Ramadan Tragedy / ରମଜାନର ପ୍ରଥମ ଦିନରେ ବଡ଼ ଅଘଟଣ; ବହୁତଳ କୋଠା ଭୁଶୁଡ଼ି ୧୬ ମୃତ
·4 months ago·2 min read

Key Points
ରମଜାନର ପ୍ରଥମ ଦିନରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୋଷେଇ ବେଳେ ହୋଇଥିବା ଗ୍ୟାସ୍ ବିସ୍ଫୋରଣରେ ବହୁତଳ କୋଠାର ଏକ ପାର୍ଶ୍ଵ ଭୁଶୁଡ଼ି ଯାଇଛି । ଏହ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ପାକିସ୍ତାନର ସବୁଠୁ ବଡ଼ ବନ୍ଦର ସହର କରାଚିରେ ରମଜାନର ପ୍ରଥମ ଦିନରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୋଷେଇ ବେଳେ ହୋଇଥିବା ଗ୍ୟାସ୍ ବିସ୍ଫୋରଣରେ ବହୁତଳ କୋଠାର ଏକ ପାର୍ଶ୍ଵ ଭୁଶୁଡ଼ି ଯାଇଛି । ଏହ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରେ ଛୋଟ ଛୁଆ ଏବଂ ମହିଳା ସାମିଲ ଅଛନ୍ତି । ଗ୍ୟାସ୍ ବିସ୍ଫୋରଣ ଓ କୋଠା ଭୁଶୁଡ଼ି ୧୬ ଜଣଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଦେଶରେ ଲଗାଇଥିଲେ ମାର୍ଶଲ ଆଇନ୍; କୋର୍ଟ ଶୁଣାଇଲେ ଆଜୀବନ ଜେଲ୍ ଦଣ୍ଡାଦେଶ
ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ଜନବହୁଳ ଅଞ୍ଚଳ ରମଜାନର ପ୍ରଥମ ଦିନ ଥରି ଉଠିଛି । ସକାଳ ସମୟରେ ଭୟଙ୍କର ବିସ୍ଫୋରଣ ପରେ ଭୁଶୁଡ଼ି ଯାଇଛି ବହୁତଳ କୋଠାର ଅଂଶ । ପୋଲିସ ଅନୁସାରେ, "ସକାଳ ସମୟରେ ଲୋକ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ଏହି ଅଘଟଣ ଘଟିଛି ।"
ପୋଲିସ ମୁଖ୍ୟ ରିଜୱାନ ପଟେଲ କହିଛନ୍ତି, "ବିସ୍ଫୋରଣ ଓ କୋଠା ଭୁଶୁଡ଼ି ପ୍ରଥମେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ପରେ ଭଗ୍ନାବଶେଷ ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫଳରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।"
କୋଠା ଭୁଶୁଡ଼ିବା ପରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ସ୍ଥାନୀୟ ଲୋକ ପ୍ରଶାସନ ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପୋଲିସ ଉକ୍ତ ଅଞ୍ଚଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ:ଚେକ୍ ପୋଷ୍ଟରେ ବିସ୍ଫୋରଣ, ଥାନା ଉପରେ ଆକ୍ରମଣ; ପାକିସ୍ତାନରେ ୧୪ ଯବାନ ମୃତ
ଅଘଟଣରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲୀ ଜରଦାରୀ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶୀଘ୍ର ଉଦ୍ଧାର କାର୍ଯ୍ୟ ସାରି ସିନ୍ଧରେ ବିଲ୍ଡିଂ କୋଡ୍ ଲାଗୁ କରିବା, ଗ୍ୟାସ୍ ସିଲିଣ୍ଡରର ସୁରକ୍ଷା ଯାଞ୍ଚ ସହ ମାମଲାର ତଦନ୍ତ ପାଇଁ କହିଛନ୍ତି ।
ଏହା ପୂର୍ବରୁ ୨୦୨୫ ଜୁଲାଇରେ ଇସଲାମାବାଦରେ ଏକ ବିବାହ ଉତ୍ସବ ପରେ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଏବେ ପୁଣି ଗ୍ୟାସ୍ ବିସ୍ଫୋରଣ ପରେ କୋଠା ଭୁଶୁଡ଼ି ୧୬ ଆଖି ବୁଜିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories