US Iran Peace Deal / ୧୦୭ ଦିନ ପରେ ଆମେରିକା-ଇରାନ ଯୁଦ୍ଧର ଅନ୍ତ; ଶାନ୍ତି ଚୁକ୍ତି ସ୍ଵାକ୍ଷର
·3 months ago·2 min read

Key Points
ଏଥର ଖୋଲିବ ହର୍ମୁଜ୍, କମିବ ତେଲ ଦର
ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର
ଚୁକ୍ତିକୁ ନେଇ ଇରାନ ଉପ ବୈଦେଶିକ ମନ୍ତ୍ରୀଙ୍କ ସୂଚନା
ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର
ଚୁକ୍ତିକୁ ନେଇ ଇରାନ ଉପ ବୈଦେଶିକ ମନ୍ତ୍ରୀଙ୍କ ସୂଚନା
ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧର ଅନ୍ତ । ଦୀର୍ଘ ୧୦୭ ଦିନର ଯୁଦ୍ଧରେ ଶେଷରେ ଲାଗିଛି ବିରାମ । ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ଘୋଷଣା ହୋଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ସେପଟେ ଶାନ୍ତି ଚୁକ୍ତିକୁ ନେଇ ଇରାନ ଉପ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଶେଷ ହୋଇଥିବାରୁ ଖୁବଶୀଘ୍ର ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଖୋଲିବ ବୋଲି ଆଶା କରାଯାଉଛି, ଯାହାଦ୍ଵାରା ଆଗକୁ ତେଲ ଦର ମଧ୍ୟ ହ୍ରାସ ପାଇପାରେ ।
ଟ୍ରମ୍ପ ଶାନ୍ତି ଚୁକ୍ତି ନେଇ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, "ଇରାନ ସହିତ ଚୁକ୍ତି ସମ୍ପୂର୍ଣ୍ଣ ହୋଇଛି । ସମସ୍ତଙ୍କୁ ଅଭିନନ୍ଦନ । ହର୍ମୁଜ୍ ପ୍ରଣାଳୀ ଏବେ ଖୋଲିବ । ସେଠାରେ ଆମେରିକାର ନୌସେନାଙ୍କୁ ମଧ୍ୟ ହଟାଯିବ ।" ତେବେ ଶୁକ୍ରବାର ସ୍ୱିଜରଲ୍ୟାଣ୍ଡରେ ଏହି ଚୁକ୍ତି ଉପରେ ମୋହର ଲାଗିବ ଏବଂ ଇରାନ ମଧ୍ୟ ଏହା ଘୋଷଣା କରିଛି । ଏହି ଚୁକ୍ତି ଉପରେ ମୋହର ଲାଗିବା ପରେ, ଦୁଇ ଦେଶ ମଧ୍ୟରେ ୬୦ ଦିନିଆ ଯୁଦ୍ଧବିରତି ଆରମ୍ଭ ହେବ ଏବଂ ପରମାଣୁ ଚୁକ୍ତି ପାଇଁ ଆଲୋଚନା ମଧ୍ୟ ହେବ।

- ଟ୍ରମ୍ପ Truthରେ କଲେ ଚୁକ୍ତି ଘୋଷଣା
- ଇରାନ କଣ କହିଲା ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି ସେପର୍ଯ୍ୟନ୍ତ ଇରାନ ହେବ ନାହିଁ ପରମାଣୁ ଶକ୍ତି ସମ୍ପନ୍ନ'
- ପାକିସ୍ତାନ କଣ କହିଲା ?
Related Topics
Explore more stories