Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲେବାନନ ଉପରେ ଇସ୍ରାଏଲ୍‌ର ରାତି ଅଧିଆ ଷ୍ଟ୍ରାଇକ୍, ୧୬ ଜଣଙ୍କ ମୃତ୍ୟୁ

International

Lebanon Attack / ଲେବାନନ ଉପରେ ଇସ୍ରାଏଲ୍‌ର ରାତି ଅଧିଆ ଷ୍ଟ୍ରାଇକ୍, ୧୬ ଜଣଙ୍କ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଲେବାନନ ଉପରେ ଇସ୍ରାଏଲ୍‌ର ରାତି ଅଧିଆ ଷ୍ଟ୍ରାଇକ୍, ୧୬ ଜଣଙ୍କ ମୃତ୍ୟୁ
16 Dead After Israeli Overnight Airstrikes

Key Points

ଶାନ୍ତି ଚୁକ୍ତି ସହ ଆମରିକା-ଇରାନ ଯୁଦ୍ଧ ସରିଛି । ହେଲେ ଆମେରିକା-ଇରାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ସହଜରେ ଗ୍ରହଣ କରି ପାରୁନି ଇସ୍ରାଏଲ୍ । ଲେବାନନ ଉପରେ ଇସ୍ରାଏଲ୍ ଆଟାକ୍ ଜାରି ରଖିଛି ।
ନୂଆଦିଲ୍ଲୀ: ଗୋଟିଏ ଯୁଦ୍ଧରେ ଯବନିକା ପଡ଼ିଲା, ଆଉ ଏକ ଯୁଦ୍ଧ ଛିଡ଼ିଲା । ଶାନ୍ତି ଚୁକ୍ତି ସହ ଆମରିକା-ଇରାନ ଯୁଦ୍ଧ ସରିଛି । ହେଲେ ଆମେରିକା-ଇରାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ସହଜରେ ଗ୍ରହଣ କରି ପାରୁନି ଇସ୍ରାଏଲ୍ ।

ଯାହାର ଫଳ ସ୍ଵରୂପ ଶାନ୍ତି ଚୁକ୍ତି ପରେ ଲେବାନନ ଉପରେ ଇସ୍ରାଏଲ୍ ଆଟାକ୍ ଜାରି ରଖିଛି । ସଦ୍ୟ ସୂଚନା ଅନୁସାରେ, ଇସ୍ରାଏଲ୍ ସୈନିକ ଦକ୍ଷିଣ ଲେବାନନ ଉପରେ ରାତି ଅଧିଆ ଆକ୍ରମଣ କରିଛି । ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ଲେବାନନର ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରୁ ନାକାବନ୍ଦୀ ହଟାଇଲା ଆମେରିକା, ୬୦ ଦିନ ଯାଏଁ ବିନା ଶୁଳ୍କରେ ଯାତାୟାତ କରିପାରିବ ଜାହାଜ 

ତେବେ ଲେବାନନ ଉପରେ ଇସ୍ରାଏଲ୍‌ର ଆକ୍ରମଣ ଶାନ୍ତି ଚୁକ୍ତିକୁ ପ୍ରଭାବିତ କରିପାରେ । କାରଣ ଚୁକ୍ତି ଅନୁସାରେ, ଦୁଇ ଦେଶ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନାହିଁ । ଅନ୍ୟପଟେ ଲେବାନନରେ ହିଜବୁଲ୍ଲାର ଉପସ୍ଥିତିକୁ ଇସ୍ରାଏଲ୍‌ ବିପଦ ଆଶଙ୍କା କରୁଛି ।

ଯାହାକୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପଛକୁ ହଟିବେ ନାହିଁ କହିଛନ୍ତି । ନେତାନ୍ୟାହୁ କହିଛନ୍ତି, "ଯେବେ ପର୍ଯ୍ୟନ୍ତ ହିଜବୁଲ୍ଲାର ଅନ୍ତ ନ ହୋଇଛି, ସେବେ ପର୍ଯ୍ୟନ୍ତ ଇସ୍ରାଏଲ୍ ସୈନିକ ଲେବାନନ ଉପରେ ଆକ୍ରମଣ ଜାରି ରଖିବେ ।"

ଗୋଟିଏ ପଟେ ସ୍ଵିଜରଲ୍ୟାଣ୍ଡରେ ଇରାନ ଓ ଆମେରିକା ଯୁଦ୍ଧ ସମ୍ପୂର୍ଣ୍ଣ ସମାପ୍ତି ନେଇ ଆଲୋଚନା କରିବାକୁ ଥିବା ବେଳେ ଇସ୍ରାଏଲ, ଲେବାନନ ଉପରେ ଆକ୍ରମଣ କରି କ୍ଷେତ୍ରରେ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି ।

ଅଟକିଲା ସ୍ଵିଜରଲ୍ୟାଣ୍ଡ ଆଲୋଚନା

ଗୁରୁବାର ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଇରାନ ସହ ଆଲୋଚନା ପାଇଁ ସ୍ଵିଜରଲ୍ୟାଣ୍ଡ ଯିବାର ଥିଲା । ତେବେ ଲଜିଷ୍ଟିକ୍ସ ସମସ୍ୟା ପାଇଁ ଜେଡି ଭାନ୍ସ ଯାଇ ପାରି ନଥିବା ହ୍ଵାଇଟ୍ ହାଉସ୍ ପକ୍ଷରୁ କୁଯାଇଛି ।

ଏଥିସହ ପଢ଼ନ୍ତୁ: ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା

ଅନ୍ୟପଟେ ଇରାନ ସମର୍ଥିତ ହିଜବୁଲ୍ଲା ସହ ଜଡ଼ିତ ଏକ ଚ୍ୟାନେଲ୍ କହିଛି, "ତେହରାନ ତାର ପ୍ରତିନିଧିଙ୍କୁ ସ୍ଵିଜରଲ୍ୟାଣ୍ଡ ପଠାଇବାରେ ବିଳମ୍ବ କରୁଛି ।" ଏବେ ସମସ୍ତଙ୍କ ନଜର ସ୍ଵିଜରଲ୍ୟାଣ୍ଡରେ ଆମେରିକା-ଇରାନ ଆଲୋଚନା ଲେବାନନ-ଇସ୍ରାଏଲ୍ ଯୁଦ୍ଧକୁ କେବେ ରୋକୁଛି ।

ସେପଟେ ବୁଧବାର ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ୍ ମାକ୍ରନଙ୍କ ସହ ରାତ୍ରୀଭୋଜନ ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଚୁକ୍ତିର ପ୍ରାରମ୍ଭିକ ନଥିପତ୍ରରେ ହସ୍ତାକ୍ଷର କରିବା ସହ ତାହା ତୁରନ୍ତ ଲାଗୁ ହୋଇଛି ।

ଚୁକ୍ତିରେ ଟ୍ରମ୍ପଙ୍କ ସ୍ଵାକ୍ଷର ପରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଇସ୍ରାଏଲ୍‌କୁ ଚେତାବନୀ ଦେଇଛନ୍ତି । କହିଛନ୍ତି, "ବିଶ୍ଵରେ ଟ୍ରମ୍ପ ହେଉଛନ୍ତି ଏଭଳି ଜଣେ ନେତା ଯିଏକି, ଇସ୍ରାଏଲ୍‌କୁ ଏବେ ଦୟା କରୁଛନ୍ତି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored