Videos
|
International

Black Bear Alert / ପୁଣି ମାତିଲା ମଣିଷ ଖିଆ କଳା ଭାଲୁ, ଦୁଇ ଦିନ ପାଇଁ ସବୁ ସ୍କୁଲ୍ ଛୁଟି

Sushanta Sahoo
Browse all articles by Sushanta Sahoo
·3 months ago·2 min read
ପୁଣି ମାତିଲା ମଣିଷ ଖିଆ କଳା ଭାଲୁ, ଦୁଇ ଦିନ ପାଇଁ ସବୁ ସ୍କୁଲ୍ ଛୁଟି
94 Schools Closed Amid Fear

Key Points

ବିଗତ କିଛିଦିନ ମଧ୍ୟରେ ମଣିଷ ଖିଆ କଳା ଭାଲୁକୁ ଲୋକେ ୧୨ରୁ ଅଧିକ ଥର ଦେଖିଲେଣି । ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଲାଗି ସତର୍କତାମୂଳକ ଭାବେ ୯୪ଟି ସ୍କୁଲ୍‌କୁ ଦ୍ଵିତୀୟ ଦିନ ମଧ୍ୟ ବନ୍ଦ ରଖା ଯାଇଛି ।
ନୂଆଦିଲ୍ଲୀ: ସହରରେ ଭାଲୁ ବୁଲୁଛି । କେତେବେଳେ ସ୍କୁଲ୍ କ୍ୟାମ୍ପସ୍‌ରେ ପଶୁଛି ତ ଆଉ କେବେ ବିଶ୍ଵବିଦ୍ୟାଳୟ ନିକଟରେ । ଯେଉଁଥିପାଇଁ ଦୁଇ ଦିନ ହେଲାଣି ସହରର ସମସ୍ତ ସ୍କୁଲ୍‌କୁ ବନ୍ଦ ରଖା ଯାଇଛି ।

ସୂଚନା ଅନୁସାରେ, ଦୁନିଆର ସବୁଠୁ ବିକଶିତ ଦେଶ ଜାପାନରେ ଭାଲୁ ପାଇଁ ବନ୍ଦ ରହିଛି ବିଦ୍ୟାଳୟ । ଜାପନର ଉତ୍ସୁନୋମିୟା ସହରରେ ମଣିଷ ଖିଆ କଳା ଭାଲୁ ବୁଲୁଛି । ଆଉ ଭାଲୁ ପାଇଁ ସରକାର ସେଠାକ ୯୪ଟି ସ୍କୁଲ୍‌କୁ ଛୁଟି କରି ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ହଠାତ୍ ପାଦ ତଳୁ ମାଟି ଖସିଗଲା; ବାସ୍ତବତା ଜାଣି ମୁଣ୍ଡରେ ହାତ ଦେଲେ ଯୁବକ 

ଉତ୍ସୁନୋମିୟାରେ ମଙ୍ଗଳବାର ଦ୍ଵିତୀୟ ଦିନ ମଧ୍ୟ କଳା ଭାଲୁକୁ ଖୋଜିବା କାର୍ଯ୍ୟ ଜାରି ରହିଛି । ବିଗତ କିଛିଦିନ ମଧ୍ୟରେ ମଣିଷ ଖିଆ କଳା ଭାଲୁକୁ ଲୋକେ ୧୨ରୁ ଅଧିକ ଥର ଦେଖିଲେଣି । ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଲାଗି ସତର୍କତାମୂଳକ ଭାବେ ସ୍କୁଲ୍‌କୁ ଦ୍ଵିତୀୟ ଦିନ ମଧ୍ୟ ବନ୍ଦ ରଖା ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନ୍ୟୁଜ୍ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁସାରେ, ବୁଲୁଥବା ବୟସ୍କ ଭାଲୁର ଓଜନ ପ୍ରାୟ ୧୦୦ କେଜି ହେବ । ସ୍ଥାନୀୟ ପ୍ରଶାସନ ଅନୁସାରେ, ଲୋକେ ଶେଷଥର ପାଇଁ ଭାଲୁଟିକୁ ମଙ୍ଗଳବାର ସକାଳେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍ ଠାରୁ ୭୦୦ ମିଟର ଦୂରରେ ଦେଖିଥିଲେ ।

ଏହା ପୂର୍ବରୁ ଭାଲୁଟି ଶନିବାର ଦେଖା ଯାଇଥିଲା । ତେବେ ଜାପାନର ଉତ୍ସୁନୋମିୟା ସହରରେ ଭାଲୁ ଦେଖାଯିବାର ଏହା ପ୍ରଥମ ଘଟଣା । ଉତ୍ସୁନୋମିୟା ସହର ଜାପାନର ରାଜଧାନୀ ଟୋକିଓ ଠାରୁ ଉତ୍ତରରେ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ।

ଏଥିସହ ପଢ଼ନ୍ତୁ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ଭୟଙ୍କର ସୌରଝଡ଼…ଭାରତରେ ଦେଖାଯିବ ଅଦ୍ଭୁତ ଆଲୋକମାଳା

ଜାପାନରେ ବଢ଼ୁଛି ଭାଲୁଙ୍କ ଆକ୍ରମଣ

ଏବେର ସମୟରେ ଜାପାନରେ ଭାଲୁ ଆକ୍ରମଣ ବୃଦ୍ଧି ପାଇଛି । ଭାଲୁ ସହରକୁ ପଶି ଆସୁଛନ୍ତି । ଫଳରେ ସରକାର ଭାଲୁଙ୍କ ନିୟନ୍ତ୍ରଣ ଲାଗି ଏକ ସ୍ଵତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି । ଜାପାନର ପରିବେଶ ମନ୍ତ୍ରଣାଳୟ ଅନୁସାରେ, ୨୦୨୫ ଆର୍ଥିକ ବର୍ଷରେ ଭାଲୁ ଆକ୍ରମଣରେ ରେକର୍ଡ ୨୩୮ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ଯୁ ହୋଇଛି ।

ବିଶେଷଜ୍ଞଙ୍କ ଅନୁସାରେ, ଜଳବାୟୁ ପରିବର୍ତ୍ତନ କାରଣରୁ ଭାଲୁମାନଙ୍କ ବାସସ୍ଥଳୀ ପ୍ରଭାବିତ ହୋଇଛି । ପ୍ରାକୃତିକ ଖାଦ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହା ସହ ଗାଁର ଲୋକଙ୍କ ପଳାୟନ ଓ ଜମି ଚାଷ ନ ହୋଇ ଖାଲି ପଡ଼ିବା ଦ୍ଵାରା ଭାଲୁ ଖାଦ୍ୟ ଅନ୍ଵେଷଣରେ ଜନବସତି ଆଡ଼କୁ ଚାଲି ଆସୁଛନ୍ତି ।