200 Yrs prison / କେନିଆରେ କୋର୍ଟଙ୍କ ବଡ଼ ରାୟ; ଧର୍ମଗୁରୁ ପଲ୍ ମ୍ୟାକେଞ୍ଜିକୁ ୨୦୦ ବର୍ଷ ଜେଲ୍
·1 hour ago·2 min read

Key Points
କେନିଆର ଏକ ଚର୍ଚ୍ଚିତ ହତ୍ୟା ମାମଲାରେ କୋର୍ଟଙ୍କ ବଡ଼ ରାୟ
ଧର୍ମଗୁରୁ ପଲ୍ ମ୍ୟାକେଞ୍ଜିକୁ ୨୦୦ ବର୍ଷ ଜେଲ୍
୧୯୦ ଶିଶୁଙ୍କୁ ଭୋକରେ ରଖି ହତ୍ୟା କରିଥିଲା
ଧର୍ମଗୁରୁ ପଲ୍ ମ୍ୟାକେଞ୍ଜିକୁ ୨୦୦ ବର୍ଷ ଜେଲ୍
୧୯୦ ଶିଶୁଙ୍କୁ ଭୋକରେ ରଖି ହତ୍ୟା କରିଥିଲା
ନାଇରୋବି (କେନିଆ): କେନିଆରେ ଚର୍ଚ୍ଚ ନାମରେ ଚାଲିଥିବା ଭୟଙ୍କର ଧାର୍ମିକ ଅନ୍ଧବିଶ୍ୱାସ ଓ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଧାର୍ମିକ ନେତା ପଲ୍ ମାକେଞ୍ଜି । ୧୯୧ ଜଣଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ୨୦୦ ବର୍ଷ ଜେଲ୍ଦଣ୍ଡ ଶୁଣାଇଛନ୍ତି ମୋମ୍ବାସା ହାଇକୋର୍ଟ । ଏହି ଘଟଣାରେ ଧର୍ମୀୟ ଗୋଷ୍ଠୀ ନେତା ତଥା ଧର୍ମଗୁରୁ ମାକେଞ୍ଜି ସହ ୨୫ରୁ ଅଧିକ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି । ୧୯୦ ଜଣ ଶିଶୁଙ୍କୁ ଭୋକରେ ରଖି ହତ୍ୟା କରି ଜଙ୍ଗଲରେ ପୋତିଥିଲା ।
ମାକେଞ୍ଜି ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚ୍ଚର ପ୍ରତିଷ୍ଠାତା । ସେ ୨୦୨୩ ଅଗଷ୍ଟରେ ପୃଥିବୀ ଧ୍ୱଂସ ହେବ ବୋଲି ପ୍ରଚାର କରିଥିଲା । ସ୍ୱର୍ଗକୁ ଯିବା ପାଇଁ ଅନୁଗାମୀମାନଙ୍କୁ ଉପବାସ କରିବାକୁ ପ୍ରବର୍ତ୍ତାଇଥିଲା । ଏହି ଉପଦେଶ ଅନୁସାରେ ପ୍ରଥମେ ଶିଶୁ, ପରେ ଯୁବକ ଓ ମହିଳାଙ୍କ ମୃତ୍ୟୁ ହେବାର ଯୋଜନା ଥିଲା । ପୁରୁଷମାନେ ଶବଗୁଡ଼ିକୁ କବର ଦେବା ପରେ ମୃତ୍ୟୁବରଣ କରିବାକୁ ଥିଲେ । କୋର୍ଟଙ୍କ ରାୟ ଅନୁସାରେ, ଉପବାସ ଯୋଗୁଁ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ ମାକେଞ୍ଜିଙ୍କୁ ୧୦୦ ବର୍ଷ ଏବଂ ସିଧାସଳଖ ହତ୍ୟା ମାମଲାରେ ଆଉ ୧୦୦ ବର୍ଷ ଜେଲ୍ଦଣ୍ଡ ଦିଆଯାଇଛି।
ମୃତ ୧୯୧ ଜଣଙ୍କ ମଧ୍ୟରୁ ୧୬୧ ଜଣ ଶିଶୁଙ୍କ ବୟସ ୯ ବର୍ଷ କିମ୍ବା ତା’ଠାରୁ କମ୍ ଥିଲା । ୨୨ ଜଣଙ୍କ ବୟସ ୧୦ରୁ ୧୩ ବର୍ଷ ଏବଂ ୫ ଜଣଙ୍କ ବୟସ ୧୪ରୁ ୧୬ ବର୍ଷ ମଧ୍ୟରେ ଥିଲା । ଅନ୍ୟ ଦୁଇଜଣଙ୍କ ବୟସ ନିର୍ଦ୍ଧାରଣ ହୋଇପାରିନଥିଲା । ଏହି ୧୯୧ ଜଣଙ୍କ ମଧ୍ୟରୁ ୧୮୩ ଜଣଙ୍କର ଉପବାସ ଯୋଗୁଁ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୧୮୨ ଜଣ ଶିଶୁ ଓ ଜଣେ ବୟସ୍କ ଥିଲେ । ଅନ୍ୟ ୮ ଜଣ ଶିଶୁଙ୍କୁ ଶ୍ୱାସରୁଦ୍ଧ, ତଣ୍ଟି ଚିପି କିମ୍ବା ମାଡ଼ ମାରି ହତ୍ୟା କରାଯାଇଥିଲା ।

- କାହିଁକି ମୃତ୍ୟୁଦଣ୍ଡ ଦେଲେନାହିଁ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବେଙ୍ଗାଲୁରୁ ହତ୍ୟାକାଣ୍ଡରରେ ବଡ ଖୁଲାସା; ପୂର୍ବରୁ ରଚିଥିଲା ଷଡ଼ଯନ୍ତ୍ର; ଟିଭି ଫୁଲ୍ ସାଉଣ୍ଡରେ ଥିଲା
ମାକେଞ୍ଜି ତାର ଅନୁଗାମୀମାନଙ୍କୁ ଘର ଛାଡ଼ି ପୂର୍ବ କେନିଆର ଶାକାହୋଲା ଜଙ୍ଗଲକୁ ଯିବାକୁ ପ୍ରବର୍ତ୍ତାଇଥିଲା । ସେଠାରେ ଉପବାସ କଲେ ସେମାନେ ଈଶ୍ୱରଙ୍କ ନିକଟତର ହେବେ ଏବଂ ସ୍ୱର୍ଗ ପ୍ରାପ୍ତି କରିବେ ବୋଲି କହିଥିଲା । କୋର୍ଟରେ ପ୍ରମାଣିତ ହୋଇଛି ଯେ, ଧାର୍ମିକ ଉପଦେଶକୁ ବ୍ୟବହାର କରି ଅନୁଗାମୀମାନଙ୍କୁ ଉପବାସ ପାଇଁ ବାଧ୍ୟ କରାଯାଉଥିଲା । ପାହାରାଦାରମାନେ ସେମାନଙ୍କ ଗତିବିଧି ନିୟନ୍ତ୍ରଣ କରୁଥିଲେ ଏବଂ ଜଙ୍ଗଲ ଛାଡ଼ିବାକୁ ଦେଉନଥିଲେ । ଉପବାସରେ ଅସହମତି ପ୍ରକାଶ କରୁଥିବା ଲୋକଙ୍କୁ ବଳପୂର୍ବକ ବାଧ୍ୟ କରାଯାଉଥିଲା । ଶିଶୁମାନଙ୍କୁ ଖାଦ୍ୟରୁ ବଞ୍ଚିତ କରିବା ସହ ଖାଇବାକୁ କିମ୍ବା ପଳାଇବାକୁ ଚେଷ୍ଟା କଲେ ନିର୍ଯାତନା ଦିଆଯାଉଥିଲା । ଏହି ଘଟଣାରେ ପ୍ରାୟ ୫୦୦ ଜଣଙ୍କର ମୃତଦେହ ବିଭିନ୍ନ କବର ଏବଂ ଶୌଚାଳୟରୁ ଉଦ୍ଧାର କରାଯାଇଛି, ଯାହା ଆଧୁନିକ ଯୁଗର ସବୁଠାରୁ ବଡ଼ ନରସଂହାର ବୋଲି କୁହାଯାଉଛି।

Related Topics
Explore more stories