Firing In TV Studio / ଚାଲିଥିଲା Live; ଇରାନର ସରକାରୀ ନ୍ୟୁଜ୍ ଚ୍ୟାନେଲ୍ ଷ୍ଟୁଡିଓରେ AK-47ରୁ ହେଲା ଗୁଳିମାଡ଼
·1 month ago·2 min read

Key Points
ଇରାନର ସରକାରୀ ଟିଭି ଚ୍ୟାନେଲ୍ରେ ଲାଇଭ୍ ବ୍ରଡକାଷ୍ଟ ବେଳେ ଗୁଳିମାଡ଼ କରାଯାଇଛି । ଆମେରିକା-ଇରାନ ସଂଘର୍ଷ ଭିତରେ ଟିଭି ଷ୍ଟୁଡିଓ ମଧ୍ୟରେ AK-47ରୁ ଫାୟାରିଂ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ନୂଆଦିଲ୍ଲୀ: ଆଙ୍କର ଖବର ପଢ଼ୁଥିଲେ । ଆଉ ହଠାତ୍ ଚେୟାର୍ରୁ ଉଠି AK-47ରୁ ଗୁଳିମାଡ଼ କଲେ । ଇରାନର ସରକାରୀ ଟିଭି ଚ୍ୟାନେଲ୍ରେ ଲାଇଭ୍ ବ୍ରଡକାଷ୍ଟ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆମେରିକା-ଇରାନ ସଂଘର୍ଷ ଭିତରେ ଟିଭି ଷ୍ଟୁଡିଓ ମଧ୍ୟରେ AK-47ରୁ ଫାୟାରିଂ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଭିଡିଓରେ ଦେଖା ଯାଉଛି ଷ୍ଟୁଡିଓରେ ଆଙ୍କରଙ୍କ ହାତରେ ବନ୍ଧୁକ ରହିଛି । ପାଖରେ ଜଣେ ଟ୍ରେନର୍ ମଧ୍ୟ ରହିଛନ୍ତି । ଯାହା ସହ ଆଙ୍କର ଆଲୋଚନା ମଧ୍ୟ କରୁଛନ୍ତି । ମେ ୧୫ ତାରିଖରେ ଇରାନର "ଓଫୋଗ" ଚ୍ୟାନେଲ୍ର ଏକ କାର୍ଯ୍ୟକ୍ରମରେ ଏହା ପ୍ରସାରିତ ହୋଇଛି ।
ଏଥିସହ ପଢ଼ନ୍ତୁ: UAEର ଆଣବିକ ଶକ୍ତି କେନ୍ଦ୍ର ଉପରେ ଉପରେ ଡ୍ରୋନ୍ ଆଟାକ୍; ଲାଗିଲା ଭୟଙ୍କର ନିଆଁ
ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓ ଅନୁସାରେ, ଟିଭି ଷ୍ଟୁଡିଓରେ ବନ୍ଧୁକ ସମ୍ଭାଳିବା ଓ ଫାୟାରିଂ ନେଇ ଟ୍ରେନିଂ ଦିଆ ଯାଉଥିଲା । ସେନା ପୋଷାକରେ ଜଣେ ପ୍ରଶିକ୍ଷଣଦାତା ଟିଭି ଆଙ୍କରଙ୍କୁ AK-47ରେ ବୁଲେଟ୍ ଭରିବା ସହ କିଭଳି ଗୁଳିମାଡ଼ କରାଯିବ ତାହା ଶିଖାଉଥିବା ଦେଖା ଯାଇଛି ।
ଆଉ ଏହାର ଠିକ୍ ପରେ ପରେ ଆଙ୍କର ଜଣଙ୍କ ଲାଇଭ୍ ଶୋରେ UAE ପତାକାକୁ ଲକ୍ଷ୍ୟ କରି ଗୁଳିମାଡ଼ କରଛନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟିଭି ଆଙ୍କର ବନ୍ଧୁକରୁ ଗୁଳିମାଡ଼ କରିବା ପ୍ରକୃତରେ ଦେଶବ୍ୟାପୀ ଚାଲିଥିବା ଏକ ଅଭିଯାନ ସହ ଜଡ଼ିତ । ଯାହାର ନାଁ "ଇରାନ ପାଇ ଜୀବନ ବାଜି" ରଖା ଯାଇଛି ।
ଆଙ୍କର ଓ ପ୍ରଶିକ୍ଷଣଦାତାଙ୍କ ମଧ୍ୟରେ କଥାବାର୍ତ୍ତା
ଆଙ୍କର: ମୁଁ ପ୍ରସ୍ତୁତ ଅଛି ।
ପ୍ରଶିକ୍ଷଣଦାତା: ଆପଣ ସିଧା ନଜର ରଖନ୍ତୁ ।
ଆଙ୍କର: ହଁ, UAE ପତାକା ଉପରେ ନଜର ଅଛି ।
ପ୍ରଶିକ୍ଷଣଦାତା: ବହୁତ ବଢ଼ିଆ ।
ଆଙ୍କର: ଠିକ୍ ଅଛି ।
ପ୍ରଶିକ୍ଷଣଦାତା: ନଜର ସେମିତି ରଖ, ନିଶ୍ଵାସ ବନ୍ଦ କର...
ଆଙ୍କର: ଆଲ୍ଲାଙ୍କ ନାଁରେ...
ପ୍ରଶିକ୍ଷଣଦାତା: ଗୁଳିମାଡ଼ କର ।
ଏଥିସହ ପଢ଼ନ୍ତୁ: ଋଷ ଉପରେ ଯୁକ୍ରେନର ଡ୍ରୋନ ହମଲା: ଚାଲିଗଲା ଓଡ଼ିଆ ପୁଅଙ୍କ ଜୀବନ
ରିପୋର୍ଟରେ ଦାବି କରାଯାଇଛି ଯେ, ଆମେରିକା-ଇସ୍ରାଏଲ୍ ସହ ଚାଲିଥିବା ଯୁଦ୍ଧରେ ଏବେ ସୁଦ୍ଧା ୩ କୋଟି ୧୦ ଲକ୍ଷରୁ ଅଧିକ ଇରାନ ନାଗରିକ ଏହି ଅଭିଯାନରେ ସ୍ଵତଃପ୍ରବୃତ ଭାବେ ପଞ୍ଜୀକଣ କରିଛନ୍ତି । ଆଙ୍କରଙ୍କୁ ଟ୍ରେନିଂ ଦେବା ମଧ୍ୟ ଏହି ଅଭିଯାନର ଅଂଶ ଅଟେ ।
UAE ସହ ବଢ଼ୁଛି ତିକ୍ତତା
ଆମେରିକା ଓ ଇସ୍ରାଏଲ୍ ଆକ୍ରମଣର ଜବାବ ଦେବାକୁ ଯାଇ ଇରାନ ଉପସାଗରୀୟ ଦେଶ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରୁଛି । ଇରାନ ତାର ପଡ଼ୋଶୀ ରାଷ୍ଟ୍ର ତୁଳନାରେ UAEକୁ ଟାର୍ଗେଟ୍ କରୁଛି । ଯେଉଁଥିରେ ୟୁଏଇର ଭିତ୍ତିଭୂମି ସହ ଶକ୍ତି କ୍ଷେତ୍ରକୁ କ୍ଷତି ପହଞ୍ଚାଉଛି ଇରାନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories