Videos
|
International

Jerusalem Chords Bridge / ଝଲସି ଉଠିଲା ଭାରତ-ଇସ୍ରାଏଲ ବନ୍ଧୁତା; ତ୍ରିରଙ୍ଗାରେ ରଙ୍ଗାୟିତ ହୋଇଉଠିଲା ଜେରୁସେଲମ 'କର୍ଡସ୍ ବ୍ରିଜ୍'

Subhramjit Ray
Browse all articles by Subhramjit Ray
·56 mins ago·2 min read
ଝଲସି ଉଠିଲା ଭାରତ-ଇସ୍ରାଏଲ ବନ୍ଧୁତା; ତ୍ରିରଙ୍ଗାରେ ରଙ୍ଗାୟିତ ହୋଇଉଠିଲା ଜେରୁସେଲମ 'କର୍ଡସ୍ ବ୍ରିଜ୍'
Jerusalem Chords Bridge

Key Points

ଭାରତୀୟ ଦୂତାବାସ କହିଛି, "ଭାରତ-ଇସ୍ରାଏଲ ବନ୍ଧୁତା ଉଜ୍ଜ୍ୱଳ ଭାବରେ ଝଲସୁଛି। ଜେରୁସଲେମ ସ୍ଥିତ ପ୍ରସିଦ୍ଧ 'କର୍ଡସ୍ ସେତୁ' ଭାରତୀୟ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଉଠିଛି।
India celebrated independence day in Israel: ୮୦ ତମ ସ୍ୱାଧିନତା ଦିବସ ଅବସରରେ ଝଲସି ଉଠିଛି ଭାରତ-ଇସ୍ରାଏଲ ବନ୍ଧୁତା। ଏହି ଅବସରରେ ରାଜଧାନୀ ଜେରୁସେଲମ୍ ସ୍ଥିତ ପ୍ରସିଦ୍ଧ "କର୍ଡସ୍ ବ୍ରିଜ୍" ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହୋଇଉଠଛି। ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗର ଏହି ଉଜ୍ଜ୍ୱଳ ଆଲୋକ ଭାରତ-ଇସ୍ରାଏଲ ମଧ୍ୟରେ ନିବିଡ଼ ହେଉଥିବା ବନ୍ଧୁତାର ଏକ ଦୃଢ଼ ପ୍ରତୀକ। ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏହି କାର୍ଯ୍ୟକ୍ରମର ଫଟୋ ସେୟାର କରିଛି। ଏହାକୁ ଉଭୟ ଦେଶ ମଧ୍ୟରେ ଅତୁଟ ବନ୍ଧନର ପ୍ରତିଫଳନ ଭାବରେ ବର୍ଣ୍ଣନା କରିଛି। ଏହି ପୋଷ୍ଟ ମାଧ୍ୟମରେ ଆହୁରି କୁହାଯାଇଛି, "ଏହା ବନ୍ଧୁତା, ସମାନ ମୂଲ୍ୟବୋଧ ଏବଂ ସମ୍ଭାବନାରେ ପରିପୂର୍ଣ୍ଣ ଭବିଷ୍ୟତର ଏକ ଦୃଢ଼ ପ୍ରତୀକ। ଭାରତ-ଇସ୍ରାଏଲ ଏକାଠି ଏକ ଉତ୍ତମ ଏବଂ ମଜବୁତ ଭବିଷ୍ୟତ ନିର୍ମାଣ କରୁଛନ୍ତି।"

୧୫ ଅଗଷ୍ଟ ଅବସରରେ ଆୟୋଜିତ ହୋଇଥିଲା ଅନେକ କାର୍ଯ୍ୟକ୍ରମ...
ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ୮୦ ତମ ସ୍ୱାଧିନତା ଦିବସ ପାଳନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଭାରତୀୟ ଇହୁଦୀ ସମ୍ପ୍ରଦାୟର ସଦସ୍ୟ, ପ୍ରବାସୀ ଭାରତୀୟ ପ୍ରବାସୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ। ଏନେଇ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ୮୦ ତମ ସ୍ୱାଧିନତା ଦିବସ ପାଳନ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା। ଏହି ଅବସରରେ ପ୍ରଥମ ଥର ପାଇଁ ରାଷ୍ଟ୍ରଗୀତ "ବନ୍ଦେ ମାତରମ୍" ଗାନ କରାଯାଇଥିଲା।

"Know India Quiz" ଏବଂ "India Through My Lens" ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାଙ୍କୁ ସ୍ୱାଧିନତା ଦିବସ ସମାରୋହରେ ସମ୍ମାନିତ କରାଯାଇଥିଲା। ଭାରତୀୟ ସାଂସ୍କୃତିକ କେନ୍ଦ୍ରର ଛାତ୍ରଛାତ୍ରୀ ଭାରତ ବର୍ଷର ଗତିଶୀଳ ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶିତ କରୁଥିବା ନୃତ୍ୟ ପ୍ରଦର୍ଶନ ସହିତ ଉତ୍ସବକୁ ରଙ୍ଗୀନ କରିଥିଲେ।

ଭାରତୀୟ ଦୂତାବାସ ପକ୍ଷରୁ ଇସ୍ରାଏଲ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଥିଲା। ରାଜଧାନୀ ଜେରୁସାଲେମ ଠାରେ ତ୍ରିରଙ୍ଗା ଆଲୋକିତ ହେବା ମାତ୍ରେ ଭାରତ-ଇସ୍ରାଏଲ ମଧ୍ୟରେ ସର୍ବଦା ମଜବୁତ ହେଉଥିବା ସମ୍ପର୍କକୁ ଦର୍ଶା ଯାଇଥିଲା।

ଏହା ସହ ପଢନ୍ତୁ: ଭାରତ ନାଁ ନେଇ ଆମେରିକାକୁ ଘେରିଲେ PM ନେତାନ୍ୟାହୁ; କହିଲେ...

ଏନେଇ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, "ଭାରତ-ଇସ୍ରାଏଲ ମଧ୍ୟରେ ବନ୍ଧୁତା ଝଲସି ଉଠୁଛି। ଭାରତର ୮୦ତମ ସ୍ୱାଧିନତା ଦିବସ ଅବସରରେ ରାଜଧାନୀ ଜେରୁସାଲେମ ସ୍ଥିତ ପ୍ରସିଦ୍ଧ କର୍ଡସ୍ ବ୍ରିଜ୍ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇ ଉଠିଥିଲା।" ଦୂତାବାସ ଦ୍ୱାରା ଆୟୋଜିତ ହୋଇଥିବା ସ୍ୱାଧିନତା ଦିବସ ସମାରୋହ ରାଷ୍ଟ୍ରଦୂତ ଜେ.ପି ସିଂହଙ୍କ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଆରମ୍ଭ ହୋଇଥିଲା। ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ରାଷ୍ଟ୍ରଦୂତ ଜେପି ସିଂହ ଦେଶ ପାଇଁ ରାଷ୍ଟ୍ରପତିଙ୍କ ସ୍ୱାଧୁନତା ଦିବସ ବାର୍ତ୍ତା ମଧ୍ୟ ପାଠ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: