରେ ସିଧା ଆକ୍ରମଣ କରିପାରିବୁ ।"

ଏଥିସହ ପଢ଼ନ୍ତୁ: ଇରାନର ଖାର୍ଗ ଦ୍ୱୀପ ଉପରେ ଟ୍ରମ୍ପଙ୍କ ପୁନଃ ଆକ୍ରମଣ ଚେତାବନୀ, ଯୁଦ୍ଧ ଜାହାଜ ପଠାଇବାକୁ ଆହ୍ୱାନ

ଇରାନର ରାଷ୍ଟ୍ରୀୟ ସୁରକ୍ଷା ଓ ବିଦେଶ ନୀତି ସଂସଦୀୟ ସମିତିର ମୁଖ୍ୟ ଇବ୍ରାହିମ ଅଜିଜିଙ୍କ ଅନୁସାରେ, ଇରାନ ବିରୋଧୀ ଗତିବିଧିରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରେ ୟୁକ୍ରେନ୍ ସାମିଲ୍ ହେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଅଜିଜି ସୋସିଆଲ୍ ମିଡିଆରେ ଲେଖିଛନ୍ତି, "ଇସ୍ରାଏଲ୍‌କୁ ଡ୍ରୋନ୍ ସହାୟତା ପ୍ରଦାନ କରି ୟୁକ୍ରେନ୍ ପ୍ରଭାବୀ ଭାବେ ଏହି ଯୁଦ୍ଧରେ ସାମିଲ୍ ହୋଇଛି । ଜାତିସଂଘର ଚାର୍ଟର ଅନୁଚ୍ଛେଦ ୫୧ ଅନୁସାରେ ୟୁକ୍ରେନ୍ ଏବେ ତାର ସମଗ୍ର କ୍ଷେତ୍ରକୁ ଇରାନ ପାଇଁ ବୈଧ ଲକ୍ଷ୍ୟ ଭାବେ ବଦଳାଇ ଦେଇଛି ।"

ଇରାନର ଅଭିଯୋଗ ହେଲା, ୟୁକ୍ରେନ୍‌ ତାର ଡ୍ରୋନ୍ ବିଶେଷଜ୍ଞତାର ବ୍ୟବହାର ଇସ୍ରାଏଲ ଓ ପଶ୍ଚିମୀ ଦେଶ ସହ ଇରାନ୍ ବିରୋଧୀ ଯୁଦ୍ଧକୁ ମଜଭୁତ୍ କରିବା ଲାଗି କରୁଛି । ତେବେ ଇରାନର ବୟାନକୁ ହାସ୍ୟାସ୍ପଦ କହି ଅଗ୍ରାହ୍ୟ କରିଛି ୟୁକ୍ରେନ୍‌ର ବିଦେଶ ମନ୍ତ୍ରଣାଳୟ ।

ଏଥିସହ ପଢ଼ନ୍ତୁ: ଦୁବାଇ, କୁଏତ ବିମାନବନ୍ଦରରେ ବଡ଼ ବିସ୍ଫୋରଣ; ଧୂଆଁରେ ଭର୍ତ୍ତି ଆକାଶ

ତେବେ ଶୁକ୍ରବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କି ଦେଇଥିବା ମନ୍ତବ୍ୟ ସ୍ଥିତିକୁ ଆହୁରି ଜଟିଳ କରିଛି । ଜେଲେନସ୍କି କହିଛନ୍ତି, "୧୦ରୁ ଅଧିକ ଦେଶ ଇରାନ ଡ୍ରୋନ୍‌ ଠାରୁ ରକ୍ଷା ପାଇବା ପାଇଁ କିଭ୍‌କୁ ସହାୟତା ମାଗିଛନ୍ତି ।" ଜେଲେନସ୍କିଙ୍କ ଅନୁସାରେ, ଋଷ ଯୁଦ୍ଧ ସମୟରେ ୟୁକ୍ରେନ୍ ଡ୍ରୋନ୍‌ ଖସାଇବାରେ ଅଭିଜ୍ଞତା ହାସଲ କରିଛି । ଏବେ ତାହା ଦୁନିଆ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକ୍ରେନ୍‌ର ଡ୍ରୋନ୍‌ ଦାବିକୁ ଅଗ୍ରାହ୍ୟ କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଆମ ପାଖରେ ଦୁନିଆର ସର୍ବଶ୍ରେଷ୍ଠ ଡ୍ରୋନ୍ ରହିଛି ଏବଂ ଆମକୁ କିଭ୍‌ର ସହାୟତା ଆବଶ୍ୟକତା ନାହିଁ ।" ତେବେ ବିଶେଷଜ୍ଞଙ୍କ କହିବା କଥା, ଇରାନର ଧମକ ଅସ୍ଥିର ବୈଶ୍ଵିକ ସୁରକ୍ଷା ସ୍ଥିତିକୁ ଆହୁରି ଜଟିଳ କରିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Warns Ukraine Over Drone Support to Israel | Argus News | Argus News