Videos
|
International

Jensen Huang Comeback / ହନିଟ୍ରାପ୍‌ରେ ଫସି ଯାଇଥିଲା CEO ପଦ; ପୁଣି କମ୍ପାନୀକୁ ଫେରିବେ କି ଜେନସେନ୍ ହୁଆଙ୍ଗ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ହନିଟ୍ରାପ୍‌ରେ ଫସି ଯାଇଥିଲା CEO ପଦ; ପୁଣି କମ୍ପାନୀକୁ ଫେରିବେ କି ଜେନସେନ୍ ହୁଆଙ୍ଗ ?
Jensen Huang Nvidia Return

Key Points

ଏନଭିଡିଆ ସିଇଓ ଜେନସେନ୍ ହୁଆଙ୍ଗ ହନିଟ୍ରାପ୍ ଘଟଣା
ପୁଣିଥରେ କମ୍ପାନୀର ନେତୃତ୍ଵକୁ ଫେରିବା ନେଇ ଚର୍ଚ୍ଚା
ଏଲନ ମସ୍କଙ୍କ ଟ୍ଵିଟ୍ ଦେଲା ବଡ଼ ସଙ୍କେତ
ୱାଶିଂଟନ: ଟେକ୍ନୋଲୋଜି ଜଗତରେ ଜେନସେନ୍ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଜୋରଦାର ଚର୍ଚ୍ଚା । ଏନଭିଡିଆର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗଙ୍କୁ ପୁଣିଥରେ କମ୍ପାନୀର ନେତୃତ୍ୱକୁ ଫେରାଇ ଆଣିବା ପାଇଁ ଚାଲିଥିବା ଉଦ୍ୟମକୁ ସମର୍ଥନ ଜଣାଇଛନ୍ତି ଟେସଲା ଓ ସ୍ପେସଏକ୍ସର ମୁଖ୍ୟ ଏଲନ୍ ମସ୍କ । ହୁଆଙ୍ଗଙ୍କ ପୁନର୍ବାସନ ପାଇଁ ଆସୁଥିବା ଏକ ପିଟିସନ୍‌ରେ ସେ ଦସ୍ତଖତ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଏପରିକି ହୁଆଙ୍ଗଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେବା ତାଙ୍କ ପାଇଁ ସମ୍ମାନର ବିଷୟ ହେବ ବୋଲି ମଧ୍ୟ ମସ୍କ କହିଛନ୍ତି।

ଗତ ନଭେମ୍ବର ୧୨ ତାରିଖରେ ଜେନସେନ୍ ହୁଆଙ୍ଗ ଏନଭିଡିଆର ସଭାପତି ଓ ସିଇଓ ପଦରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଦୀର୍ଘ ୩୩ ବର୍ଷ ଧରି କମ୍ପାନୀର ନେତୃତ୍ୱ ନେଇଥିବା ହୁଆଙ୍ଗଙ୍କ ବିଦାୟ ପରେ ଏନଭିଡିଆର ନୂଆ ମୁଖ୍ୟ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କମ୍ପାନୀର ବୋର୍ଡ ଏବେ ଭିତର ଓ ବାହାରର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ବିଚାର କରୁଥିବା କୁହାଯାଉଛି ।

  • ହୁଆଙ୍ଗକୁ ଫେରାଇ ଆଣିବାକୁ କର୍ମଚାରୀଙ୍କ ଦାବି
ଏପଟେ ହୁଆଙ୍ଗଙ୍କୁ ପୁଣି ଫେରାଇ ଆଣିବା ପାଇଁ ଏନଭିଡିଆର କିଛି କର୍ମଚାରୀ ମଧ୍ୟ ଦାବି ଉଠାଇଛନ୍ତି । ଜଣେ ବରିଷ୍ଠ ଇଞ୍ଜିନିୟରଙ୍କ ଏକ ପୋଷ୍ଟରେ ୧୬୦୦ରୁ ଅଧିକ କମେଣ୍ଟ ଆସିଛି । ଅନେକ କର୍ମଚାରୀ ହୁଆଙ୍ଗଙ୍କ ଫେରିବା ସପକ୍ଷରେ ମତ ରଖିଛନ୍ତି । ତେବେ ଏଲନ୍ ମସ୍କ ଯେଉଁ ପିଟିସନ୍‌କୁ ସମର୍ଥନ କରିବା କଥା କହିଛନ୍ତି, ତାହା ଏହି କର୍ମଚାରୀଙ୍କ ସହ ଜଡ଼ିତ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

