Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Japan Earthquake Updates / ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଜାପାନ; ବନ୍ଦରରେ ମାଡ଼ ହେଲା ପ୍ରଥମ ସୁନାମୀ ଲହର

Subhramjit Ray
Browse all articles by Subhramjit Ray
·2 months ago·2 min read
ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଲା ଜାପାନ; ବନ୍ଦରରେ ମାଡ଼ ହେଲା ପ୍ରଥମ ସୁନାମୀ ଲହର
Japan Earthquake Updates

Key Points

୭.୪ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଜାପାନର ଉତ୍ତର ଉପକୂଳରେ ମାଡ଼ି ଆସିଛି ସୁନାମୀ।  
Japan Earthquake 2026 April: ସୋମବାର (ଅପ୍ରେଲ ୨୦) ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଥିଲା ଉତ୍ତର ଜାପାନ ଉପକୂଳ। ଭୂକମ୍ପ ଝଟକା ଅନୁଭୂତ ହୋଇସାରିବା ପରେ ଜାପାନ ପାଣିପାଗ ସଂସ୍ଥା ଦେଶର ଉତ୍ତର ଭାଗରେ ସୁନାମୀ ଆସିବା ନେଇ ପୂର୍ବାନୁମାନ କରିଥିଲା। ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ପ୍ରାୟ ୪:୫୩ ବେଳେ ଉତ୍ତର ଜାପାନର ସାନରିକୁ ଉପକୂଳରେ ଏକ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୭.୪ ରହିଥିଲା। ଜାପାନୀ ପାଣିପାଗ ସଂସ୍ଥା କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୦ କିଲୋମିଟର (୬ ମାଇଲ) ଗଭୀରତାରେ ରହିଥିଲା। ଭୂମିକମ୍ପ ପରେ ୮୦ ସେଣ୍ଟିମିଟର ଉଚ୍ଚତାର (୩୧ ଇଞ୍ଚ) ସୁନାମି ତରଙ୍ଗ ସ୍ଥାନୀୟ ଏକ ବନ୍ଦରରେ ଆସି ମାଡ଼ ହୋଇଥିବାର ଖବର ଆସିଛି। ଭୂକମ୍ପ ପରେ ପାଣିପାଗ ବିଭାଗ ଚେତାବନୀ ଜାରି କରିଥିଲା ​​ଯେ ଖୁବ୍ ଶୀଘ୍ର ପ୍ରାୟ ୩ ମିଟର (୧୦ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ସୁନାମି ଆସିପାରେ।

ସୁନାମୀ କାରଣରୁ ହୋଇପାରେ କ୍ଷୟକ୍ଷତି
ସୋମବାର ଅନୁଭୂତ ହୋଇଥିବା ଭୂମିକମ୍ପ ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ଶହ ଶହ କିଲୋମିଟର ଦୂରରେ ରହିଥିବା ବଡ଼ ବଡ଼ କୋଠା ମଧ୍ୟ ଦୋହଲି ଉଠିଥିଲା। ଏପରିକି ରାଜଧାନୀ ଟୋକିଓ ସହର ମଧ୍ୟ ଭୂକମ୍ପ ତାଣ୍ଡବରୁ ରକ୍ଷା ପାଇନଥିଲା। ଦେଶର ପାଣିପାଗ ସଂସ୍ଥା (Japan Meteorological Agency) ପୂର୍ବନୁମାନ କରିଥିଲ ଯେ ସୁନାମୀ ତରଙ୍ଗ ଯଥାଶୀଘ୍ର ଦେଶର ଉତ୍ତର ଉପକୂଳରେ ପହଞ୍ଚିପାରେ। ଏଥିରେ କୁହାଯାଇଥିଲେ ତୁରନ୍ତ ଉପକୂଳ ଏବଂ ନଦୀକୂଳିଆ ଅଞ୍ଚଳକୁ ଖାଲି କରି ସେଠାକାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉ।

ଜାପାନୀ ପାଣିପାଗ ଏଜେନ୍ସି ଚେତାବନୀ ଦେଇଥିଲା ଭୂକମ୍ପ ପରେ ଆସିବାକୁ ଥିବା ସୁନାମୀ କାରଣ ବ୍ୟପକ କ୍ଷୟକ୍ଷତି ହୋଇପାରେ। ସୁନାମୀ ତରଙ୍ଗ ବାରମ୍ବାର ଆସିବାର ଆଶଙ୍କା କରାଯାଉଛି। ସୁନାମୀ ଚେତାବନୀ ନ ହଟିବା ପର୍ଯ୍ୟନ୍ତ ସୁରକ୍ଷିତ ଅଞ୍ଚଳ ଛାଡି ଯାଆନ୍ତୁ ନାହିଁ। ଅନ୍ୟପକ୍ଷରେ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ବିପର୍ଯ୍ୟୟର ମୁକବିଲା କରିବା ପାଇଁ ଏକ ସ୍ୱତନ୍ତ୍ର ପରିଚାଳନା ଦଳ ଗଠନ କରାଯାଇଛି।

ଏହା ସହ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକା କମ୍ପିଉଠିଲା ଭାନୁଆଟୁ

କାହିଁକି ବାରମ୍ବାର ଭୂକମ୍ପ ଝଟକାରେ ଥରି ଉଠେ ଜାପାନ?

ଜାପାନ ହେଉଛି ବିଶ୍ୱର ସର୍ବାଧିକ ଭୂକମ୍ପ ପ୍ରଭାବିତ ଦେଶ ମଧ୍ୟରୁ ଅନ୍ୟତମ। ପ୍ରଶାନ୍ତ ମହାସାଗରର ପଶ୍ଚିମ ଭାଗରେ ଅବସ୍ଥିତ "ଅଗ୍ନି ବଳୟ" (Ring Of Fire In Pacific Ocean) ଚାରୋଟି ପ୍ରମୁଖ ଟେକ୍ଟୋନିକ୍ ପ୍ଲେଟ୍ (Tectonic Plates) ଉପରେ ଅବସ୍ଥିତ। ପ୍ରାୟ ୧୨ କୋଟି ଜନସଂଖ୍ୟା ବସବାସ କରୁଥିବା ଜାପାନ ଅନେକ ଦ୍ୱୀପପୁଞ୍ଜକୁ ନେଇ ଗଠିତ। ଏହି ଦେଶରେ ଦେଶ ସାଧାରଣତଃ ପ୍ରତିବର୍ଷ ପ୍ରାୟ ୧୫୦୦ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ବିଶ୍ୱର ପ୍ରାୟ ୧୮ ପ୍ରତିଶତ ଭୂମିକମ୍ପ ଜାପାନରେ ହୋଇଥାଏ।

ଏଠାରେ ଅଧିକାଂଶ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥାଏ। ଯଦିଓ ଏହା ଦ୍ୱାରା ହେଉଥିବା କ୍ଷୟକ୍ଷତି ପୃଥିବୀ ପୃଷ୍ଠରୁ ସେମାନଙ୍କର କେନ୍ଦ୍ରସ୍ଥଳ ଏବଂ ଗଭୀରତା ଉପରେ ନିର୍ଭର କରିଥାଏ। ଗତ ୨୦୧୧ ବର୍ଷରେ ଅନୁଭୂତ ହୋଇଥିବା ୯.୦ ତୀବ୍ରତାର ଭୂମିକମ୍ପ ଯୋଗୁଁ ସୁନାମି ଆସିଥିଲା। ​​ଯାହା ଦ୍ୱାରା ପ୍ରାୟ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ନିଖୋଜ ହୋଇଯାଇଥିଲା। ଏପରିକି ଏହି ଭୂମିକମ୍ପ କାରଣରୁ ଫୁକୁସିମା ପରମାଣୁ କେନ୍ଦ୍ର ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Japan Earthquake Today: 7.5 Magnitude Quake Hits, Tsunami Waves Reach Coast | Argus News