Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମେରିକା ସହ ୧୦୭ ଦିନର ଯୁଦ୍ଧ; ଶାନ୍ତି ଚୁକ୍ତିରେ ଇରାନକୁ ମିଳିଲା କ'ଣ ?

International

Iran US Peace Deal / ଆମେରିକା ସହ ୧୦୭ ଦିନର ଯୁଦ୍ଧ; ଶାନ୍ତି ଚୁକ୍ତିରେ ଇରାନକୁ ମିଳିଲା କ'ଣ ?

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆମେରିକା ସହ ୧୦୭ ଦିନର ଯୁଦ୍ଧ; ଶାନ୍ତି ଚୁକ୍ତିରେ ଇରାନକୁ ମିଳିଲା କ'ଣ ?
7 Major Benefits for Iran

Key Points

ଆମେରିକା ସହ ହୋଇଥିବା ଚୁକ୍ତିରେ ଇରାନକୁ ୭ଟି ଫାଇଦା ହୋଇଛି । ଯାହାକୁ ଇରାନର ବଡ଼ କୂଟନୀତିକ ବିଜୟ ଭାବେ ଦେଖା ଯାଉଛି ।
ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧ ଥମିଛି । ୧୦୭ ଦିନର ଭୀଷଣ ଯୁଦ୍ଧ ଶେଷରେ ଐତିହାସିକ ଶାନ୍ତି ଚୁକ୍ତି ସହ ବନ୍ଦ ହୋଇଛି । ଫେବ୍ରୁଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଇରାନକୁ ସୈନ୍ୟ, ଅର୍ଥନୀତି ଓ ରଣନୈତିକ ସ୍ତରରେ ଭାରି ମୂଲ୍ୟ ଦେବାକୁ ପଡ଼ିଛି ।

ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣରେ ଇରାନର ଅନେକ ବଡ଼ ସୈନ୍ୟ ଠିକଣା ଧ୍ଵଂସ ହୋଇଥିବା ବେଳେ ଶୀର୍ଷ ନେତୃତ୍ଵ ନିହତ ହୋଇଛନ୍ତି । ଇରାନର ଅର୍ଥନୀତି ଉପରେ ଚାପ ବଢ଼ିଛି । ଏତେ ସବୁ ପରେ ବି ଆମେରିକା ସହ ହୋଇଥିବା ଚୁକ୍ତିରେ ଇରାନକୁ ୭ଟି ଫାଇଦା ହୋଇଛି । ଯାହାକୁ ଇରାନର ବଡ଼ କୂଟନୀତିକ ବିଜୟ ଭାବେ ଦେଖା ଯାଉଛି ।

ଏଥିସହ ପଢ଼ନ୍ତୁ: ୧୦୭ ଦିନ ପରେ ଆମେରିକା-ଇରାନ ଯୁଦ୍ଧର ଅନ୍ତ; ଶାନ୍ତି ଚୁକ୍ତି ସ୍ଵାକ୍ଷର 

ଯୁଦ୍ଧ ଆରମ୍ଭରୁ ଇରାନକୁ ସବୁଠୁ ବଡ଼ ରଣନୀତିକ ଝଟ୍‌କା ଲାଗିଥିଲା । ଆମେରିକା-ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟୋତୁଲ୍ଲା ଖାମେନେଇଙ୍କ ସହ ଶୀର୍ଷ ସୈନ୍ୟ କମାଣ୍ଡର ନିହତ ହୋଇଥିଲେ । ଦେଶର ଗୁରୁତ୍ଵପୂର୍ଣ୍ଣ ପରମାଣୁ କେନ୍ଦ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ତେବେ, ଏହି ଯୁଦ୍ଧରେ ଆମେରିକା ମଧ୍ୟ କୋଟି କୋଟି ଡଲାରର ଅସ୍ତ୍ରଶସ୍ତ୍ର ହରାଇଛି । ଏଥିସହ ଆମେରିକାକୁ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ୁଛି । ହର୍ମୁଜ୍ ପ୍ରଣାଳୀକୁ ଇରାନ ବନ୍ଦ କରିବା ଦ୍ଵାରା ବିଶ୍ଵରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ବିଶ୍ଵ ବଜାରରେ ବଢ଼ି ଯାଇଛି ତୈଳଦର ।

ଏଥିସହ ପଢ଼ନ୍ତୁ: ପୁଣି ହେବ କି ଯୁଦ୍ଧ ? ଇସ୍ରାଏଲକୁ ନାପସନ୍ଦ ଆମେରିକା-ଇରାନର ଶାନ୍ତି ଚୁକ୍ତି

ଚୁକ୍ତିରୁ ଇରାନର ୭ ଲାଭ

ଯୁଦ୍ଧରେ ବ୍ୟାପକ କ୍ଷତି, ଶୀର୍ଷ ନେତାଙ୍କୁ ହରାଇବା ପରେ ଇରାନ କୂଟନୀତିକ ସ୍ତରରେ ଆଲୋଚନା କରି ଆମେରିକା ଠାରୁ ଏହି ୭ଟି ବଡ଼ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ।

  • ଆଲୋଚନା ଆରମ୍ଭର ଠିକ୍ ପୂର୍ବରୁ ଆମେରିକା, ଇରାନର ଜବତ କରିଥିବା ୨୪ ଅରବ ଡଲାର ଫ୍ରିଜ୍ ଅର୍ଥର ଅଧାକୁ ତତ୍‌କ୍ଷଣାତ୍ ମୁକ୍ତ କରିଛି ।
  • ଆମେରିକା ନୌସେନା ଆଗାମୀ ୩୦ ଦିନ ମଧ୍ୟରେ ଇରାନର ସମୁଦ୍ର ପଥରେ କରିଥିବା ନାକାବନ୍ଦୀଙ୍କୁ ସମ୍ପୂର୍ଣ୍ଣ ହଟାଇ ନେବ ।
  • ଇରାନର ତୈଳ ଓ ପେଟ୍ରୋକେମିକାଲ୍ ଉତ୍ପାଦର ବିକ୍ରି ଉପରେ ଲଗା ଯାଇଥିବା ଅନ୍ତର୍ଜାତୀୟ ପ୍ରତିବନ୍ଧକ ଶୀଘ୍ର ହଟାଇ ଦିଆଯିବ ।
  • ଇରାନର ନଷ୍ଟ ହୋଇଥିବା ଭିତ୍ତିଭୂମର ପୁନଃ ନିର୍ମାଣ ଲାଗି ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ର ଅତି କମ୍‌ରେ ୩୦୦ ଅରବ ଡଲାର୍ ଅର୍ଥ ରାଶି ପ୍ରଦାନ କରିବେ ।
  • ତୈଳ ଯୋଗାଣ ସାରା ବିଶ୍ଵରେ ସ୍ଵାଭାବିକ କରିବାକୁ ଇରାନର ସୁରକ୍ଷା ନିୟନ୍ତ୍ରଣରେ ହର୍ମୁଜ ପ୍ରଣାଳୀକୁ ଖୋଲି ଦିଆଯିବ ।
  • ଇରାନ ସଂଲଗ୍ନ କ୍ଷେତ୍ରରେ ଆମେରିକା ତାର ସୈନ୍ୟ ସଂଖ୍ୟା ବଢ଼ାଇବା ନାହିଁ ବୋଲି ଲିଖିତ ପ୍ରତିବଦ୍ଧତା ଦେଇଛି । ଏଥିସହ ଇରାନ ଉପରେ ଆମେରିକା କୌଣସି ନୂଆ ପ୍ରତିବନ୍ଧକ ଲଗାଇବ ନାହିଁ ।
  • ଆଗାମୀ ଭବିଷ୍ୟତରେ ଇରାନର ଅନ୍ତରୀଣ ମାମଲା ଏବଂ ରାଜନୈତିକ ମାମଲାରେ ଆମେରିକା କୌଣସି ପ୍ରକାରରେ ହସ୍ତକ୍ଷେପ କରିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored