Ant Smuggling / ସୁନା କି ଡ୍ରଗ୍ସ ନୁହେଁ; ପିମ୍ପୁଡ଼ି ଚୋରା ଚାଲାଣକୁ ନେଇ ଚିନ୍ତିତ ଏହି ଦେଶ, ଚକିତ ଦୁନିଆ
·3 months ago·2 min read

Key Points
ଯେଉଁଠି ଦୁନିଆ ସୁନା ଓ ଡ୍ରଗ୍ସ ପଛରେ ପଡ଼ିଛି, ସେଠି କେନିଆରେ ମାଫିଆ ପିମ୍ପୁଡ଼ିଙ୍କୁ ବିକ୍ରି କରି ମାଲେମାଲ୍ ହେଉଛନ୍ତି । ବିଶେଷ କରି କେନିଆରୁ ଜିଆଣ୍ଟ ଆଫ୍ରିକାନ୍ ହାର୍ଭେଷ୍ଟର୍ସ ଆଣ୍ଟସ୍ଙ୍କୁ ସଂଗ୍ରହ କରାଯାଉଛି ।
ନୂଆଦିଲ୍ଲୀ: ଭାରତ ମହାସାଗର ଉପକୂଳରେ ପୂର୍ବ ଆଫ୍ରିକୀୟ ଦେଶ ହେଉଛି କେନିଆ । ସୁଉଚ୍ଚ ପାହାଡ଼ ସାଙ୍ଗକୁ ବଡ଼ ବଡ଼ ଗର୍ତ୍ତ ଥିବା ଏହି ଦେଶରେ ବୃଦ୍ଧି ପାଇଛି ପିମ୍ପୁଡ଼ି ଚାଲାଣ । ଯେଉଁଠି ଦୁନିଆ ସୁନା ଓ ଡ୍ରଗ୍ସ ପଛରେ ପଡ଼ିଛି, ସେଠି କେନିଆରେ ମାଫିଆ ପିମ୍ପୁଡ଼ିଙ୍କୁ ବିକ୍ରି କରି ମାଲେମାଲ୍ ହେଉଛନ୍ତି ।
ବିଶେଷ କରି କେନିଆରୁ ଜିଆଣ୍ଟ ଆଫ୍ରିକାନ୍ ହାର୍ଭେଷ୍ଟର୍ସ ଆଣ୍ଟସ୍ଙ୍କୁ ସଂଗ୍ରହ କରାଯାଉଛି । ଜୀବିତ ପିମ୍ପୁଡ଼ିକୁ କ୍ୟାପସୁଲ୍ରେ ରଖି ଟିସ୍ୟୁ ପେପର୍ ଗୁଡ଼ାଇ ଚାଲାଣ କରାଯାଉଛି । ଏବେ କେନିଆରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଛି ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ବେଳେ ଚର୍ଚ୍ଚାରେ ପେଣ୍ଟାଗନ ପିଜା ରିପୋର୍ଟ; କ'ଣ ରହିଛି ଏହାର ଇତିହାସ?
ଆଉ ବର୍ଷା ଆରମ୍ଭ ହୋଇଥିବାରୁ ଜମିରେ ଥିବା ପିମ୍ପୁଡ଼ି ବାହାରକୁ ଆସୁଛନ୍ତି । କେନିଆର କୃଷି ପ୍ରଧାନ ସହର ଗିଲଗିଲ ଏବେ ପିମ୍ପୁଡ଼ିଙ୍କ ଅବୈଧ ବ୍ୟାପାର କେନ୍ଦ୍ର ପାଲଟିଛି । ଦୁର୍ଲଭ ପ୍ରଜାତିର ରାଣୀ ପିମ୍ପୁଡ଼ିକୁ ମାଫିଆ ଅନ୍ତର୍ଜାତୀୟ କଳା ବଜାରରେ ବିକ୍ରି କରୁଛନ୍ତି । ଗୋଟିଏ ପିମ୍ପୁଡ଼ି ପିଛା ୨୨୦ ଆମେରିକୀୟ ଡଲାର (ଭାରତୀୟ ଟଙ୍କାରେ ୨୦ ହଜାର) ମିଳୁଛି ।
ଜିଆଣ୍ଟ ଆଫ୍ରିକାନ୍ ହାର୍ଭେଷ୍ଟର୍ସ ଆଣ୍ଟସ୍ଙ୍କ ବେଶ୍ ଚାହିଦା ରହିଛି । ଲାଲ୍ ରଙ୍ଗର ଏହି ପିମ୍ପୁଡ଼ି ବିଶେଷ କରି ପୂର୍ବ ଆଫ୍ରିକାରେ ମିଳିଥାନ୍ତି । ଯେଉଁମାନେ କ ଚାଷ ଜମିରେ ଖାଦ୍ୟ ଶସ୍ୟକୁ ଏକାଠି କରି ରଖିବା ପାଇଁ ଜଣାଶୁଣା ଅଟନ୍ତି । ଏକ ରାଣୀ ପିମ୍ପୁଡ଼ି ଦଶନ୍ଧ ଧରି ଜୀବିତ ରହିପାରେ ଓ ଗୋଟିଏ କଲୋନୀ ବସାଇବାରେ ସକ୍ଷମ ମଧ୍ୟ ଅଟେ । ଏହି କାରଣରୁ ଅନଲାଇନ୍ କଳା ବଜାରରେ ଏମାନଙ୍କ ଦାମ ହଜାର ହଜାର ଟଙ୍କା ।
ବିବିସିର ଏକ ରିପୋର୍ଟ ଅନୁସାରେ, ଏହି ଅବୈଧ ବ୍ୟାପାର ମୁଖ୍ୟତଃ ଅନଲାଇନ୍ ଓ ଗୋପନୀୟ ନେଟୱର୍କ ଜରିଆରେ ପରିଚାଳନା କରାଯାଉଛି । ପିମ୍ପୁଡ଼ିଙ୍କୁ ଟେଷ୍ଟ ଟ୍ୟୁବ୍ ଓ ସିରିଞ୍ଜରେ ଭର୍ତ୍ତି କରି ପ୍ୟାକ୍ କରି ନିଆଯାଉଛି । ଏହି ପ୍ରକ୍ରିୟାରେ ପିମ୍ପୁଡ଼ି ୨ ମାସ ପର୍ଯ୍ୟନ୍ତ ଜୀବିତ ରହିପାରିବେ । ଏମାନଙ୍କୁ ଡାକ ଜରିଆରେ ପଟାଇଲେ ବିମାନବନ୍ଦରରେ ସ୍କାନ୍ ବେଳେ ଜଣାପଡ଼େ ନାହିଁ ।
ଏଥିସହ ପଢ଼ନ୍ତୁ: ଝିଅର ଖାଦ୍ୟ ପକ୍ଷୀ ନେଇଗଲା ବୋଲି ମାରିଦେଲେ, ହେଲା ୮ ମାସ ଜେଲ୍
୫ ହଜାର ରାଣୀ ପିମ୍ପୁଡ଼ି ଜବତ
କେନିଆର ପିମ୍ପୁଡ଼ି କାରବାରର ସ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ୫ ହଜାର ରାଣୀ ପିମ୍ପୁଡ଼ି ଧରାପଡ଼ିଲେ । କେନିଆ ବନ୍ୟପ୍ରାଣୀ ସେବା ଏହି ମାମଲାରେ ଗତବର୍ଷ ବେଲଜିୟମ୍, ଭିଏତନାମ ଓ କେନିଆର ଏକାଧିକ ସନ୍ଦିଗ୍ଧଙ୍କୁ ଧରିଥିଲା । ଏମାନେ ପିମ୍ପୁଡ଼ିଙ୍କୁ ୟୁରୋପ ସହ ଏସିଆ ବଜାରରେ ବିକ୍ରି ଯୋଜନା କରୁଥିଲେ ।
ବିଶେଷଜ୍ଞଙ୍କ ଅନୁସାରେ, କେନିଆରୁ ଏଭଳି ପିମ୍ପୁଡ଼ି ଚାଲାଣ ପରିବେଶକୁ କ୍ଷତି ପହଞ୍ଚାଇବ । ବୈଜ୍ଞାନିକଙ୍କ ଅନୁସାରେ, ମାରିର ଉର୍ବରତା ଓ ସନ୍ତୁଳନ ରକ୍ଷା ଲାଗି ପିମ୍ପୁ଼ଡ଼ିଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । କେନିଆରେ ପୂର୍ବରୁ ହାତୀ ଦାନ୍ତ ଓ ଗଣ୍ଡା ସିଂଘ ଭଳି ମାମଲା ଆସୁଥିଲା । ଏବେ ଛୋଟ ପ୍ରଜାତିର ପିମ୍ପୁଡ଼ି ଚାଲାଣ ସୁରକ୍ଷା ଏଜେନ୍ସିକୁ ଚକିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories