Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରମ୍ପଙ୍କ ବିରୋଧରେ "No Kings" ପ୍ରୋଟେଷ୍ଟ, ଏକାଠି ହେଲେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ

International

Middle East War Impact / ଟ୍ରମ୍ପଙ୍କ ବିରୋଧରେ "No Kings" ପ୍ରୋଟେଷ୍ଟ, ଏକାଠି ହେଲେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଟ୍ରମ୍ପଙ୍କ ବିରୋଧରେ "No Kings" ପ୍ରୋଟେଷ୍ଟ, ଏକାଠି ହେଲେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ
Donald Trump

Key Points

ଆମେରିକା ସମେତ ୟୁରୋପର ବିଭିନ୍ନ ସହରରେ ବଡ଼ ବିକ୍ଷୋଭ
ଲକ୍ଷ ଲକ୍ଷ ଲୋକ ଏକାଠି ହୋଇ କଲେ "ନୋ କିଙ୍ଗସ" ପ୍ରୋଟେଷ୍ଟ
ଇରାନ ଯୁଦ୍ଧ ଓ ଆମେରିକାର ନୀତିକୁ ବିରୋଧ
ଇରାନ ଯୁଦ୍ଧକୁ ନେଇ ଆମେରିକା ଓ ୟୁରୋପରେ ବଡ଼ ବିକ୍ଷୋଭ । ଇରାନ ଯୁଦ୍ଧ ଓ ଟ୍ରମ୍ପଙ୍କ ନୀତି ବିରୋଧରେ ଆମେରିକା ଏବଂ ୟୁରୋପରେ ଲକ୍ଷାଧିକ ଲୋକ "ନୋ କିଙ୍ଗସ" ବିକ୍ଷୋଭ କରୁଛନ୍ତି । ଆମେରିକା ଏବଂ ୟୁରୋପର ବିଭିନ୍ନ ସହରରେ "ନୋ କିଙ୍ଗସ" ରାଲି ମାଧ୍ୟମରେ ଲକ୍ଷାଧିକ ଲୋକ ପ୍ରତିବାଦ କରିଛନ୍ତି ।

ନ୍ୟୁୟର୍କ ସିଟି ଭଳି ବଡ଼ ସହରଠାରୁ ଆରମ୍ଭ କରି ଆଇଡାହୋର ଡ୍ରିଗ୍ସ ଭଳି ଛୋଟ ସହର ପର୍ଯ୍ୟନ୍ତ ସବୁଠି ଟ୍ରମ୍ପଙ୍କ ନୀତି ବିରୋଧରେ ଜନସମୁଦ୍ର ଦେଖିବାକୁ ମିଳିଛି । ସେଣ୍ଟ ପଲ୍ ସ୍ଥିତ ମିନେସୋଟା କ୍ୟାପିଟଲ୍ ପରିସରରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ମଧ୍ୟପ୍ରାଚ୍ୟରେ ବଢୁଥିବା ସାମରିକ ଉତ୍ତେଜନାକୁ ବିରୋଧ କରିଥିଲେ ଆନ୍ଦୋଳନକାରୀ । ଆମେରିକାରେ ଚାଲିଥିବା କଠୋର ପ୍ରବାସୀ ନୀତିକୁ ମଧ୍ୟ ବିରୋଧ କରାଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟଶୈଳୀକୁ "ରାଜତନ୍ତ୍ର" ସହ ତୁଳନା କରି "ନୋ କିଙ୍ଗସ" ସ୍ଲୋଗାନ ଦିଆଯାଇଥିଲା ।

ଆମେରିକା ବ୍ୟତୀତ ପ୍ରାୟ ଏକ ଡଜନରୁ ଅଧିକ ଦେଶରେ ଏହି ରାଲି ଆୟୋଜିତ ହୋଇଥିଲା । ଲଣ୍ଡନରେ ମଧ୍ୟ ଇରାନ ଯୁଦ୍ଧ ଏବଂ ବର୍ଣ୍ଣବୈଷମ୍ୟ ବିରୋଧରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରୋମରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନୀତି ଏବଂ ଇରାନ ଉପରେ ଆକ୍ରମଣ ବିରୋଧରେ ପ୍ରଦର୍ଶନ ହୋଇଥିଲା । ପ୍ୟାରିସରେ ମଧ୍ୟ ଆମେରିକୀୟ ଏବଂ ଶ୍ରମିକ ସଂଘ ପକ୍ଷରୁ ଟ୍ରମ୍ପଙ୍କ ନୀତି ବିରୋଧରେ ପ୍ରତିବାଦ କରାଯାଇଥିଲା । ହ୍ୱାଇଟ ହାଉସର ମୁଖପାତ୍ର ଆବିଗେଲ ଜ୍ୟାକସନ ଏହି ବିକ୍ଷୋଭକୁ "ବାମପନ୍ଥୀ ପାଣ୍ଠି ପରିଚାଳିତ ନେଟୱାର୍କ"ର ଏକ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସାଧାରଣ ଜନତାଙ୍କର ଏଥିରେ କୌଣସି ସମର୍ଥନ ନାହିଁ ।

ତେବେ ଏହାରି ମଧ୍ୟରେ ଇରାନରେ ଆରମ୍ଭ ହୋଇପାରେ ଗ୍ରାଉଣ୍ଡ ଅପରେସନ । ଏଥିପାଇଁ ମଧ୍ୟପ୍ରାଚ୍ୟରେ ପହଞ୍ଚି ସାରିଛନ୍ତି ଆମେରିକାର ସୈନ୍ୟ । ଆମେରିକା ସେଣ୍ଟ୍ରାଲ କମାଣ୍ଡର ସୂଚନା ଅନୁଯାୟୀ 'ୟୁଏସଏସ ତ୍ରିପୋଲି' ଯୁଦ୍ଧପୋତରେ ୩ ହଜାର ୫ ଶହ ମାରିନ ଏବଂ ନୌସେନା କର୍ମଚାରୀ ଶନିବାର ମଧ୍ୟପ୍ରାଚ୍ୟରେ ପହଞ୍ଚିଛନ୍ତି । ବିଗତ ୨୦ ବର୍ଷ ମଧ୍ୟରେ ଏହା ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ସୈନ୍ୟ ଅଭିଯାନ । ଆମେରିକା ସେଣ୍ଟ୍ରାଲ କମାଣ୍ଡ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ସୈନିକମାନେ କମ୍ବାଟ୍ ଡ୍ରେସ୍, ହେଲମେଟ ଏବଂ ଗଗଲ୍ସ ପିନ୍ଧିଥିବାର ଦେଖାଯାଉଛି। ଏହି ମାରିନମାନେ ମଧ୍ୟପ୍ରାଚ୍ୟରେ ପୂର୍ବରୁ ମୁତୟନ ଥିବା ୫୦ ହଜାର ଆମେରିକୀୟ ସୈନିକଙ୍କ ସହ ସାମିଲ ହେବେ ।
ଏଥିସହ ପଢ଼ନ୍ତୁ:  ମଧ୍ୟପ୍ରାଚ୍ୟରେ ପହଞ୍ଚିଲେ ଆମେରିକାର ଆଉ ୩୫୦୦ ମରିନ୍ କମାଣ୍ଡୋ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No Kings Protest Against Donald Trump Draws Massive Crowds in US and Europe | Argus News