  • କିଏ ହେବେ Nvidiaର ନୂଆ ମୁଖିଆ ?
ଅନ୍ୟପଟେ ନୂଆ ସିଇଓ ଚୟନ ପ୍ରକ୍ରିୟାରେ ଆର୍ମ ହୋଲ୍ଡିଂସର ମୁଖ୍ୟ ରେନେ ହାସ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସର ଏକ ରିପୋର୍ଟ ଅନୁସାରେ, ଏନଭିଡିଆ ବୋର୍ଡ ହାସ୍‌ଙ୍କ ସହ ଯୋଗାଯୋଗ କରିଥିବା କୁହାଯାଇଛି । ହାସ୍‌ ପୂର୍ବରୁ ଦୀର୍ଘ ୭ ବର୍ଷ ଧରି ଏନଭିଡିଆରେ କାମ କରିଥିଲେ । ୨୦୧୩ରେ ସେ ବ୍ରିଟିଶ ସେମିକଣ୍ଡକ୍ଟର ଓ ସଫ୍ଟୱେର ଡିଜାଇନ କମ୍ପାନୀ ଆର୍ମ (arm)ରେ ଯୋଗଦେବା ପରେ ୨୦୨୨ରେ ସେ କମ୍ପାନୀର ସିଇଓ ହୋଇଥିଲେ । ୨୦୨୩ରେ ଆର୍ମର ନାସଡାକ୍‌ରେ ଲିଷ୍ଟିଂ ପ୍ରକ୍ରିୟାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତେବେ ତାଙ୍କୁ ଏହି ପଦ ଅଫର୍ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

  • କୋଲେଟ୍ କ୍ରେସ୍‌ ହୋଇଛନ୍ତି ଅନ୍ତରୀଣ ସିଇଓ
ରିପୋର୍ଟ ଅନୁସାରେ, ଏନଭିଡିଆର ଅର୍ଥ ବିଭାଗ ମୁଖ୍ୟ କୋଲେଟ୍ କ୍ରେସ୍ ଏବେ ଅନ୍ତରୀଣ ସିଇଓ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟ ସମ୍ଭାବ୍ୟ ନାମ ମଧ୍ୟରେ ଏନଭିଡିଆର ଇଞ୍ଜିନିୟର ଇଆନ୍ ବକ୍, ଏଏମ୍‌ଡିର ସିଇଓ ଲିସା ସୁ, ମାଇକ୍ରନ୍‌ର ସିଇଓ ସଞ୍ଜୟ ମେହରୋତ୍ରା, ମାର୍ଭେଲ୍‌ର ମୁଖ୍ୟ ମ୍ୟାଟ୍ ମର୍ଫି ଏବଂ ଆପଲ୍‌ର ହାର୍ଡୱେର୍ ମୁଖ୍ୟ ଜନି ସ୍ରୋଜିଙ୍କ ନାଁ ମଧ୍ୟ ଆଲୋଚନା ହେଉଛି । ତେବେ ବୋର୍ଡ ପକ୍ଷରୁ ଏଯାଏଁ କୌଣସି ପ୍ରାର୍ଥୀଙ୍କ ନାଁ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ ।

ପଢନ୍ତୁ ଏହି ଖବର: ପ୍ରେମ ସମ୍ପର୍କ ପାଇଁ ଗଲା CEO ପଦ; McDonaldsରୁ Nestle ଯାଏଁ, ବିବାଦରେ ଫସିଲେ ବଡ଼ ବଡ଼ କମ୍ପାନୀର ମୁଖିଆ

  • Nvidiaରେ ହୁଆଙ୍ଗଙ୍କ କାର୍ଯ୍ୟକାଳ
୧୯୯୩ ମସିହାରେ ଏନଭିଡିଆର ସହ-ପ୍ରତିଷ୍ଠା କରିଥିଲେ ଜେନସେନ୍ ହୁଆଙ୍ଗ । ତାଙ୍କ ନେତୃତ୍ୱରେ କମ୍ପାନୀ ବିଶ୍ୱର ଏକ ପ୍ରମୁଖ ଟେକ୍ନୋଲୋଜି ସଂସ୍ଥାରେ ପରିଣତ ହୋଇଥିଲା । ବିଶେଷକରି କୃତ୍ରିମ ବୁଦ୍ଧିମତ୍ତା ବା AI କ୍ଷେତ୍ରରେ ଏନଭିଡିଆର ଚିପ୍‌ର ଚାହିଦା ବଢ଼ିବା ପଛରେ ତାଙ୍କର ଭୂମିକା ରହିଛି । ତେଣୁ ତାଙ୍କ ଫେରିବା ନେଇ କର୍ମଚାରୀ ଓ ଶିଳ୍ପଜଗତର କିଛି ମହଲରେ ଆଗ୍ରହ ଦେଖାଯାଉଥିଲେ ମଧ୍ୟ ତାଙ୍କୁ ପୁଣି ନିଯୁକ୍ତ କରିବା ନେଇ ବୋର୍ଡ କୌଣସି ସଙ୍କେତ ଦେଇନାହିଁ । ହୁଆଙ୍ଗ ଚୀନର ଜଣେ ମହିଳାଙ୍କ ସହ ହନିଟ୍ରାପରେ ଫସିଥିଲେ । ସେହି ମହିଳା ଜଣକ ଚୀନ ଗୁପ୍ତଚର ବୋଲି କୁହାଯାଉଛି । ଏହାପରେ କମ୍ପାନୀର ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସିଇଓ ପଦରୁ ଇସ୍ତଫା ଦେବାକୁ ପଡ଼ିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: