Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଠାତ୍ ପାଦ ତଳୁ ମାଟି ଖସିଗଲା; ବାସ୍ତବତା ଜାଣି ମୁଣ୍ଡରେ ହାତ ଦେଲେ ଯୁବକ

Viral stories

Apartment Scam / ହଠାତ୍ ପାଦ ତଳୁ ମାଟି ଖସିଗଲା; ବାସ୍ତବତା ଜାଣି ମୁଣ୍ଡରେ ହାତ ଦେଲେ ଯୁବକ

Debashree Debasmita Sahoo
Browse all articles by Debashree Debasmita Sahoo
·7 hours ago·2 min read
ହଠାତ୍ ପାଦ ତଳୁ ମାଟି ଖସିଗଲା; ବାସ୍ତବତା ଜାଣି ମୁଣ୍ଡରେ ହାତ ଦେଲେ ଯୁବକ
Apartment Scam

Key Points

ନୂଆ ଘରେ ରହିବାକୁ ଅନେକ ସ୍ଵପ୍ନ ଦେଖିଥଲେ
ନିଜ ଜୀବନର କଷ୍ଟ ଅର୍ଜିତ ଧନକୁ ବ୍ୟୟ କରିଥିଲେ
ହେଲେ ସତ ଜାଣିବା ପରେ ପାଦ ତଳୁ ମାଟି ଖସିଗଲା
୩୩ ଲକ୍ଷ ଦେଇ ୩୪ ମହଲା କିଣିଥିଲେ
କିନ୍ତୁ ବିଲ୍ଡିଂଟି ୩୨ ମହଲା ଜଣାପଡ଼ିଲା
ଯୁବକଙ୍କ ସହ ଘଟିଲା ଅଜବ ଘଟଣା । ନିଜ କଷ୍ଟ ଅର୍ଜିତ ଧନକୁ ଘରକିଣା ପାଇଁ ବିନିଯୋଗ କଲେ । ୩୩ ଲକ୍ଷ ଦେଇ ଏକ ବଡ଼ ଅଟ୍ଟାଳିକାର ୩୪ ନମ୍ବର ଫ୍ଲାଟ୍ କିଣିଲେ । କିନ୍ତୁ ଦେଖିଲା ବେଳକୁ ବିଲ୍ଡିଂଟି ୩୨ ମହଲା । ଅର୍ଥାତ୍ ଉକ୍ତ ବିଲ୍ଡିଂରେ ୩୩ କି ୩୪ ନମ୍ବର ମହଲା ନାହିଁ । ଚୀନର ସାଙ୍କସିର ଜିଆନଠାରେ ଶେନ୍ ନାମକ ଜଣେ ଯୁବକଙ୍କ ସହ ଏଭଳି ଅଭାବନୀୟ ଘଟଣା ଘଟିଛି । ୨୦୧୩ରେ ଆପାର୍ଟମେଣ୍ଟକୁ କିଣିଥିବାବେଳେ ୧୩ ବର୍ଷରେ ଧୋକା ଖାଇଛନ୍ତି ଗ୍ରାହକ ।

ଶେନ୍ ୯୦ ବର୍ଗ ମିଟରର ଆପାର୍ଟମେଣ୍ଟ କିଣିଥିଲେ । ଏହା ବିଲ୍ଡିଂର ୩୪ ମହଲା ଥିବା ବିଲ୍ଡର ଜଣକ ତାଙ୍କୁ କହିଥିଲେ । ସେ ଭାରତୀୟ ମୁଦ୍ରାରେ ପ୍ରାୟ ୩୩.୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଅର୍ଥାତ୍ ଗୋଟିଏ ବର୍ଗ କିଲୋମିଟର ପିଛା ସେ ୩୭,୪୩୧ ଟଙ୍କା ଦେଇଛନ୍ତି । ଏହି ଆପାର୍ଟମେଣ୍ଟଟି ଗ୍ରାମାଞ୍ଚଳରେ ଏବଂ ବେଆଇନ ଭାବେ ନିର୍ମିତ ହୋଇଥିବାରୁ ଏହାର ଦାମ କମ୍ ଥିବା ଜଣାପଡ଼ିଛି । ଆପାର୍ଟମେଣ୍ଟ ତିଆରି ପାଇଁ ବିଲ୍ଡରଙ୍କୁ ଆନୁଷ୍ଠାନିକ ଅନୁମତି ମଧ୍ୟ ପ୍ରଦାନ କରାଯାଇନଥିଲା । ଏହା ଚୀନର ସମ୍ପତ୍ତି ଆଇନ ଅଧୀନରେ ଆସୁନଥିବାବେଳେ ପୁଣିଥରେ ବିକ୍ରି କରାଯାଇପାରିବ ନାହିଁ । ଏହା ସତ୍ତ୍ଵେ କମ୍ ମୂଲ୍ୟ ଯୋଗୁଁ ଏହା ଗ୍ରାହକଙ୍କୁ ବେଶ ଆକର୍ଷିତ କରିଥିଲା ।

  • ୧୬ ଲକ୍ଷ ଡାଉନ୍ ପେମେଣ୍ଟ ଦେଇଥିଲେ
୨୦୧୩ରେ ଶେନ୍ ୧୧୭,୭୦୦ ୟୁଆନ୍ (ପ୍ରାୟ ୧୬ ଲକ୍ଷ) ଡାଉନ୍ ପେମେଣ୍ଟ ଦେଇ ଆପାର୍ଟମେଣ୍ଟକୁ ନିଜ ନାଁରେ ବୁକ୍ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଆବଶ୍ୟକୀୟ ଅନୁମତି ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ବିଲ୍ଡର ଭରସା ଦେଇଥିଲେ । କିନ୍ତୁ ବାସ୍ତବରେ ଏପରି ବେଆଇନ ଆପାର୍ଟମେଣ୍ଟ ଆଇନ ଅନୁସାରେ ଅନୁମତି ପ୍ରଦାନ କରାଯାଇନଥାଏ । ଆପାର୍ଟମେଣ୍ଟ କାମ ୨୦୧୫ରେ ଶେଷ ହେବ ବୋଲି କୁହାଯାଇଥିଲା । ମାତ୍ର ନିର୍ମାଣ କାର୍ଯ୍ୟରେ ବିଳମ୍ବ ପରେ ଏହାର ପୂରା କାମ ୨୦୧୭ରେ ସରିଥିଲା ।

  • ଅନ୍ୟ ଫ୍ଲୋର ଅଫର୍ କରିଥିଲେ ବିଲ୍ଡର
ଯେତେବେଳେ ବିଲ୍ଡିଂ କାମ ୩୨ ନମ୍ବର ଫ୍ଲୋରରେ ଶେଷ ହୋଇଥିଲା, ଏ ସମ୍ପର୍କରେ ବିଲ୍ଡର ଶେନଙ୍କୁ ଜଣାଇଥିଲେ ଏବଂ ତାଙ୍କୁ ୩୨ ନମ୍ବର ଫ୍ଲୋର ଅଫର୍ କରିଥିଲେ । ସେହି ସମୟରେ ଆଉ ବାକି ଟଙ୍କା ଦେବାକୁ ଶେନ୍ ଅସମର୍ଥ ଥିଲେ । ଏଣୁ ଉକ୍ତ ଫ୍ଲୋରଟିକୁ ମାତ୍ର ୨ ମାସ ମଧ୍ୟରେ ଅନ୍ୟ ଜଣେ ଗ୍ରାହକଙ୍କୁ ବିକ୍ରି କରିଥିଲେ ବିଲ୍ଡର ।

ପଢନ୍ତୁ ଏହି ଖବର: ଏଠି ମରିବା ବି ମହଙ୍ଗା; ଶବ ପାଇଁ କିଣାଯାଉଛି ଫ୍ଲାଟ୍, ଭୟରେ ପଡ଼ୋଶୀ

  • ଏଯାଏଁ ଅର୍ଥ ଫେରସ୍ତ ପାଇନାହାନ୍ତି ଶେନ୍
ଘର ନ ମିଳିବା ପରେ ଶେନ୍ ଟଙ୍କା ଫେରସ୍ତ ପାଇଁ ବିଲ୍ଡରଙ୍କୁ କହିଥିଲେ । ବିଲ୍ଡର ଆର୍ଥିକ ସମସ୍ୟାର ସମ୍ମୁଖୀନ କରୁଥିବା କହି ୨୦୨୦ରେ ୨୦,୦୦୦ ୟୁଆନ୍ ଏବଂ ୨୦୨୨ରେ ୫୦,୦୦୦ ୟୁଆନ୍ ଦେଇଥିଲେ । ବାକି ଟଙ୍କା ନ ମିଳିବାରୁ ଏହି ମାମଲଟା ମଧ୍ୟସ୍ଥତାଙ୍କ ପାଖକୁ ଯାଇଥିଲା । କର୍ତ୍ତୃପକ୍ଷ ଶେନଙ୍କୁ ବାକି ୪୭,୭୦୦ ୟୁଆନ୍ ଏବଂ ୨୭,୦୦୦ ୟୁଆନ୍ ସୁଧ ଦେବାକୁ କହିଥିଲେ । କିନ୍ତୁ ଏଯାବତ ଶେନ ନିଜର ପୂରା ଟଙ୍କା ପାଇନଥିବା ଜଣାପଡ଼ିଛି । ତେବେ ୧୩ ବର୍ଷ ପରେ ମଧ୍ୟ ଶେନଙ୍କୁ ନା ଘର ମିଳିଲା ନା ପୂରା ଟଙ୍କା । ଏହି ମାମଲା ଚୀନରେ ସ୍ଵଳ୍ପ ମୂଲ୍ୟର ସମ୍ପତ୍ତି କିଣିବାର ବାସ୍ତବ ଘଟଣାକୁ ପଦାରେ ପକାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chinese Man Buys Rs 33 Lakh Apartment on 34th Floor, Discovers Building Has Only 32 Storeys | Argus News