Japan school student arrest case / AI ପାଇଁ ଗିରଫ ହେଲେ ୧୫ ବର୍ଷୀୟ ହାଇସ୍କୁଲ ଛାତ୍ର; କାରନାମା ଶୁଣିଲେ ଉଡ଼ିଯିବ ହୋସ୍
·2 months ago·3 min read

Key Points
ଏଆଇ ଟୁଲ ବ୍ୟବହାର କରି ୪୬ ହଜାରରୁ ଅଧିକ ୟୁଜର ରହିଥିବା ଆନିମେ (Anime) ଆକାଉଣ୍ଟ ବାତିଲ କରି ଦିଆଯାଇଛି। ଆଉ ଏହି କାରନାମା ଜଣେ ସ୍କୁଲ ଛାତ୍ର କରିଥିବାର ଜଣାପଡ଼ିଛି।
Japan teen arrest case: ସଦ୍ୟ ଜାପାନରେ ଜଣେ ୧୫ ବର୍ଷୀୟ ହାଇସ୍କୁଲ ଛାତ୍ରଙ୍କୁ ଗିରଫ କରିଯାଇଛି। ଗିରଫ ହୋଇଥିବା ଛାତ୍ରଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସମ୍ପୃକ୍ତ ଛାତ୍ର ବାଣ୍ଡାଇ ନାମକୋ ଫିଲ୍ମୱାର୍କସ ବାଣ୍ଡାଇ ଚ୍ୟାନେଲ ଷ୍ଟ୍ରିମିଂ ସେବା ଉପରେ ସାଇବର ଆକ୍ରମଣରେ ବ୍ୟବହୃତ ସଫ୍ଟୱେର୍ ବିକଶିତ କରିବା ଲାଗି "ଚାଟଜିପିଟି" (ChatGPT) ବ୍ୟବହାର କରିଥିଲେ। ଯାହା ଫଳରେ ପ୍ରାୟ ୪୬ ହଜାରରୁ ଅଧିକ ୟୁଜର ରହିଥିବା ଆନିମେ (Anime) ଆକାଉଣ୍ଟ ବାତିଲ ହୋଇ ଯାଇଥିଲା।
ଟୋକିଓ ମେଟ୍ରୋପଲିଟାନ୍ ପୋଲିସ କହିବା ଅନୁଯାୟୀ, ଗତ ୨୦୨୫ ନଭେମ୍ବରରେ ଆନିମେ ଷ୍ଟ୍ରିମିଂ ପ୍ଲାଟଫର୍ମ୍ ରେ ରହିଥିବା ଦୁର୍ବଳତା ପାଇଁ ଛାତ୍ର ଜଣକ ବ୍ୟବସାୟକୁ ବାଧିତ କରିଥିବାର ସନ୍ଦେହ କରାଯାଉଛି। ତଦନ୍ତକାରୀ ଦାବି କରିଛନ୍ତି ଯେ ସେ ୟୁଜର ଆକାଉଣ୍ଟରେ, ସ୍ୱୟଂଚାଳିତ ଭାବରେ ଅନଧିକୃତ ପ୍ରବେଶ କରୁଥିବା ଏକ ପ୍ରୋଗ୍ରାମ ବିକଶିତ କରିବାରେ ସହାୟତା କରିବା ପାଇଁ ChatGPT ବ୍ୟବହାର କରିଥିଲେ। ଯାହା ଫଳରେ ୪୬,୮୧୨ ୟୁଜର ଆକାଉଣ୍ଟ ବାତିଲ ହୋଇ ଯାଇଥିଲା।
ମୁଁ ନିଜେ ଏଥିପାଇଁ ସୋର୍ସ କୋଡ୍ (Source Code) ତିଆରି କରିଥିଲି। ହେଲେ ଏହାର ପ୍ରକ୍ରିୟାକରଣ ବହୁତ ସମୟ ନେଉଥିବାରୁ, ମୁଁ ChatGPT କୁ ପଚାରିଥିଲି ଏବଂ ଏହାକୁ ଏକ ଭିନ୍ନ ପ୍ରୋଗ୍ରାମିଂ ଭାଷାରେ ସମାପ୍ତ କରିଥିବା କହିଛନ୍ତି ସମ୍ପୃକ୍ତ ଛାତ୍ର।
ପୋଲିସ ଅଭିଯୋଗ କରିଛି ଯେ ୨୦୨୫ ନଭେମ୍ବର ୪ ତାରିଖରେ, ଛାତ୍ର ଜଣକ, ବନ୍ଦାଇ ଚ୍ୟାନେଲ ସର୍ଭର (Bandai Channels Servers) କୁ ପ୍ରତାରଣାମୂଳକ ନିର୍ଦ୍ଦେଶ (Fraudulent Commands) ପଠାଇଥିଲା। ଯାହା ଫଳରେ ହଜାର ହଜାର ଆକାଉଣ୍ଟ ପଞ୍ଜୀକରଣ ବନ୍ଦ ହୋଇଗଲା। ଏହି ସାଇବର ଆକ୍ରମଣ ଗତ ୨୦୨୫ ନଭେମ୍ବର ୬ ତାରିଖରୁ କମ୍ପାନୀ ସେବା ବାଧାପ୍ରାପ୍ତ ହୋଇଥିଲା। ଏହାର ସିଷ୍ଟମ ମରାମତି ପରେ ଡିସେମ୍ବର ମାସରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା। ବନ୍ଦାଇ ନାମକୋ ଫିଲ୍ମୱାର୍କସ୍ (Bandai Namco Filmworks) ପରେ ଏହି ଘଟଣା ବାବଦରେ ପୋଲିସକୁ ଅବଗତ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି ଯେ ଛାତ୍ର ଜଣକ ଏହି ପ୍ଲାଟଫର୍ମରେ ଏକ ସୁରକ୍ଷା ଜନିତ ତ୍ରୁଟି ଚିହ୍ନଟ କରିଥିଲେ। ଅନଧିକୃତ ଭାବରେ ଆକାଉଣ୍ଟ ସହ ଜଡି଼ତ ସୂଚନା ପାଇବା ପାଇଁ ଏହାକୁ ବ୍ୟବହାର କରିଥିଲେ। ଏହି ଆକ୍ରମଣ ଯୋଗୁଁ କମ୍ପାନୀ ଏହାର ସେବାର କିଛି ଅଂଶକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିବାକୁ ବାଧ୍ୟ ହୋଇଥିଲା। କର୍ତ୍ତୃପକ୍ଷ ଆହୁରି ଅଭିଯୋଗ କରିଛନ୍ତି ଯେ କମ୍ପାନୀ ତାଙ୍କ ପ୍ରବେଶକୁ ଅବରୋଧ କରିବା ପରେ ମଧ୍ୟ, ଛାତ୍ର ଜଣଙ୍କ ପ୍ରାୟସ ୩୦ ଥର ନିଜର IP Address ପରିବର୍ତ୍ତନ କରି କ୍ଷତିକାରକ ନିର୍ଦ୍ଦେଶ ପଠାଇବା ଜାରି ରଖିଥିଲେ।
ଏହା ସହ ପଢନ୍ତୁ: ଅଚାନକ 'କୁଂ ଫୁ' କରିବାରେ ଲାଗିଲା ରୋବଟ୍: ଭାଇରାଲ ହେଉଛି ଭିଡ଼ିଓ
ଅଭିଯୁକ୍ତ ଛାତ୍ରଙ୍କୁ ଚଳିତ ବର୍ଷ ଜୁନ୍ ମାସରେ ଅନ୍ୟାନ୍ୟ କମ୍ପ୍ୟୁଟର-ସମ୍ବନ୍ଧୀୟ ଅପରାଧରେ ଗିରଫ କରାଯାଇଥିଲା। ସେ ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ସମୟରେ ପ୍ରୋଗ୍ରାମିଂ ଶିଖୁଥିବା ଜଣାପଡ଼ିଛି। ଜେରା ସମୟରେ ସେ ଏକଥା ସ୍ୱୀକାର କରି ତଦନ୍ତକାରୀଙ୍କୁ କହିଥିଲେ ଯେ "ବନ୍ଦାଇ ନାମକୋ ଫିଲ୍ମୱାର୍କସ୍" ପ୍ରତି ତାହାର ମନରେ କୌଣସି କ୍ଷୋଭ ନାହିଁ। ବରଂ ସେ କହିଥିଲା ଯେ ସେ ସେହି ପ୍ଲାଟଫର୍ମକୁ ଟାର୍ଗେଟ କରିଛି। କାରଣ ଏହା ଦ୍ୱାରା ସେ ଅନେକ ଆକାଉଣ୍ଟରେ ଲଗ୍ ଇନ୍ କରିପାରିବ।
"ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ସମୟରେ କମ୍ପ୍ୟୁଟର ବ୍ୟବହାର କରିବା ଆରମ୍ଭ କରିଥିଲି। ମୁଁ ଯାହା ଜାଣୁଥିଲି ତାହା ନିଜକୁ ଶିଖାଇଥିଲି। ମୁଁ ଆକାଉଣ୍ଟ ଲଗ ଇନ୍ ସୂଚନା ପାଇପାରିଲି ଏବଂ କମ୍ପାନୀ ବିରୋଧରେ କିଛି ନଥିଲା।
ସାଇବର ଆକ୍ରମଣ ପରେ ବନ୍ଦାଇ ନାମକୋ ଫିଲ୍ମୱାର୍କସ୍ ପ୍ରଭାବିତ ଗ୍ରାହକଙ୍କୁ ବ୍ୟକ୍ତିଗତ ଭାବରେ ସୂଚିତ କରିଥିଲା ଏହି ଘଚଣା ପ୍ରତି ସତର୍କ ରହିବାକୁ ଅନୁରୋଧ କରିଥିଲା। ଯେଉଁ ଉପଭୋକ୍ତାଙ୍କ ସଦସ୍ୟତା ବାତିଲ କରାଯାଇଥିଲା ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାକୁ କୁହାଯାଇଥିଲା, ଯେତେବେଳେ କମ୍ପାନୀ ସେବା ବ୍ୟାଘାତ ସମୟରେ ଆଦାୟ ହୋଇଥିବା ସଦସ୍ୟତା ଫି ପାଇଁ ଫେରସ୍ତ ଘୋଷଣା କରିଥିଲା।
ବନ୍ଦାଇ ନାମକୋ ଫିଲ୍ମୱାର୍କସ୍ କହିଛି ଯେ ଲିକ୍ ହୋଇଥିବା ତଥ୍ୟ ଅନଲାଇନରେ ପ୍ରକାଶିତ ହୋଇଛି କିମ୍ବା ଅପବ୍ୟବହାର ହୋଇଛି ନାଁ ନାହିଁ, ତାହାର କୌଣସି ପ୍ରମାଣ ନାହିଁ। ଆମେ ଏଭଳି ପରିସ୍ଥିତିକୁ ବହୁତ ଗମ୍ଭୀରତାର ସହ ନେଉଛୁ ଏବଂ ନିୟମିତ ଯାଞ୍ଚ ଜାରି ରଖିବୁ। ଏହାର ଯେପରି ପୁନରାବୃତ୍ତି ନହୁଏ ତାହାକୁ ରୋକିବା ପାଇଁ ଚେଷ୍ଟା କରିବୁ।

Related Topics
Explore more stories
Japanese teen arrested ChatGPT cyberattackBandai Channel hack 46000 accountsanime streaming platform hacked JapanSaitama high school student arrested cybercrimeBandai Namco Filmworks data breachChatGPT assisted coding hackfraudulent obstruction of business Japan policeBandai Channel subscription cancellation