Videos
|
International

CEO Romance Controversy / ପ୍ରେମ ସମ୍ପର୍କ ପାଇଁ ଗଲା CEO ପଦ; McDonaldsରୁ Nestle ଯାଏଁ, ବିବାଦରେ ଫସିଲେ ବଡ଼ ବଡ଼ କମ୍ପାନୀର ମୁଖିଆ

Debashree Debasmita Sahoo
Browse all articles by Debashree Debasmita Sahoo
·32 mins ago·3 min read
ପ୍ରେମ ସମ୍ପର୍କ ପାଇଁ ଗଲା CEO ପଦ; McDonaldsରୁ Nestle ଯାଏଁ, ବିବାଦରେ ଫସିଲେ ବଡ଼ ବଡ଼ କମ୍ପାନୀର ମୁଖିଆ
Top CEOs Who Lost Their Jobs Over Romantic Relationships

Key Points

ବଡ଼ ବଡ଼ କମ୍ପାନୀର ମୁଖିଆଙ୍କ ପରକୀୟା ପ୍ରୀତି
ପ୍ରେମ ସମ୍ପର୍କ ପାଇଁ ଯାଇଛି ସିଇଓ ପଦ
ଏବେ ଏନଭିଡିଆ ମୁଖ୍ୟଙ୍କ ପରକୀୟା ପ୍ରୀତିକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: କୋଟି କୋଟି ଟଙ୍କାର କମ୍ପାନୀ, ହଜାର ହଜାର କର୍ମଚାରୀ ଏବଂ କ୍ଷମତାଶାଳୀ ପଦବୀ । ହେଲେ ଗୋଟିଏ ବ୍ୟକ୍ତିଗତ ସମ୍ପର୍କ ପାଇଁ ହରାଇବାକୁ ପଡ଼ିଲା ନିଜର ପ୍ରତିଷ୍ଠା ଓ ପଦ । ବିଶ୍ୱର ଅନେକ ବଡ଼ ବଡ଼ କମ୍ପାନୀର CEO ନିଜର ବ୍ୟକ୍ତିଗତ ସମ୍ପର୍କ ଓ ବିବାଦକୁ ନେଇ ଚାକିରି ହରାଇଛନ୍ତି । ପରକୀୟା ପ୍ରୀତି ଯୋଗୁଁ ଚର୍ଚ୍ଚାକୁ ଆସି ପଦବୀ ହରାଇଛନ୍ତି । ମ୍ୟାକଡୋନାଲ୍ଡସ୍‌ଠାରୁ ନେସ୍‌ଲେ, BP ଏବଂ ଆଷ୍ଟ୍ରୋନୋମର ଭଳି କମ୍ପାନୀର ମୁଖ୍ୟମାନେ ମଧ୍ୟ ଏହି ବିବାଦରୁ ବର୍ତ୍ତିପାରିନାହାନ୍ତି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଏନଭିଡିଆ ସିଇଓ ଜେନସେନ ହୁଆଙ୍ଗ, ଯିଏକି ଜଣେ ଚୀନର ଗୁପ୍ତଚର ମହିଳାଙ୍କ ହନିଟ୍ରାପରେ ଫସିଥିଲେ ।

କର୍ପୋରେଟ୍ ଦୁନିଆରେ CEO ପଦ ଯେତିକି ସମ୍ମାନଜନକ, ସେତିକି ଦାୟିତ୍ୱପୂର୍ଣ୍ଣ ମଧ୍ୟ । କମ୍ପାନୀର ନୀତିନିୟମଠାରୁ ଆରମ୍ଭ କରି କର୍ମଚାରୀଙ୍କ ଆଚରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମୁଖିଆଙ୍କ ଆଚରଣ ଏକ ଉଦାହରଣ ହୋଇଥାଏ । କିନ୍ତୁ ଯେତେବେଳେ କମ୍ପାନୀର ମୁଖ୍ୟ ନିଜେ ବ୍ୟକ୍ତିଗତ ସମ୍ପର୍କ ଓ ବିବାଦରେ ଫସିଯାଆନ୍ତି, ସେତେବେଳେ ତାହାର ପ୍ରଭାବ ତାଙ୍କ ପଦବୀ ଉପରେ ପଡ଼ିଥାଏ ।

  • McDonald’sର ପୂର୍ବ ସିଇଓ ଷ୍ଟିଭ୍
ଏହି ତାଲିକାରେ ପ୍ରଥମେ ଆସୁଛି, ଫାଷ୍ଟଫୁଡ୍ ଜଗତର ଏହି ବଡ଼ କମ୍ପାନୀର ପୂର୍ବତନ CEO ଷ୍ଟିଭ୍ ଇଷ୍ଟରବ୍ରୁକ୍‌ଙ୍କୁ ୨୦୧୯ ନଭେମ୍ବରରେ ପଦରୁ ହଟାଇ ଦିଆଯାଇଥିଲା । କମ୍ପାନୀର ଜଣେ କର୍ମଚାରୀଙ୍କ ସହ ତାଙ୍କର ପାରସ୍ପରିକ ସହମତିରେ ବ୍ୟକ୍ତିଗତ ସମ୍ପର୍କ ଥିବା ଜଣାପଡ଼ିଥିଲା । ଯାହା କମ୍ପାନୀର ନୀତି ବିରୋଧୀ ଥିଲା । ପରବର୍ତ୍ତୀ ତଦନ୍ତରେ ଅନ୍ୟ କର୍ମଚାରୀଙ୍କ ସହ ସମ୍ପର୍କ ଏବଂ ତଥ୍ୟ ଲୁଚାଇବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ୨୦୨୩ରେ ଆମେରିକାର SEC ମଧ୍ୟ ଏହି ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

  • BPର ପୂର୍ବତନ CEO ବର୍ଣ୍ଣାର୍ଡ ଲୁନି
ବ୍ରିଟିଶ୍ ଏନର୍ଜି କମ୍ପାନୀ BPର ପୂର୍ବତନ CEO ବର୍ଣ୍ଣାର୍ଡ ଲୁନିଙ୍କୁ ମଧ୍ୟ ନିଜର ବ୍ୟକ୍ତିଗତ ସମ୍ପର୍କ ପାଇଁ ପଦ ହରାଇବାକୁ ପଡ଼ିଥିଲା । ୨୦୨୩ ସେପ୍ଟେମ୍ବରରେ ସେ ସିଇଓ ପଦରୁ ଇସ୍ତଫା ଦେଇଥିଲେ । କମ୍ପାନୀର ବୋର୍ଡ ଜାଣିବାକୁ ପାଇଥିଲା ଯେ ସେ ନିଜର ପୂର୍ବ ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ପରେ ଡିସେମ୍ବର ୨୦୨୩ରେ ଗୁରୁତର ଅସଦାଚରଣ ଅଭିଯୋଗରେ ତାଙ୍କୁ ବିନା ନୋଟିସ୍‌ରେ ବରଖାସ୍ତ କରାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • Nestle ପୂର୍ବତନ ସିଇଓ ଲରେଣ୍ଟ
ନେସ୍‌ଲେର ପୂର୍ବତନ CEO ଲରେଣ୍ଟ ଫ୍ରେକ୍ସଙ୍କ ନାଁ । ୨୦୨୫ ସେପ୍ଟେମ୍ବରରେ ନେସ୍‌ଲେ ତାଙ୍କୁ ପଦରୁ ବରଖାସ୍ତ କରିଥିଲା । କମ୍ପାନୀର ତଦନ୍ତରୁ ଜଣାପଡ଼ିଥିଲା ଯେ ତାଙ୍କର ଜଣେ ମହିଳା ସହକର୍ମୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଥିଲା ଏବଂ ସେ ଏହି ସମ୍ପର୍କ ବିଷୟରେ କମ୍ପାନୀକୁ ଜଣାଇନଥିଲେ । ଏହାକୁ କମ୍ପାନୀର ବ୍ୟବସାୟିକ ଆଚରଣ ସଂହିତାର ଉଲ୍ଲଂଘନ ବୋଲି ବିବେଚନା କରାଯାଇଥିଲା । ପରେ ଫିଲିପ୍ ନଭାରାଟିଲ୍‌ଙ୍କୁ ନୂଆ CEO ଭାବେ ନିଯୁକ୍ତ କରାଯାଇଥିଲା ।

  • Astronomerର ପୂର୍ବତନ ସିଇଓ ଆଣ୍ଡି
ଏହି ତାଲିକାରେ ଆଉ ଏକ ଚର୍ଚ୍ଚିତ ନାଁ ହେଉଛି ଟେକ୍ନୋଲୋଜି କମ୍ପାନୀ ଆଷ୍ଟ୍ରୋନୋମରର ପୂର୍ବତନ CEO ଆଣ୍ଡି ବାୟରନ୍ । ୨୦୨୫ ଜୁଲାଇରେ କୋଲ୍ଡପ୍ଲେ କନସର୍ଟ ସମୟରେ କମ୍ପାନୀର ଚିଫ୍ ପିପୁଲ୍ ଅଫିସର୍ କ୍ରିଷ୍ଟିନ୍ କାବୋଟ୍‌ଙ୍କ ସହ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ଉଭୟଙ୍କୁ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିଲା । ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । କମ୍ପାନୀ ତଦନ୍ତ ଆରମ୍ଭ କରିବା ପରେ ବାୟରନ୍‌ଙ୍କୁ ଛୁଟିରେ ପଠାଯାଇଥିଲା ଏବଂ ପରେ ସେ ଇସ୍ତଫା ଦେଇଥିଲେ ।

ପଢନ୍ତୁ ଏହି ଖବର: ହନିଟ୍ରାପ୍ ବିବାଦ ପରେ nVIDIAର CEO ପଦରୁ ଜେନସେନ ହୁଆଙ୍ଗଙ୍କ ଇସ୍ତଫା

  • ଏବେ ଚର୍ଚ୍ଚାରେ Nvidia ସିଇଓ ଜେନସେନ୍
ତେବେ ଏହି ତାଲିକାରେ ନୂଆ ଚର୍ଚ୍ଚାର ବିଷୟ ହୋଇଛି Nvidia । ଆମେରିକାର ଏହି ଚର୍ଚ୍ଚିତ ଚିପ୍ ନିର୍ମାତା କମ୍ପାନୀର CEO ଜେନସେନ୍ ହୁଆଙ୍ଗ୍ ୧୨ ନଭେମ୍ବର ୨୦୨୬ରେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ସେ ଜଣେ ଚୀନ ମହିଳାଙ୍କ ସହ ସମ୍ପର୍କରେ ଥିଲେ, ଯିଏକି ପରବର୍ତ୍ତୀ ସମୟରେ ଚୀନର ଗୁପ୍ତଚର ମହିଳା ବୋଲି ଜଣାପଡ଼ିଥିଲା । ଏହାପରେ ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରଶ୍ନ ଉଠିଥିଲା । ଚୀନ୍ ଏହି ଗୁପ୍ତଚରୀ ଅଭିଯୋଗକୁ ଖାରଜ କରିଛି । ଜେନସେନ୍ ପୂର୍ବରୁ ବିବାହିତ ଥିବାବେଳେ ସେ ଚୀନ ମହିଳାଙ୍କ ସହ ସମ୍ପର୍କରେ ଥିଲେ ।