Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାକିସ୍ତାନର ଅତ୍ୟାଚାରରେ ଅସ୍ତବ୍ୟସ୍ତ ପାକ୍ ଅଧିକୃତ କାଶ୍ମୀର; ଭାରତ ପାଖରେ କଲେ ଗୁହାରି

International

PoK Seeks India Help / ପାକିସ୍ତାନର ଅତ୍ୟାଚାରରେ ଅସ୍ତବ୍ୟସ୍ତ ପାକ୍ ଅଧିକୃତ କାଶ୍ମୀର; ଭାରତ ପାଖରେ କଲେ ଗୁହାରି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ପାକିସ୍ତାନର ଅତ୍ୟାଚାରରେ ଅସ୍ତବ୍ୟସ୍ତ ପାକ୍ ଅଧିକୃତ କାଶ୍ମୀର; ଭାରତ ପାଖରେ କଲେ ଗୁହାରି
PoK Seeks India Help

Key Points

PoKରେ ତୀବ୍ର ହେଉଛି ପାକ୍ ବିରୋଧୀ ନାରା
ପୁଞ୍ଚ ଓ ଡୋଡାରେ LoC ଖୋଲିବାକୁ କରୁଛନ୍ତି ଅପିଲ୍
ଦାବି ନଶୁଣିଲେ ଦ୍ଵିତୀୟ ରାସ୍ତା ବାଛିବାକୁ ଦେଲେ ଚେତାବନୀ
ପାକିସ୍ତାନ ଅଧିକୃତ କାଶ୍ମୀରରେ ତୀବ୍ର ହେଉଛି ଅଶାନ୍ତି । ଏବେ ପାକିସ୍ତାନ ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଲୋକ । ପାକିସ୍ତାନ ସେନା ହାତରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଏପରି ସ୍ଥିତିରେ PoKର ବିରୋଧ ପ୍ରଦର୍ଶନର ନେତୃତ୍ଵ ନେଉଥିବା ଜଏଣ୍ଟ ଆୱାମି ଆକ୍ସନ କମିଟି (JAAC)ର ନେତା ସର୍ଦ୍ଦାର ଅମନ ଖାନ ଭାରତଠାରୁ ସାହାଯ୍ୟ ଲୋଡ଼ିଛନ୍ତି । ପାକିସ୍ତାନ ସରକାର ବିରୋଧ ପ୍ରଦର୍ଶନକୁ ରୋକିବା ଲାଗି ଏହି ଅଞ୍ଚଳରେ ଅର୍ଥନୈତିକ ଅବରୋଧ କରିଛନ୍ତି । ଏପରି ସ୍ଥିତିରେ ମାନବିକତା ଦୃଷ୍ଟିରୁ ଭାରତ ସହାୟତା ପଠାଉ ବୋଲି କହିଛନ୍ତି ଅମନ ।

ଏଠାରେ କହିରଖୁଛୁ କି, ଅର୍ଥନୈତିକ ଅବରୋଧରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆର୍ଥିକ କାରବାର, ବାଣିଜ୍ୟ, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଜୋରଜବରଦସ୍ତି ବା ବାଧ୍ୟତାମୂଳକ ଭାବେ ବନ୍ଦ କରାଯାଇଥାଏ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଏବେ ସମାନ ଅବସ୍ଥା । PoK ପାକିସ୍ତାନ ବିରୋଧରେ ସ୍ଵର ଉତ୍ତୋଳନ କରିଥିବାରୁ ଏହି ଅଞ୍ଚଳରେ ଅର୍ଥନୈତିକ ଅବରୋଧ କରାଯାଇଛି । ଏଣୁ JAACର ମୁଖ୍ୟ ଅମନ ଖାନ ଭାରତଠାରୁ ସହାୟତା ଲୋଡ଼ିଛନ୍ତି ଏବଂ ଲାଇନ୍ ଅଫ୍ କଣ୍ଟ୍ରୋଲ (LoC) ଖୋଲିବାକୁ ଅନୁରୋଧ କରିଛନ୍ତି । ତାଙ୍କର କହିବା କଥା ହେଉଛି, ଯଦି ଆଗକୁ ସ୍ଥିତି ଆହୁରି ବିଗିଡିଯାଏ ତେବେ ସାଧାରଣ ଲୋକେ ଭାରତରେ ଆଶ୍ରୟ ନେବେ ।

  • 'ଆମକୁ ଭାରତର ସାହାଯ୍ୟ ଆବଶ୍ୟକ'
ସୋସିଆଲ ମିଡିଆରେ ଅମନ ଖାନଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହୁଛନ୍ତି, "ଆମକୁ ଭାରତର ସାହାଯ୍ୟ ଆବଶ୍ୟକ । ଏଠାରେ ରାସନ ସାମଗ୍ରୀର ଅଭାବ.. ।" ସେ କହିଛନ୍ତି ଯେ PoK ପାକିସ୍ତାନ ସୁରକ୍ଷା ବଳ ବିରୋଧରେ ପ୍ରଦର୍ଶନକୁ ଜୋରଦାର କରିବା ପରେ ପାକିସ୍ତାନ ସରକାର ଏହି ଅଞ୍ଚଳରେ ଖାଦ୍ୟ ଓ ଔଷଧ ସାମଗ୍ରୀର ଅଭାବ ସୃଷ୍ଟି କରିଛି । ରାୱଲକୋଟରେ ଜମିଥିବା ଭିଡ଼କୁ ଯେତେବେଳେ ଅମନ ଖାନ ବାରମ୍ବାର ପଚାରିଥିଲେ ଯେ, 'କଣ ଆମକୁ LoC ଆଡ଼କୁ ବଢିବା ଦରକାର ?' ତେବେ ରୁଣ୍ଡ ହୋଇଥିବା ଲୋକେ ବାରମ୍ବାର ଏଥିପ୍ରତି ସମ୍ମତି ଜଣାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।


  • କାହିଁକି PoKରେ ଅଶାନ୍ତି ?
କାଶ୍ମୀରର ଯେଉଁ ଭାଗକୁ ପାକିସ୍ତାନ ଦଖଲ କରିଛି ବା PoKରେ ଗତ କିଛି ମାସ ଧରି ପାକ୍ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଛି । ପିଓକେ ପାକିସ୍ତାନର ଅଂଶବିଶେଷ ନୁହଁ ବୋଲି ବାରମ୍ବାର ଦାବି କରିଥିଲେ ଏବଂ ସେମାନଙ୍କୁ ସ୍ଵାଧୀନତା ଆବଶ୍ୟକ ବୋଲି କହିଥିଲେ । କିଛି ଅବ୍ୟବସ୍ଥାକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲେ ସୁଦ୍ଧା, ଏବେ ଏଠାକାର ବାସିନ୍ଦା ପାକିସ୍ତାନଠାରୁ ସ୍ଵାଧୀନତା ଚାହୁଁଥିବା ଖୋଲାଖୋଲି ଦାବି କରୁଛନ୍ତି ।

ପଢନ୍ତୁ ଏହି ଖବର: 'PoK ପାକିସ୍ତାନର ନୁହଁ'; ତୀବ୍ର ହେବାରେ ଲାଗିଛି ପାକ୍ ଅଧିକୃତ କାଶ୍ମୀରବାସୀଙ୍କ ପ୍ରତିବାଦ

  • କଣ କହୁଛନ୍ତି କୂଟନୈତିକ ବିଶେଷଜ୍ଞ ?
କୂଟନୈତିକ ବିଶେଷଜ୍ଞଙ୍କ କହିବାନୁସାରେ, ପିଓକେରେ ଦେଖାଯାଇଥିବା ରାଜନୈତିକ ସଙ୍କଟ, ସ୍ଥାନୀୟ ବାସିନ୍ଦା ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଥିବା ଅବିଶ୍ଵାସକୁ ଦର୍ଶାଉଛି କାରଣ ଏହି ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଇସଲାମବାଦ ଦ୍ଵାରା ନିୟନ୍ତ୍ରିତ ହେଉଛି । ଗତ ଜୁନ ୫ ତାରିଖରେ ପାକିସ୍ତାନୀ ଅଧିକାରୀଙ୍କ ଦ୍ଵାରା JAACକୁ ଅବୈଧ ଘୋଷଣା କରିବା ଓ ତୃଣମୂଳ ସ୍ତରରେ କାମ କରୁଥିବା ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପରେ PoKରେ ଅଶାନ୍ତି ଆହୁରି ବୃଦ୍ଧି ପାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored