Videos
|
International

Ukraine Swarm Drone Strikes / ସିରିଜ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଲା ଋଷିଆ; ୟୁକ୍ରେନ୍ ଛାଡ଼ିଲା ହଜାରରୁ ଅଧିକ ଡ୍ରୋନ୍

Subhramjit Ray
Browse all articles by Subhramjit Ray
·39 mins ago·3 min read
ସିରିଜ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଲା ଋଷିଆ; ୟୁକ୍ରେନ୍ ଛାଡ଼ିଲା ହଜାରରୁ ଅଧିକ ଡ୍ରୋନ୍
Ukraine Swarm Drone Strikes

Key Points

ମସ୍କୋ ମେୟର ଏହି ଡ୍ରୋନ୍ ଆକ୍ରମଣକୁ ରୁଷ ରାଜଧାନୀରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ଏକ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ କୋଠାକୁ କ୍ଷତିଗ୍ରସ୍ତ କରିଛି।
ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ରୋକିବା ପାଇଁ ଆନ୍ତର୍ଜାତୀୟ ବୈଠକ ଏବଂ ଶିଖର ସମ୍ମିଳନୀ, ଆଲୋଚନା ଜାରି ରହିଛି। ହେଲେ ଅନ୍ୟପଟେ ଏହି ସଂଘର୍ଷ ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନାହିଁ। ରବିବାର (୨୦ ସେପ୍ଟେମ୍ବର) ରାଧଧାନୀ ମସ୍କୋ ଠାରୁ ଆସିଥିବା ଏକ ଖବର ସାରା ବିଶ୍ୱରେ ଚହଳ ପକାଇ ଦେଇଛି। ରିପୋର୍ଟ ଅନୁଯାୟୀ ୟୁକ୍ରେନ ରବିବାର ଋଷିଆ ଉପରେ ଆଉ ଏକ ବଡ଼ ଧରଣର ଆକ୍ରମଣ କରିଛି। ଏହି ଆକ୍ରମଣ ଏତେ ଭୟାନକ ଥିଲା ଯେ ମସ୍କୋ ମେୟର ଏକ ବିବୃତ୍ତିରେ ଏହାକୁ ରାଜଧାନୀ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ୟୁକ୍ରେନ୍, ଋଷିଆ ଉପରେ ୧୦୦୦ ରୁ ଅଧିକ ଡ୍ରୋନ ମାଡ଼ କରିଥିବାର ଜଣାପଡ଼ିଛି। ଯାହା ମଧ୍ୟରୁ ଶହ ଶହ ଡ୍ରୋନ୍ ରାଜଧାନୀ ମସ୍କୋ ଆଡକୁ ମାଡ଼ି ଆସିଥିଲା। ରବିବାର ଅଧିକାରୀ କହିଛନ୍ତି ଯେ ୟୁକ୍ରେନ୍ ସେନା ରାତାରାତି ଋଷିଆ ସୀମାକୁ ହଜାରରୁ ଅଧିକ ଡ୍ରୋନ ମାଡ଼ କରିଥିଲା। ଯାହା ମଧ୍ୟରୁ ଶହ ଶହ ମସ୍କୋ ଆଡକୁ ମାଡ଼ି ଆସିଥିଲା। କ୍ରେମଲିନ୍ ସଂସଦୀୟ ନିର୍ବାଚନର ତୃତୀୟ ଏବଂ ଶେଷ ଦିନ ଆୟୋଜନ କରୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା।

ଡ୍ରୋନ୍ ଆକ୍ରମଣରେ ୨ ମୃତ, ୨୦ ଆହତ
ନ୍ୟୁଜ ଏଜେନ୍ସି AP ରିପୋର୍ଟ ଅନୁଯାୟୀ, ମସ୍କୋ ମେୟର ଏହି ଡ୍ରୋନ୍ ଆକ୍ରମଣକୁ, ଋଷିଆ ରାଜଧାନୀରେ " ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼" ବୋଲି ବର୍ଣ୍ଣନା କରିଛନ୍। ଏନେଇ ସେ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣରେ ଏକ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ କରିଛି। ସ୍ଥାନୀୟ ଗଭର୍ଣ୍ଣର ଆନ୍ଦ୍ରେ ଭୋରୋବୟୋଭ କହିଛନ୍ତି ଯେ ମସ୍କୋ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୪ ବର୍ଷୀୟ ପୁରୁଷ ଏବଂ ଜଣେ ୪୪ ବର୍ଷୀୟ ମହିଳା ଅଛନ୍ତି।


ୟୁକ୍ରେନ୍ ପକ୍ଷରୁ ଆସିନାହିଁ କୌଣସି ପ୍ରତିକ୍ରିୟା
ଋଷିଆ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ୟୁକ୍ରେନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ। ରଷିଆରେ ଏହି ନିର୍ବାଚନ ଦେଶର ପ୍ରଥମ ଯୁଦ୍ଧ ପରବର୍ତ୍ତୀ ସଂସଦୀୟ ନିର୍ବାଚନ ଥିଲା। ଏହା ଏକ ନିର୍ବାଚନ ଯେଉଁଥିରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୀତିର କୌଣସି ବିରୋଧ ଦେଖାଯାଇ ନଥିଲା ଏବଂ କ୍ରେମଲିନ୍‌ ପ୍ରାଧାନ୍ୟକୁ ଆହୁରି ମଜବୁତ କରିବା ପ୍ରାୟତଃ ନିଶ୍ଚିତ ଥିଲା।

ଏହା ସହ ପଢନ୍ତୁ: ସୀମାରୁ ୧୧୦୦ କିମି ଦୂର ଋଷୀୟ ସହର ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ; ୧୩ ମୃତ

ୟୁକ୍ରେନ୍ ଅଞ୍ଚଳରେ ମଧ୍ୟ ନିର୍ବାଚନ ପାଇଁ ମତଦାନ କରାଇଛି ଋଷିଆ
ଋଷିଆ, ସେହି ୪ ୟୁକ୍ରେନ୍ ଅଞ୍ଚଳରେ ମଧ୍ୟ ଏହି ନିର୍ବାଚନ ଲାଗି ମତଦାନ କରାଇଥିଲା, ଯାହା ଯୁଦ୍ଧ ପର ଠାରୁ ଋଷିଆ ସୈନ୍ୟ ବାହିନୀ ନିୟନ୍ତ୍ରଣରେ ରହିଛି। ଗତ ୨୦୧୪ ରେ ଋଷିଆ କ୍ରିମିଆ ଦଖଲ କରିବା ପରେ ମଧ୍ୟ ସେଠାରେ ମତଦାନ କରାଇଥିଲା। ଋଷିଆ ଅଧିକୃତ ୟୁକ୍ରେନ୍ ଅଞ୍ଚଳ କ୍ରିମିଆ ଉପଦ୍ୱୀପ କୃଷ୍ଣ ସାଗର ଉପକୂଳରେ ଅବସ୍ଥିତ। କୀଭ୍ ଏହି ପଦକ୍ଷେପକୁ ବେଆଇନ ବୋଲି ନିନ୍ଦା କରିଛି।


ମସ୍କୋ ଆସୁଥିବା ୪୫୦ ଡ୍ରୋନ୍ ମାରି ଖସାଇ ଦିଆଯାଇଛି: ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ
ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦେଶର ସେନା ବାହିନୀ ସମଗ୍ର ଦେଶ ଏବଂ କ୍ରିମିଆ ଉପଦ୍ୱୀପ ସମେତ କୃଷ୍ଣ ସାଗର ଅଞ୍ଚଳରେ ପ୍ରାୟ ୧୧୦୦ ୟୁକ୍ରେନ୍ ଡ୍ରୋନ୍ ମାରି ଖସାଇ ଦେଇଛି। ମସ୍କୋ ମେୟର ସେରଗେଇ ସୋବ୍ୟାନିନ୍ କହିଛନ୍ତି ଯେ ଋଷିଆ ରାଜଧାନୀ ଆଡକୁ ଆସୁଥିବା ପ୍ରାୟ ୪୫୦ ଡ୍ରୋନ୍ ନଷ୍ଟ ହୋଇଯାଇଛି। ଆକ୍ରମଣରେ ମସ୍କୋ ସହରରେ ଅବସ୍ଥିତ ଏକ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ରାଜଧାନୀରେ "ଅଭୂତପୂର୍ବ ଆକ୍ରମଣ" ନିର୍ବାଚନକୁ ବାଧା ଦେବାର ଏକ ପ୍ରୟାସ ଥିଲା। ହେଲେ ଶତ୍ରୁ ପକ୍ଷ ଏଥିରେ ବିଫଳ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: