Burqa Ban / ବୁର୍ଖା ଓ ନକାବ ଉପରେ ପ୍ରତିବନ୍ଧକ ଲଗାଇଲା ଇଟାଲି; ଏଣିକି ବିଦ୍ୟାଳୟରେ ପିନ୍ଧି ପାରିବେନି
·1 hour ago·2 min read

Key Points
ଶ୍ରେଣୀଗୃହରେ ବୁର୍ଖା ଓ ନକାବକୁ ବ୍ୟାନ୍ କରାଯାଇଛି । ଚେହେରା ଢାଙ୍କିବା ନିୟମ ଭାଙ୍ଗିଲେ ୧ ହଜାର ୟୁରୋ ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ।
ନୂଆଦିଲ୍ଲୀ: ଇଟାଲିର ବିଦ୍ୟାଳୟ ଗୁଡ଼ିକରେ ବୁର୍ଖା ଓ ନକାବ ଉପରେ ପ୍ରତିବନ୍ଧକ ଲଗା ଯାଇଛି । ଆସିଥିବା ନୂଆ ଆଇନ୍ ଅନୁସାରେ, ଏଣିକି ସ୍କୁଲ୍ରେ ଛାତ୍ରୀ ସେମାନଙ୍କ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ପାରିବେ ନାହିଁ, ଯେଭଳି ସେମାନଙ୍କ ପରିଚୟ ଲୁଚାଇ ଦିଆଯାଇ ପାରିବ ।
ନୂଆ ନିୟମ ଅନୁସାରେ, ଶ୍ରେଣୀଗୃହରେ ବୁର୍ଖା ଓ ନକାବକୁ ବ୍ୟାନ୍ କରାଯାଇଛି । ତେବେ ଯେଉଁ ନକାବରେ ଚେହେରା ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଛି ତାହାକୁ ଛାଡ଼ କରାଯାଇପାରେ । ସେହିଭଳି ଚେହେରା ଢାଙ୍କିବା ନିୟମ ଭାଙ୍ଗିଲେ ୧ ହଜାର ୟୁରୋ ପର୍ଯ୍ୟନ୍ତ ଜରିମାନା କରାଯାଇପାରେ ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂ-କମ୍ପ ଝଟକା…ରିକ୍ଟର ସ୍କେଲରେ ତୀବ୍ରତା ୩.୮
ସୂଚନାଯୋଗ୍ୟ, ଇଟାଲିର ଚ୍ୟାମ୍ବର ଅଫ୍ ଡେପ୍ଯୁଟିଜ୍ ନଭେମ୍ବର ୨୬ ତାରିଖରେ ଏହି ବିବାଦୀୟ ଶିକ୍ଷା ଆଇନ୍କୁ ଚୂଡ଼ାନ୍ତ ମଞ୍ଜୁରୀ ଦେଇଛି । ଯେଉଁଥିରେ ଆଇନ୍ ସପକ୍ଷରେ ୧୪୨ ଓ ବିରୋଧରେ ୧୧୨ଟି ଭୋଟ୍ ପଡ଼ିଛି । ଆଇନ୍ ଆଗତ ବେଳେ ୪ ସଦସ୍ୟ ଗୃହରେ ଉପସ୍ଥିତ ନଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଦେଶୀ ଛାତ୍ରଛାତ୍ରୀଙ୍କ ଉପରେ ସୀମା
ଏଥିସହ ଆଇନ୍ରେ ପ୍ରଥମ ବର୍ଷ ଶ୍ରେଣୀ ଗୃହରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସର୍ବାଧିକ ୩୦ ପ୍ରତିଶତକୁ ହ୍ରାସ କରାଯାଇଛି । ତେବେ ଇଟାଲିୟନ୍ ଭାଷା ଜାଣିଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ୩୦ ପ୍ରତିଶତ ନିୟମ କୋହଳ ହୋଇପାରେ ।
ଯଦି କୌଣସି ବିଦ୍ୟାଳୟ ନିର୍ଦ୍ଧାରିତ ନିୟମ ପାଳନ କରିବ ନାହିଁ । ତାହେଲେ ଶିକ୍ଷା ବିଭାଗ ଛାତ୍ରଙ୍କୁ ନିକଟରେ ଥିବା ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନେଇ ପାରିବ । ନୂଆ ନିୟମ ଅନୁସାରେ, ବିଦେଶୀ ମାତା-ପିତାଙ୍କ ପାଇଁ ଇଟାଲିୟନ୍ ଭାଷା ପାଠ୍ୟକ୍ରମ ବ୍ୟବସ୍ଥା ରହିଛି । ଯେଭଳି ଛୁଆକୁ ପଢ଼ିବାରେ ସମସ୍ୟା ନ ହେବ ।
ଏଥିସହ ପଢ଼ନ୍ତୁ: ରେଷ୍ଟୁରାଣ୍ଟରେ ଅଜବ ନିୟମକୁ ନେଇ ତେଜିଲା ବିବାଦ
ତେବେ ଇଟାଲି ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ସମାଲୋଚନା କରିଛନ୍ତି । ସରକାର ନେଇଥିବା ପଦକ୍ଷେପ ଭେଦଭାବ ବଢ଼ାଇବ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଇଟାଲିର ଶିକ୍ଷା ମନ୍ତ୍ରୀ ଆଇନ୍କୁ ସମର୍ଥନ କରି କହିଛନ୍ତି, "ଇଟାଲିୟନ ଭାଷାର ଜ୍ଞାନ ଓ ନିୟମର ସମ୍ମାନ ଜରିଆରେ ଏକତା ବଢ଼ିବ ।