Fake Passport / ମିଛ ପରିଚୟ ନେଇ ବୁଲୁଥିଲେ କିମ୍; ଭାଇରାଲ ପୋଷ୍ଟକୁ ନେଇ ହଇଚଇ
·2 hours ago·2 min read

Key Points
କିମ୍ ଜୋଙ୍ଗ ଉନଙ୍କ କଳା କାରନାମା
ମିଛ ପାସପୋର୍ଟ ଧରି ବୁଲୁଥିଲେ
ଜାପାନ ମିଡିଆ ପକ୍ଷରୁ ଦାବି
ମିଛ ପାସପୋର୍ଟ ଧରି ବୁଲୁଥିଲେ
ଜାପାନ ମିଡିଆ ପକ୍ଷରୁ ଦାବି
ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ପୁଣି ଚର୍ଚ୍ଚାରେ । ଏଥର କୌଣସି ଅଜବ ନିୟମ ପାଇଁ ନୁହେଁ, ବରଂ ନିଜର ମିଛ ପରିଚୟ ପତ୍ର ପାଇଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟ ଅନୁଯାୟୀ କିମ୍ ଜୋଙ୍ଗ ଉନ୍ ଏକ ନକଲି ପାସପୋର୍ଟ ଧରି ଜାପାନ ବୁଲିବାକୁ ଯାଇଥିଲେ । ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ କିମ୍ ବ୍ରାଜିଲର ଏହି ନକଲି ପାସପୋର୍ଟ ବ୍ୟବହାର କରି ଜାପାନ ଯାଇଥିଲେ ।
ଭାଇରାଲ ପୋଷ୍ଟ ଅନୁସାରେ, ୧୯୯୧ ମସିହାରେ ୮ ବର୍ଷୀୟ କିମ୍ ଜୋଙ୍ଗ ଉନ୍ ନକଲି ପାସପୋର୍ଟର ବ୍ୟବହାର କରିଥିଲେ । ସେ ନିଜ ବଡ଼ ଭାଇ ଜୋଙ୍ଗ ଚୁଲଙ୍କ ସହିତ ବ୍ରାଜିଲ ପାସପୋର୍ଟ ଧରି ଜାପାନ ଯାଇଥିଲେ । ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ତାଙ୍କ ସହିତ ୧୦ ଜଣ ଉତ୍ତର କୋରିଆର ଅଧିକାରୀ ମଧ୍ୟ ଥିଲେ । ସେଠାରେ ସେମାନେ ଗୋଟିଏ ସପ୍ତାହରୁ ଅଧିକ ସମୟ ଯାଏଁ ଥିଲେ ଏବଂ ଅନେକ ଥର ଟୋକିଓ ଡିସନିଲ୍ୟାଣ୍ଡ ମଧ୍ୟ ପରିଭ୍ରମଣ କରିଛନ୍ତି ।
ପଢନ୍ତୁ ଏହି ଖବର: ହର୍ମୁଜ ପ୍ରଣାଳୀ ସଙ୍କଟ; ଖୋଲାଖୋଲି ଏହି ଦୁଇ ରାଷ୍ଟ୍ର ଉପରେ ବର୍ଷିଲା ଚୀନ

- ନକଲି ପରିଚୟରେ ବୁଲୁଥିଲେ କିମ୍
ପଢନ୍ତୁ ଏହି ଖବର: ହର୍ମୁଜ ପ୍ରଣାଳୀ ସଙ୍କଟ; ଖୋଲାଖୋଲି ଏହି ଦୁଇ ରାଷ୍ଟ୍ର ଉପରେ ବର୍ଷିଲା ଚୀନ
- ବ୍ରାଜିଲରେ ତିଆରି ହୋଇଥିଲା ନକଲି ପାସପୋର୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories