Videos
|
International

Kim Jong Un / ସାଉଥ୍ କୋରିଆ ଓ ଆମେରିକାକୁ ଧମକାଉଥିବା କିମ୍ ଜୋଙ୍ଗ ସଙ୍କଟରେ; କଣ ହେଲା ଜାଣନ୍ତୁ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ସାଉଥ୍ କୋରିଆ ଓ ଆମେରିକାକୁ ଧମକାଉଥିବା କିମ୍ ଜୋଙ୍ଗ ସଙ୍କଟରେ; କଣ ହେଲା ଜାଣନ୍ତୁ
Kim Jong Un

Key Points

ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍
ଦକ୍ଷିଣ କୋରିଆର ନିୟମକୁ ନେଇ ଜଣାଶୁଣା
ଏବେ ତାଙ୍କ ଜୀବନ ବିପଦରେ ଅଛି
ସାରା ବିଶ୍ଵକୁ ପରମାଣୁ ଅସ୍ତ୍ରଶସ୍ତ୍ରର ଭୟ ଦେଖାଉଥିବା ଦକ୍ଷିଣ କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଏବେ ନିଜ ସ୍ଵାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦକ୍ଷିଣ କୋରିଆର ଏକ ଏଜେନ୍ସିର ତାଜା ରିପୋର୍ଟ ଅନୁସାରେ, କିମଙ୍କ ଓଜନ ୧୪୦କେଜି ପାର କରିଛି । ଏବେ ସେ ହାର୍ଟ ଜନିତ ବିପଦ ଶ୍ରେଣୀର ରୋଗରେ ପୀଡ଼ିତ । ଉତ୍ତର କୋରିଆର ଏହି ଏକଛତ୍ରବାଦ ଶାସକଙ୍କ ସ୍ଵାସ୍ଥ୍ୟକୁ ନେଇ ଏବେ ପୁଣି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି ।

ଦକ୍ଷିଣ କୋରିଆର ଜାତୀୟ ଗୁଇନ୍ଦା ସଂସ୍ଥା ଆକଳନ କରିଛି ଯେ କିମ୍ ଜୋଙ୍ଗ ଉନ୍ 'ଅତ୍ୟଧିକ ମୋଟାପଣ' ଶ୍ରେଣୀ ଭିତରେ ଆସୁଛନ୍ତି ଓ ତାଙ୍କର ଓଜନ ଏବେ ୧୪୦ କିଲୋଗ୍ରାମରୁ ଅଧିକ ହୋଇସାରିଛି । ରିପୋର୍ଟ ଅନୁସାରେ ଏବେ ତାଙ୍କର ଶାରୀରିକ ସ୍ଥିତି ତାଙ୍କୁ ହାର୍ଟ ଜନିତ ରୋଗ ଓ ଭୟଙ୍କର ରୋଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ଦକ୍ଷିଣ କୋରିଆର ସାଂସଦ ୟୁନ କୁନ୍-ୟଙ୍ଗ ଗୁଇନ୍ଦା ଏଜେନ୍ସିକୁ ସୂଚନା ଦେଇଛି ଯେ କିମ୍ ଦୀର୍ଘ ଦିନ ଧରି ଧୂମ୍ରପାନ କରୁଛନ୍ତି ଓ ଏବେ ମୋଟାପଣ ଜନିତ ରୋଗରେ ପୀଡ଼ିତ । ସେପଟେ ଏଜେନ୍ସି କହିଛି ଯେ କିମ୍ ସିଡି ଚଢୁଥିବାବେଳେ ଜୋରରେ ଚାଲୁଛନ୍ତି ମଧ୍ୟ । ତାଙ୍କ ଗତିବିଧିରେ ସେପରି କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । ତଥାପି ଏକ ସ୍ଵତନ୍ତ୍ର ମେଡିକାଲ ଟିମ ତାଙ୍କ ନିକଟରେ ଉପସ୍ଥିତ ରହୁଛନ୍ତି ।

  • କାହିଁକି କିମ୍‌ଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ବଢୁଛି ?
ଉତ୍ତର କୋରିଆରେ ଏକଛତ୍ରବାଦ ଶାସନ ଚାଲିଆସୁଛି । କିମଙ୍କ ପରିବାର ଏହି ଶାସନର ମୁଖ୍ୟ । ଏବେ ଉତ୍ତର କୋରିଆର ଶାସନଭାର କିମ୍ ସମ୍ଭାଳୁଛନ୍ତି । ଏଣୁ ଯଦି ହଠାତ୍ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗୁଡିଛି କିମ୍ବା କୌଣସି ଅପ୍ରତ୍ୟାଶିତ ଘଟଣା ଘଟୁଛି ତେବେ ଦେଶର ଶାସନ ହସ୍ତାନ୍ତର ଓ ଦେଶର ସ୍ଥିରତାକୁ ନେଇ ପ୍ରଶ୍ନ ଉଠିପାରେ । ଉତ୍ତର କୋରିଆ ଏକ ପରମାଣୁ ସମ୍ପନ୍ନ ଦେଶ ହୋଇଥିବାରୁ, ସେଠାରେ ନେତୃତ୍ଵରେ ପରିବର୍ତ୍ତନ ଉପରେ ପୁରା ଦୁନିଆର ନଜର ରହିଛି ।

ପଢନ୍ତୁ ଏହି ଖବର: କୁଆଡ଼େ ଗଲେ ଡିକ୍ଟେକ୍ଟର କିମ୍ ଜୋଙ୍ଗ ଉନ୍ ? ଆସୁନାହାନ୍ତି ନଜର, କେବେ ଏମିତି ହୋଇନି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହା ପ୍ରଥମ ଥର ନୁହେଁ ଯେ, ଯେତେବେଳେ କିମ୍ ଜୋଙ୍ଗ ଉନ୍‌ଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହା ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ତାଙ୍କ ଦାଦା ଓ ଉତ୍ତର କୋରିଆର ପ୍ରତିଷ୍ଠାତା କିମ୍ ଇଲ୍ ସୁଙ୍ଗଙ୍କ ଜୟନ୍ତୀ ପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମରେ କିମ୍ ସାମିଲ ହୋଇନଥିଲେ । ଏହାପରେ ସେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ସର୍ବସାଧାରଣ ନଜରରୁ ଦୂରେଇ ଯାଇଥିଲେ । ଏହି ସମୟରେ ମିଡିଆରେ କିମ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ସର୍ବସାଧାରଣ କାର୍ଯ୍ୟକ୍ରମରେ ନଜର ଆସିଥିଲେ ଓ ଏହି ଚର୍ଚ୍ଚା ଉପରେ ବିରାମ ଲାଗିଥିଲା ।

  • କିମ୍‌ଙ୍କ ପୂର୍ବଜଙ୍କ ଏପରି ହୋଇଥିଲା ମୃତ୍ୟୁ
କିମ୍ ଜୋଙ୍ଗଙ୍କ ପରିବାରର ସ୍ଵାସ୍ଥ୍ୟ ରେକର୍ଡ ପ୍ରାୟତଃ ଚର୍ଚ୍ଚାରେ ରୁହେ । ତାଙ୍କ ପିତା କିମ୍ ଜୋଙ୍ଗ ଇଲ୍ ଓ ଦାଦା କିମ୍ ଇଲ୍ ସୁଙ୍ଗ ଉଭୟଙ୍କୁ ମୋଟାପଣ ଓ ଧୂମ୍ରପାନର ଅଭ୍ୟାସ ଥିଲା । ଉଭୟଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁଁ ହୋଇଥିଲା । ଏଥିଲାଗି ବିଶେଷଜ୍ଞ ଦଳ କିମ୍ ଜୋଙ୍ଗ ଉନ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ଗୁରୁତର ସହକାରେ ନେଇଛନ୍ତି । ଗୋଟିଏ ପଟେ ଉତ୍ତର କୋରିଆର ବର୍ଷ ବର୍ଷ ଧରି ଆର୍ଥିକ ସଙ୍କଟ, ଅନ୍ତର୍ଜାତୀୟ ପ୍ରତିବନ୍ଧକ ଓ ଖାଦ୍ୟ ସଙ୍କଟ ପରି ସମସ୍ଯା ସହିତ ଲଢେଇ କରୁଥିବାବେଳେ ଏପଟେ କିମ୍‌ଙ୍କ ଜୀବନଶୈଳୀକୁ ନେଇ ବି ଚର୍ଚ୍ଚା ହୁଏ ।