Videos
|
National

Bengaluru Murder case / ବେଙ୍ଗାଲୁରୁ ହତ୍ୟାକାଣ୍ଡରେ ବଡ ଖୁଲାସା; ଅଭିଯୁକ୍ତ ପୂର୍ବରୁ ରଚିଥିଲା ଷଡ଼ଯନ୍ତ୍ର; ଟିଭି ଫୁଲ୍ ସାଉଣ୍ଡରେ ଥିଲା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବେଙ୍ଗାଲୁରୁ ହତ୍ୟାକାଣ୍ଡରେ ବଡ ଖୁଲାସା; ଅଭିଯୁକ୍ତ ପୂର୍ବରୁ ରଚିଥିଲା ଷଡ଼ଯନ୍ତ୍ର; ଟିଭି ଫୁଲ୍ ସାଉଣ୍ଡରେ ଥିଲା
Bengaluru Murder case

Key Points

ବେଙ୍ଗାଲୁରୁରେ ଜ୍ଵାଇଁର ଚର୍ଚ୍ଚିତ ହତ୍ୟାକାଣ୍ଡ
ସ୍ତ୍ରୀ ସହ ନେଇଥିଲା ଶାଶୂଘରର ଅନ୍ୟ ୬ଜଣଙ୍କ ଜୀବନ
ଏବେ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ବଡ଼ ଖବର
ବେଙ୍ଗାଲୁରୁ: କର୍ଣ୍ଣାଟକର କ୍ୟାପିଟାଲ ସିଟି ବେଙ୍ଗାଲୁରୁରେ ୭ଜଣଙ୍କ ହତ୍ୟାକାଣ୍ଡ ଘଟଣା । ସାମ୍ନାକୁ ଆସିଲା ଜ୍ଵାଇଁର ଷଡ଼ଯନ୍ତ୍ରର କାହାଣୀ । ସ୍ତ୍ରୀ ସହ ଶାଶୂଘରର ଅନ୍ୟ ୬ଜଣଙ୍କ ଜୀବନ ନେଇଥିଲା ପିଶାଚ ଜ୍ଵାଇଁ । ନୃଶଂସ ବେଙ୍ଗାଲୁରୁ ହତ୍ୟାକାଣ୍ଡରେ ଅଭିଯୁକ୍ତ ଜଣକ ନିଜ ରାଜାଜିନଗର ଘରେ ପରିବାର ଲୋକଙ୍କୁ ମାରିବା ପାଇଁ ପୂର୍ବରୁ ଯେଉଁ ବଡ ପ୍ଲାନ୍ କରିଥିଲା ତାହା ଏବେ ସାମନାକୁ ଆସିଛି । ପରିବାରର ୭ ଜଣଙ୍କୁ ଘରେ ମଟନ୍ ତରକାରୀ ତିଆରି କରି ଖାଇବାକୁ ଡାକିଥିଲା । ସେଥିରେ ଅଧିକ ମାତ୍ରାରେ ନିଦ ବଟିକା ମିଶାଇ ପରିବାରର ସଦସ୍ୟମାନଙ୍କୁ ଦେଇଥିଲା ।

  • ପୂର୍ବରୁ ରଚିଥିଲା ହତ୍ୟା ଷଡ଼ଯନ୍ତ୍ର
ଖାଇବା ପରେ ସମସ୍ତେ ଅଚେତ ହୋଇ ଶୋଇପଡ଼ିଥିଲେ । ସେମାନଙ୍କୁ ମାରିବା ବେଳେ ସେମାନଙ୍କର ଚିତ୍କାର ଯେପରି ବାହାରକୁ ନ ଶୁଣାଯିବ ସେଥିପାଇଁ ସେ ଘରର ଟିଭିକୁ ପୂରା ଫୁଲ୍ ସାଉଣ୍ଡରେ ଚଲାଇ ଦେଇଥିଲା ହତ୍ୟାକାରୀ । ଏହାପରେ ଅତି ନିର୍ଦ୍ଦୟ ଭାବେ ସେମାନଙ୍କୁ ହତ୍ୟା କରି ଶବଗୁଡ଼ିକୁ ଲୁଚାଇବା ପାଇଁ ଗୋଟିଏ ଗୋଟିଏ ବସ୍ତା ରେ ପୂରାଇ ବାନ୍ଧି ଦେଇଥିଲା । ତାପରେ କାର୍‌ରେ ନେଇ ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲା ।

  • ତାମିଲନାଡୁରୁ ମୃତଦେହ ଉଦ୍ଧାର
ବର୍ତ୍ତମାନ ସୁଦ୍ଧା ତାମିଲନାଡୁର ସାଲେମ୍ ଜିଲ୍ଲାର ଜଙ୍ଗଲରୁ ସୁନୀତା ଓ ତାଙ୍କ ମା' ରୂପାବତୀଙ୍କ ଶବ ଉଦ୍ଧାର କରାଯାଇଛି । ବେଙ୍ଗାଲୁରୁର ରାଜାଜୀନଗରରେ ଘଟିଥିବା ଏହି ଭୟଙ୍କର ହତ୍ୟାକାଣ୍ଡରେ ୫୨ ବର୍ଷୀୟ କ୍ୟାବ୍ ଡ୍ରାଇଭର୍ ଏସ୍‌ ଇନ୍ଦୁଶେଖର ନିଜ ସ୍ତ୍ରୀ ସୁନୀତା ଏବଂ ତା' ପରିବାରର ୭ ଜଣ ସଦସ୍ୟଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପଢନ୍ତୁ ଏହି ଖବର: ପ୍ରଥମେ ପତ୍ନୀ..ପରେ ଟାର୍ଗେଟ୍‌ରେ ଶାଶୂଘର, ଜ୍ଵାଇଁର କ୍ରୋଧରେ ଛାରଖାର ପରିବାର

  • କଣ ପୂରା ଘଟଣା ?
ଅଭିଯୁକ୍ତ ଇନ୍ଦୁଶେଖର ପେଶାରେ ଜଣେ କ୍ୟାବ୍ ଡ୍ରାଇଭର ଥିଲା । ସେ ବେଙ୍ଗାଲୁରୁରେ ପତ୍ନୀ ସୁନୀତା ସହ ରହୁଥିଲା । ବିବାହକୁ ୨୦ ବର୍ଷ ବିତିଥିଲେ ବି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନଥିଲା ଶାନ୍ତି । ପୋଲିସର ସୂଚନା ଅନୁସାରେ, ପତ୍ନୀଙ୍କ ପରିବାରର ହସ୍ତକ୍ଷେପକୁ ନେଇ ଇନ୍ଦୁଶେଖର ଅସନ୍ତୁଷ୍ଟ ଥିଲା । ଆଉ ଏହି ଅସନ୍ତୋଷ ଧୀରେ ଧୀରେ ନେଇଥିଲା ଭୟଙ୍କର କାଳ ରୂପ । ପ୍ରଥମେ ନିଜ ପତ୍ନୀ ସୁନିତା ଏବଂ ପରେ ଶାଶୂଘରର ଅନ୍ୟ ୬ ସଦସ୍ୟ ( ଶାଶୂ, ୨ଜଣ ଶାଳୀ, ୨ଜଣ ଶାଳକ ଓ ଜଣେ ପୁତୁରା)ଙ୍କୁ ଘରକୁ ଡାକି ଶିଳପୁଆରେ ଆକ୍ରମଣ କରି ହତ୍ୟା କରିଥିଲା । ଏପରିକି ଜଣେ ୭ ବର୍ଷର ନାବାଳକ ମଧ୍ୟ ଏହି ବର୍ବରତାରୁ ରକ୍ଷା ପାଇନଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଏମିତି ଧରାପଡ଼ିଲା ହତ୍ୟାକାରୀ ଜ୍ଵାଇଁ
ଇନ୍ଦୁଶେଖରର ଜଣେ ଶାଳକର ସ୍ତ୍ରୀଙ୍କ ମା' ଶ୍ରୀରାମପୁର ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଆଉ କଲ୍ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣର ଲିଙ୍କ୍ ଯୋଡ଼ି ଶେଷରେ ତଦନ୍ତକାରୀ ଟିମ୍ ଇନ୍ଦୁଶେଖରଙ୍କ ନିକଟରେ ପହଞ୍ଚିଥିଲା । ଯେଉଁ ସମ୍ପର୍କକୁ ନେଇ ଆରମ୍ଭ ହୋଇଥିଲା କଳହ, ସେହି ସମ୍ପର୍କର ରକ୍ତରେ ଶେଷ ହେଲା ଗୋଟିଏ ପରିବାରର କାହାଣୀ । ଯେଉଁଠି ସମ୍ପର୍କର ମୂଲ୍ୟ ହେବା କଥା `ଜୀବନ', ସେଠି ଖୋଦ୍ ସମ୍ପର୍କ ହିଁ ପାଲଟିଗଲା ମୃତ୍ୟୁର କାରଣ ।