Iran Israel War / ଇରାନର ୩୦ଟି ସ୍ଥାନ ଉପରେ ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣ
·1 month ago·2 min read

Key Points
ଇରାନ ଉପରେ ଭୟଙ୍କର ଆକ୍ରମଣ ହୋଇଛି । ଇରାନ-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଇରାନ ପ୍ରତି ଜବାବ ଦେଇଛି । ଇସ୍ରାଏଲ୍ ଉପରେ ଇରାନ ୭୦ଟି ବାଲିଷ୍ଟିକ ମିସାଇଲ୍ ମାଡ଼ କରିଛି ।
ତେହରାନ: ଶନିବାର ଇରାନ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍ । ଆକ୍ରମଣ ନେଇ ଇସ୍ରାଏଲ୍ର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଇରାନ ଉପରେ ଆମେ ଆକ୍ରମଣ କରିଛୁ ।" ଇସ୍ରାଏଲ୍ର ରାଜଧାନୀ ତେହରାନର ମଧ୍ୟଭାଗରେ ବିସ୍ଫୋରଣ ହୋଇଛି । ତେହରାନର ଆକାଶ ଘନ ଧୂଆଁରେ ଭରି ଯାଇଛି ।
ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ, ଇରାନ ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ ହୋଇଛି । ଇସ୍ରାଏଲ୍ର ଆକ୍ରମଣ ପରେ ବାୟୁ ସୀମାକୁ ବନ୍ଦ କରି ଦେଇଛି ଇରାନ । ଇରାନର ଜଣେ ଅଧିକାରୀଙ୍କ ଅନୁସାରେ, "ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ତେହରାନରେ ନାହାନ୍ତି ଏବଂ ତାଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।"
ଏଥିସହ ପଢ଼ନ୍ତୁ: 'ମୁଁ ଭାରତ ପାଖରେ ଋଣୀ'; ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ପ୍ରେମ ଜୀବନର ଚମକଦାର ଖୁଲାସା
ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ, ୮୬ ବର୍ଷୀୟ ଅୟାତୁଲ୍ଲା ଅଲୀ ଖାମେନେଇ ଇସ୍ରାଏଲ୍ର ଆକ୍ରମଣ ସମୟରେ ତେହରାନରେ ନଥିଲେ । ତାଙ୍କୁ ସୁରକ୍ଷିତ ସ୍ଥାନକୁ ପଠା ଯାଇଛି । ଇରାନର ରାଜଧାନୀ ତେହରାନରେ ଏକାଧିକ ବିସ୍ଫୋରଣ ହୋଇଥିବା ବେଳେ ଦେଶରେ ମୋବାଇଲ୍ ସେବା ବର୍ତ୍ତମାନ ଠପ୍ ହୋଇ ଯାଇଛି ।
ଆକ୍ରମଣରେ ଆମେରିକା ସାମିଲ
ଆମେରିକାର ଦୁଇ ଜଣ ଅଧିକାରୀ କହିଛନ୍ତି, "ଇରାନ ଉପରେ ଇସ୍ରାଏଲ୍ର ଆକ୍ରମଣରେ ଆମେରିକା ସାମିଲ ଅଛି ।" ଇରାନ ଉପରେ ଆମେରିକା ଆକ୍ରମଣ କରିଥିବା ସିଏନଏନକୁ ଆମେରିକୀୟ ଅଧିକାରୀ କହିଛନ୍ତି । ତେବେ ବଡ଼ ଧରଣର ଆକ୍ରମଣ ହୋଇଥିବା ଆମେରିକା କହିଛି ।
ଏଥିସହ ପଢ଼ନ୍ତୁ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ: ସେନା ଶକ୍ତିରେ କିଏ ଆଗରେ?
ଦୀର୍ଘ ଦିନରୁ ତେହରାନର ପରମାଣୁ ଓ ବାଲିଷ୍ଟିକ ମିସାଇଲ୍ କାର୍ଯ୍ୟକ୍ରମକୁ ନେଇ ଇରାନ, ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ପୂର୍ବରୁ ହିଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ପରମାଣୁ କାର୍ଯ୍ୟକ୍ରମ ନେଇ ଚୁକ୍ତି କରିବାକୁ ୧୦ରୁ ୧୫ ଦିନ ସମୟ ଦେଇଥିଲେ । ସମୟ ସହ ଚେତାବନୀ ଦେଇ ଟ୍ରମ୍ପ କହିଥିଲେ, "ଚୁକ୍ତି ନ ହେଲେ ପରିଣାମ ଭୟଙ୍କର ହେବ ।"
ଏବେ ଚେତାବନୀ ଅନୁସାରେ, ଇରାନ ଉପରେ ଭୟଙ୍କର ଆକ୍ରମଣ ହୋଇଛି । ଇରାନ-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଇରାନ ପ୍ରତି ଜବାବ ଦେଇଛି । ଇସ୍ରାଏଲ୍ ଉପରେ ଇରାନ ୭୦ଟି ବାଲିଷ୍ଟିକ ମିସାଇଲ୍ ମାଡ଼ କରିଛି । ସେପଟେ ଇସ୍ରାଏଲ୍ ସାରା ଦେଶରେ ଆଲର୍ଟ ଆକ୍ଟିଭେଟ୍ କରି ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories