Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran US Tensions / ଖାମେନେଇଙ୍କ ମୃତ୍ୟୁର ନିଆଯିବ ଭୟଙ୍କର ପ୍ରତିଶୋଧ: ଇରାନ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·1 min read
ଖାମେନେଇଙ୍କ ମୃତ୍ୟୁର ନିଆଯିବ ଭୟଙ୍କର ପ୍ରତିଶୋଧ: ଇରାନ
Iran

Key Points

ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା
ମୃତ୍ୟୁ ନେଇ ସ୍ପଷ୍ଟ କଲା ଇରାନର ସରକାରୀ ଟେଲିଭିଜନ
ଖାମେନେଇଙ୍କ ମୃତ୍ୟୁର ନିଆଯିବ ଭୟଙ୍କର ପ୍ରତିଶୋଧ
ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯିବା ପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ କହିଛି ଏହାର ପ୍ରତିଶୋଧ ନିଆଯିବ । ହତ୍ୟାକାରୀମାନଙ୍କୁ ଦଣ୍ଡ ଦେବାକୁ ଶପଥ ନେଇଛନ୍ତି ରିଭୋଲ୍ୟୁସନାରୀ ଗାର୍ଡସ ।

ଟେଲିଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଇରାନ କହିଛି ଇତିହାସରେ ସବୁଠାରୁ ଭୟଙ୍କର ଆକ୍ରମଣାତ୍ମକ ଅପରେସନ ଆରମ୍ଭ ହେବ । ଏଥିରେ ଇସ୍ରାଏଲ ଓ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ୍ କରାଯିବ । ୧୯୮୯ ମସିହାରୁ ଇରାନର ସର୍ବୋଚ୍ଚ ନେତା ଥିବା ୮୬ ବର୍ଷୀୟ ଖାମେନେଇ, ଆମେରିକା ଏବଂ ଇସ୍ରାଏଲର ମିଳିତ ବୃହତ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

୨୦୦୩ ମସିହାରେ ଇରାକ ଆକ୍ରମଣ ପରେ କୌଣସି ବିଦେଶୀ ସରକାରକୁ ହଟାଇବା ପାଇଁ ଆମେରିକାର ଏହା ସବୁଠାରୁ ବଡ଼ ସାମରିକ ପଦକ୍ଷେପ ବୋଲି କୁହାଯାଉଛି । ଏହି ଆକ୍ରମଣରେ ଖାମେନେଇଙ୍କ ସହ ତାଙ୍କ ଝିଅ, ଜ୍ୱାଇଁ ଏବଂ ନାତୁଣୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ପଢ଼ନ୍ତୁ ଏହି ଖବର: ଖାମେନେଇଙ୍କ ଖେଳ ଖତମ୍: ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ

ସେପଟେ ଆୟତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ଶୋକ ଘୋଷଣା କରାଯାଇଛି । ଇରାନରେ ୪୦ ଦିନିଆ ଶୋକ ଘୋଷଣା କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଖାମେନେଇଙ୍କ ବାସଭବନରେ ୩୦ଟି ଶକ୍ତିଶାଳୀ ବୋମା ମାଡ଼ ହୋଇଥିଲା । ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଇରାନରେ ଶୋକର ଛାୟା ଖେଳିଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Vows Severe Revenge After Death of Ayatollah Ali Khamenei | Argus News