Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

North Korea / ବଡ଼ ଯୁଦ୍ଧ ପାଇଁ ଉତ୍ତର କୋରିଆର ପ୍ରସ୍ତୁତି ! ଝିଅ ଚଳାଉଛି ଟ୍ୟାଙ୍କ, ହସୁଛନ୍ତି କିମ୍

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବଡ଼ ଯୁଦ୍ଧ ପାଇଁ ଉତ୍ତର କୋରିଆର ପ୍ରସ୍ତୁତି ! ଝିଅ ଚଳାଉଛି ଟ୍ୟାଙ୍କ, ହସୁଛନ୍ତି କିମ୍
Kim’s Daughter Drives Tank

Key Points

ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ଝିଅ ଏବେ ସେନାର ଟ୍ୟାଙ୍କ ଚଳାଉଥିବା ବେଳେ ଦେଖିବାକୁ ମିଳିଛି । ମାତ୍ର ୧୩ ବର୍ଷ ବୟସରେ ଆର୍ମି ଟ୍ରେନିଂ ସମୟରେ ଟ୍ୟାଙ୍କ ଚଳାଉଛି କିମ୍‌ଙ୍କ ଝିଅ ।
ନୂଆଦିଲ୍ଲୀ: କେବେ ବନ୍ଧୁକ ସହ ତ ଆଉ କେବେ ମିସାଇଲ୍ ପରୀକ୍ଷଣ ବେଳେ ନଜର ଆସୁଥିଲେ କିମ୍ ଜୋଙ୍ଗ ଉନ୍‌ଙ୍କ ଝିଅ । ଉତ୍ତର କୋରିଆର କ୍ରୁର ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ଝିଅ ଏବେ ସେନାର ଟ୍ୟାଙ୍କ ଚଳାଉଥିବା ବେଳେ ଦେଖିବାକୁ ମିଳିଛି । ମାତ୍ର ୧୩ ବର୍ଷ ବୟସରେ ଆର୍ମି ଟ୍ରେନିଂ ସମୟରେ ଟ୍ୟାଙ୍କ ଚଳାଉଛି କିମ୍‌ଙ୍କ ଝିଅ ।

ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । କ'ଣ କିମ୍ ଜୋଙ୍ଗ ଉନ୍ ତାଙ୍କ ଝିଅକୁ ନିଜ ଉତ୍ତରାଧିକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି ? ଉତ୍ତର କୋରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ଶୁକ୍ରବାର କହିଛି, "ଦିନକ ପୂର୍ବରୁ କିମ୍ ଜୋଙ୍ଗ ଉନ୍ ଆକ୍ରମଣାତ୍ମକ ସାମରିକ ଅଭ୍ୟାସରେ ସାମିଲ୍ ହୋଇଥିଲେ । ଯେଉଁଠି ଟ୍ୟାଙ୍କ ୟୁନିଟ୍ସ ସହ ପଦାତକ ସେନା ସହ ଯୁଦ୍ଧ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ ।"

ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ବଡ଼ ବୟାନ ଦେଲା ଉତ୍ତର କୋରିଆ: ଏହି ଦେଶକୁ କରୁଛି ସମର୍ଥନ, ହେବ ତୃତୀୟ ବିଶ୍ୱଯୁଦ୍ଧ !

ସରକାରୀ ଗଣମାଧ୍ୟମରେ ଜାରି ଭିଡିଓ ଫଟୋରେ ଦେଖାଯାଉଛି, କିମ୍‌ ଜୋଙ୍ଗଙ୍କ ଝିଅ ଏକ ଟ୍ୟାଙ୍କ ଚଳାଉଛନ୍ତି । ଯେତେବେଳେ କି ସୈନିକ ମାନଙ୍କ କିମ୍ ଜୋଙ୍ଗ ଉନ୍‌ ଟ୍ୟାଙ୍କ ଉପରେ ବସି ହସୁଛନ୍ତି । ଫଟୋରୁ ସ୍ପଷ୍ଟ ଯେ, କିମ୍ ଜୋଙ୍ଗ ଉନ୍‌ଙ୍କ ଝିଅ ଟ୍ୟାଙ୍କକୁ ନିୟନ୍ତ୍ରଣ କରୁଛି, ଯାହାକୁ ବିଶେଷଜ୍ଞ ଏକ ପ୍ରତୀକାତ୍ମକ ଗତିବିଧି ବୋଲି କହୁଛନ୍ତି ।

ଦକ୍ଷିଣ କୋରିଆର 'କୋରିଆ ଡିଫେନ୍ସ ନେଟୱର୍କ'ର ବିଶେଷଜ୍ଞ ଲି ଇଲୁ କହିଛନ୍ତି, "ଟ୍ୟାଙ୍କକୁ ସମତଳ ଜମିରେ ଧିର ଗତିରେ ଚଳାଇବା ବୈଷୟିକ ଦୃଷ୍ଟିକୋଣରୁ ଅଧିକ ଜଟିଳ ନୁହେଁ । ହୁଏତ ଏହା ଏକ ଫଟୋଶୁଟ୍‌ର ଅଂଶ ହୋଇପାରେ । ତେବେ ଏତେ କମ୍ ବୟସରେ ଏଭଳି ଭାରୀ ଯୁଦ୍ଧ ବାହାନକୁ ସମ୍ଭାଳିବା, ଉତ୍ତର କୋରିଆର କ୍ଷମତା ଆଡ଼କୁ ସେ ବଢ଼ୁଥିବା ଦର୍ଶାଉଛି ।"

ରିପୋର୍ଟ ଅନୁସାରେ, କିମ୍‌ ଜୋଙ୍ଗ ଉନ୍‌ଙ୍କ ଜିଅ କିମ୍ ଜୁ ଏଙ୍କ ବୟସ ପ୍ରାୟ ୧୩ ବର୍ଷ । ସେ ୨୦୨୨ ଶେଷ ଭାଗରେ କିମ୍‌ଙ୍କ ସହ ଏକ ହାଇ ପ୍ରୋଫାଇଲ୍ ସୈନ୍ୟ ଓ ଅନ୍ୟ କାର୍ଯ୍ୟକ୍ରମରେ ଦେଖା ଯାଇଥିଲେ । କିମ୍ ଜୁ ଏଙ୍କୁ କିମ୍‌ଙ୍କ ସବୁଠୁ ପ୍ରିୟ ସନ୍ତାନ ବୋଲି କୁହାଯାଏ । ନିକଟରେ କିମ୍ ଜୁ ଏଙ୍କୁ ଅସ୍ତ୍ରଶସ୍ତ୍ର କାରଖାନାରେ ବନ୍ଧୁକ ଚଳାଉଥିବା ଦେଖା ଯାଇଥିଲା । ରକେଟ୍ ଲଞ୍ଚ ବେଳେ ମଧ୍ୟ ସେ କିମ୍‌ଙ୍କ ସହ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ କ'ଣ ଚାହୁଁଛନ୍ତି କିମ୍ ? ସମୁଦ୍ରକୁ ଫିଙ୍ଗିଲେ ବାଲିଷ୍ଟିକ୍ ମିସାଇଲ୍

ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସ ଅନୁସାରେ, କିମ୍ ଜୋଙ୍ଗ ଉନ୍ କେବେ ବି ତାଙ୍କ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି । ତେବେ କିଛି ବିଶେଷଜ୍ଞ ଝିଅର କମ୍ ବୟସକୁ ନେଇ ଏଥିରେ ସହମତ ନାହାନ୍ତି । ତଥାପି କିମ୍ ନିଜ ଝିଅକୁ ବିଭିନ୍ନ ସୈନ୍ୟ ଅଭ୍ୟାସରେ ସାମିଲ୍ କରିବା କିଛି ଭିନ୍ନ ଇଙ୍ଗିତ କରୁଛି ।

ଗୋଟିଏ ପଟେ ଦକ୍ଷିଣ କୋରିଆ ଓ ଆମେରିକା ମିଳିତ ଭାବେ ସୈନ୍ୟ ଅଭ୍ଯାସ କରୁଛନ୍ତି । ଏହି ସମୟରେ ଉତ୍ତର କୋରିଆ ଟ୍ୟାଙ୍କ ଅଭ୍ୟାସ୍ କରି ବଡ଼ ବାର୍ତ୍ତା ଦେଇଛି । ଏହି ଅଭ୍ୟାସକୁ ଉତ୍ତର କୋରିଆ ଆକ୍ରମଣର ରିହର୍ସଲ ଭାବେ ଦେଖାଉଛି ଓ ଶକ୍ତି ପ୍ରଦର୍ଶନ କରୁଛି । କିମ୍ ଜୋଙ୍ଗ ଉନ୍ ସୈନ୍ୟ ଶକ୍ତି, ସାମର୍ଥ୍ୟ ବଢ଼ାଇବାକୁ ଖୋଦ୍ ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kim Jong Un’s Daughter Drives Tank Amid North Korea War Drills | Argus News | Argus News