Benjamin Netanyahu JD Vance conversation / ଭାରତ ନାଁ ନେଇ ଆମେରିକାକୁ ଘେରିଲେ PM ନେତାନ୍ୟାହୁ; କହିଲେ...
·1 hour ago·3 min read

Key Points
ଜେଡି ଭାନ୍ସଙ୍କ ଏକ ବିବୃତ୍ତିର ଜବାବରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଭାରତକୁ ବନ୍ଧୁ ବୋଲି କହିଥିଲେ। ଜେଡି ଭାନ୍ସ ସମ୍ପ୍ରତି କହିଥିଲେ ଯେ ଆମେରିକା ଇସ୍ରାଏଲର ଏକମାତ୍ର ଶକ୍ତିଶାଳୀ ସହଯୋଗୀ। ନେତାନ୍ୟାହୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଭାରତ ଭଳି ଅନେକ ଦେଶ ତାଙ୍କର ବନ୍ଧୁ।
Benjamin Netanyahu- JD Vance conversation: ଭାରତ ନାଁ ନେଇ ଆମେରିକାକୁ ଘେରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ନିକଟରେ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଭାରତ ସେହି ଦେଶଙ୍କ ମଧ୍ୟରୁ ଅନ୍ୟତମ ଯିଏ କଷ୍ଟକର ସମୟରେ ମଧ୍ୟ ଇସ୍ରାଏଲ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେରିକା ଇସ୍ରାଏଲର ସବୁଠାରୁ ନିକଟତମ ସହଯୋଗୀ ହୋଇପାରେ, ହେଲେ ଏହା କହିବା ଠିକ୍ ହେବ ନାହିଁ ଯେ ଇସ୍ରାଏଲ ପାଖରେ କେବଳ ଜଣେ ମାତ୍ର ଶକ୍ତିଶାଳୀ ବନ୍ଧୁ ଅଛି। ଭାରତର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଆମର କିଛି ଅନ୍ୟ ବନ୍ଧୁ ମଧ୍ୟ ଅଛନ୍ତି, ଯେପରିକି ଭାରତ ଯାହାର ୧୪୦ କୋଟି ଲୋକଙ୍କ ପାଖରୁ, ଆମକୁ ଜବରଦସ୍ତ ସମର୍ଥନ ମିଳୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବହୁ ସଂଖ୍ୟକ ଭାରତୀୟ ମଧ୍ୟ ସୋସିଆଲ ମିଡି଼ଆରେ ତାଙ୍କ ମତକୁ ସମର୍ଥନ କରନ୍ତି।
ଜେଡି ଭ୍ୟାନ୍ସଙ୍କ ବକ୍ତବ୍ୟ ସହ ଅସହମତ ହେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ କହିଥିଲେ ଯେ ପ୍ରତ୍ୟେକ ପ୍ରସଙ୍ଗରେ ଉଭୟ ପକ୍ଷର ସମାନ ମତାମତ ରହିବା ଆବଶ୍ୟକ ନୁହେଁ। ସେ ସ୍ୱୀକାର କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ସବୁଠାରୁ ଭଲ ବନ୍ଧୁଙ୍କ ମଧ୍ୟରୁ ଅନ୍ୟତମ, ହେଲେ ଏହା ସତ୍ତ୍ୱେ, ଇସ୍ରାଏଲର ଅନ୍ୟ ଦେଶଙ୍କ ସହିତ ମଧ୍ୟ ଦୃଢ଼ ସମ୍ପର୍କ ରହିଛି। ସେ କହିଛନ୍ତି ଯେ ବିଶ୍ୱର ଅନେକ ଦେଶ ଏବଂ ସେମାନଙ୍କ ନେତା ବ୍ୟକ୍ତିଗତ ଭାବରେ ଇସ୍ରାଏଲକୁ ସମର୍ଥନ କରନ୍ତି। ବେଳେବେଳେ ସେମାନେ ଖୋଲାଖୋଲି ଭାବରେ କଥା ହୋଇପାରନ୍ତି ନାହିଁ। କାରଣ ସେମାନଙ୍କୁ ସେମାନଙ୍କ ଦେଶର ଜନମତକୁ ବିଚାରକୁ ନେବାକୁ ପଡ଼ିଥାଏ। ହେଲେ ଆଲୋଚନା ସମୟରେ ସେମାନେ ଇସ୍ରାଏଲ ସହିତ ସହଯୋଗ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରନ୍ତି।
ଏହା ସହ ପଢନ୍ତୁ: 'ଭାରତରେ ଇସ୍ରାଏଲ ପ୍ରତି ରହିଛି ଅପାର ପ୍ରେମ'
ଅନେକ ଦେଶ ଇସ୍ରାଏଲ ସହିତ ଏକାଠି କାମ କରିବାକୁ ଚାହାଁନ୍ତି
ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆହୁରି କହିଥିଲେ ଯେ ବିଭିନ୍ନ ଦେଶର ନେତା ତାଙ୍କ ସହିତ ଯୋଗାଯୋଗ କରିଥାନ୍ତି। ସେମାନେ ପ୍ରତିରକ୍ଷା, ନୂତନ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଇସ୍ରାଏଲ ସହିତ ମିଶି କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ତାଙ୍କ କହିବା ଅନୁସାରେ ଇସ୍ରାଏଲୀ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣାକୁ ବିଶ୍ୱ ସ୍ତରରେ ଅତ୍ୟନ୍ତ ସମ୍ମାନ କରାଯାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ସାଇବର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଇସ୍ରାଏଲ ବିଶ୍ୱର ପ୍ରମୁଖ ଦେଶଙ୍କ ମଧ୍ୟରୁ ଅନ୍ୟତମ। କେବଳ ଗଣମାଧ୍ୟମ ଛବି ଉପରେ ଆଧାର କରି ଇସ୍ରାଏଲକୁ ଅଲଗା କରାଯାଇଛି ବୋଲି ଭାବିବା ଠିକ୍ ହେବ ନାହିଁ। ସେ କହିଥିଲେ ଯେ ବିଶ୍ୱରେ ଅନେକ ଦେଶ ଇସ୍ରାଏଲ ସହିତ ଦୃଢ଼ ସମ୍ପର୍କ ବଜାୟ ରଖିବାକୁ ଚାହାଁନ୍ତି।
କ'ଣ କହିଥିଲେ ଆମେରିକା ଉପରାଷ୍ଟ୍ରପତି?
ଗତ ମାସରେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ସମୟରେ,ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସ ଇସ୍ରାଏଲକୁ ଆମେରିକାକୁ ସାର୍ବଜନୀନ ଭାବରେ ସମାଲୋଚନା କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଆମେରିକା ବର୍ତ୍ତମାନ ଇସ୍ରାଏଲର ସବୁଠାରୁ ଶକ୍ତିଶାଳୀ ସହଯୋଗୀ। ଏହାକୁ ନଜରରେ ରଖି ଏପରି କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ ଯାହା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ। ଭାନ୍ସ ଏହା ମଧ୍ୟ କହିଥିଲେ ଯେ ଯଦି ସେ ଇସ୍ରାଏଲ ସରକାରରେ ଥାଆନ୍ତେ, ତାହେଲେ ସେ ତାଙ୍କର ସବୁଠାରୁ ବଡ଼ ସହଯୋଗୀ ବିରୋଧରେ ସାର୍ବଜନୀନ ବୟାନବାଜି କରିବାରୁ ନିବୃତ୍ତ ରହିବେ।
ଏହା ସହିତ ଭାନ୍ସ ଇସ୍ରାଏଲର ସୁରକ୍ଷା ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ କେବଳ ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ଲୋକଙ୍କୁ ହତ୍ୟା କରିବା ପ୍ରତ୍ୟେକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ତାଙ୍କ କହିବା ଅନୁସାରେ, ଇସ୍ରାଏଲକୁ ଏକ ଦୀର୍ଘକାଳୀନ ସୁରକ୍ଷା ରଣନୀତି ବିକଶିତ କରିବା ଆବଶ୍ୟକ। ଯାହା କେବଳ ସାମରିକ ବଳ ପ୍ରୟୋଗ କରିବା ଉପରେ ନିର୍ଭରଶୀଳ ରହିବ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories