Videos
|
International

Beach Emergency Landing / ମଝି ଆକାଶରେ ବିଫଳ ହେଲା ବିମାନ ଇଞ୍ଜିନ୍; ବେଳାଭୂମିରେ କରାଗଲା ଜରୁରୀକାଳୀନ ଅବତରଣ

Subhramjit Ray
Browse all articles by Subhramjit Ray
·1 hour ago·2 min read
ମଝି ଆକାଶରେ ବିଫଳ ହେଲା ବିମାନ ଇଞ୍ଜିନ୍; ବେଳାଭୂମିରେ କରାଗଲା ଜରୁରୀକାଳୀନ ଅବତରଣ
Beach Emergency Landing

Key Points

ଇଞ୍ଜିନରେ ସମସ୍ୟା ଯୋଗୁଁ ଏକ ଛୋଟ ବିମାନକୁ ଉଡ଼ାଣ ଭରିବାର କିଛି ସମୟ ପରେ ସମୁଦ୍ର କୂଳରେ ଅବତରଣ କରିବାକୁ ପଡ଼ିଥିଲା। ସୌଭାଗ୍ୟବଶତଃ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନ ବେଳାଭୂମିରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା।
Plane Emergency Landing on Beach: ମନେ କରନ୍ତୁ ଯଦି ଶହ ଶହ ଫୁଟ ଉଚ୍ଚତାରେ ଆକାଶରେ ଉଡ଼ୁଥିବା ସମୟରେ ଏକ ବିମାନ ଇଞ୍ଜିନ୍ ହଠାତ୍ କାମ କରିବା ବନ୍ଦ କରିଦିଏ ତାହେଲେ କ'ଣ ହେବ? ଏକଥା ଚିନ୍ତା କରିବା ମାତ୍ରେ ଯେକେହି ନିଶ୍ଚିତ ଭାବରେ ଭୟଭୀତ ହୋଇଉଠିବେ। ସଦ୍ୟ କାଲିଫର୍ନିଆରେ ଦେଖିବାକୁ ମିଳିଛି ସମାନ ଘଟଣା। ଏଠାରେ ଏକ ବିମାନର ଇଞ୍ଜିନ୍ ମଝି ଆକାଶରେ ବିଫଳ ହୋଇଯାଇଛି। ଜନ୍ ୱେନ୍ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଏକ ଛୋଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏଭଳି ପରିସ୍ଥିତିରେ କ'ଣ କରିବେ ସେକଥା ଚିନ୍ତା କରିବାକୁ ବିମାନ ଉଡ଼ାଇଥିବା ପାଇଲଟ୍ ସମୟ ପାଇଲେ ନାହିଁ। ଏକ ବୁଦ୍ଧିମାନ ପଦକ୍ଷେପ ସ୍ୱରୂପ, ସେଏହି ବିମାନକୁ ଏକ ବେଳାଭୂମି ଆଡକୁ ମୋଡ଼ି ଦେଇଲେ।

ବାଲି ଉପରେ ଗଡ଼ିବାରେ ଲାଗିଲା ବିମାନ
ବିମାନ ଉଡ଼ାଇଥିବା ପାଇଲଟ୍ କୌଣସି କାଳ ବିଳମ୍ବ ନକରି ବେଳାଭୂମିକୁ ଏକ ରନୱେରେ ଭାବରେ ବ୍ୟବହାର କରିଥିଲେ। ନୀଳ ସମୁଦ୍ର ଏବଂ ବାଲୁକା କୂଳ ସହ ତାଙ୍କର ସାମ୍ନା ହୋଇଥିଲା। ଏହି ବିମାନ ବାଲିରେ ଧକ୍କା ହେବା ମାତ୍ରେ, ଏହା ଦ୍ରୁତ ଗତିରେ ଏହାର ଯାତ୍ରା ଜାରି ରଖିଥିଲା। କିଛି ମିନିଟ୍ ପରେ,ଏହି ବିମାନ ବାଲିରେ ଅଟକି ଯାଇଥିଲା। ସେହି ବେଳାଭୂମିରେ ଉପସ୍ଥିତ ରହିଥିବା ଲୋକ ଅଚାନକ ଏପରି ଘଟଣାକ୍ରମ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସୌଭାଗ୍ୟବଶତଃ ବେଳାଭୂମିରେ ଅବତରଣ କରିବା ସମୟରେ ଏହି ବିମାନ ଓଲଟି ଯାଇନଥିଲା।\


ଏହା ସହ ପଢନ୍ତୁ: ନାବାଳକର ଜୀବନ ବଞ୍ଚାଇ ଚର୍ଚ୍ଚାରେ ୧୬ ବର୍ଷୀୟ ଲାଇଫଗାର୍ଡ; ସମୁଦ୍ର ଲହରୀ ସହ ହେଲା ମୁହାମୁହିଁ ଲଢେଇ

ଘଟଣାର ଯାଞ୍ଚ ଆରମ୍ଭ କରିଦେଲେ ତଦନ୍ତକାରୀ ସଂସ୍ଥା
କୁହାଯାଉଛି ଯେ ଏହି ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ହୋଇନାହିଁ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଜରୁରୀକାଳୀନ ସେବା ଦଳ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ କହିବା ଅନୁଯାୟୀ ଏହି ଘଟଣାର ତଦନ୍ତ ଆମେରିକାର ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରଣ ସଂସ୍ଥା (Federal Aviation Administration) ଏବଂ ସଂଘୀୟ ପରିବହନ ସୁରକ୍ଷା ବୋର୍ଡ ( National Transportation Safety Board) ଏହି ଘଟଣାର ତଦନ୍ତ କରୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: