Los Angeles Airport Flight Collision / ଲସ୍ ଏଞ୍ଜେଲସ୍ ବିମାନବନ୍ଦରରେ ପିଟାପିଟି ହେଲେ ୨ ବିମାନ; FAA ତଦନ୍ତ ଆରମ୍ଭ
·2 hours ago·3 min read

Key Points
ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର (LAX) ଠାରେ ଡେଲ୍ଟା ଏୟାର ଲାଇନ୍ସ ଏବଂ ଏୟାର କାନାଡା ବିମାନ ପରସ୍ପର ସହିତ ଧକ୍କା ଖାଇଥିଲେ। ଦୁଇଟି ବିମାନ କିପରି ମୁହାଁମୁହିଁ ହେଲେ ତାହାର ତଦନ୍ତ FAA କରୁଛି।
ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ ବ୍ୟସ୍ତବହୁଳ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟଳି ଯାଇଛି ଏକ ବଡ଼ ବିମାନ ଦୁର୍ଘଟଣା। ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ଡେଲଟା ଏୟାର ଲାଇନ୍ସ ବିମାନର ଡେଣା, ଅନ୍ୟ ଏକ ଏୟାର କାନାଡ଼ା ବିମାନର ଟେଲ୍ ସେକ୍ସନ ସହିତ ଧକ୍କା ହୋଇଥିଲା। ଟୋରାଣ୍ଟୋ ଠାରୁ ଆସିବା ପରେ ଏୟାର କାନାଡା ବିମାନକୁ ଏହାର ଗେଟ୍ ଆଡ଼କୁ ଟାଣି ନିଆଯାଇଥିବା ସମୟରେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ।ଏପରିକି ବିମାନବନ୍ଦର କାର୍ଯ୍ୟ ସ୍ୱାଭାବିକ ଭାବରେ ଜାରି ରହିଥିଲା।
ଲସ୍ ଆଞ୍ଜେଲସ୍ ଏୟାରପୋର୍ଟ ଟ୍ୟାକ୍ସିୱେ ଠାରେ ଘଟିଥିଲା ଦୁର୍ଘଟଣା
ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ସମୟ ପ୍ରାୟ ସକାଳ ୧୦ ଘଣ୍ଟା ୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା। ଡେଲଟା ଏୟାର ଲାଇନ୍ସ ଫ୍ଲାଇଟ୍ ନମ୍ବର ୭ ଟ୍ୟାକ୍ସିୱେ ଠାରେ ଆଗକୁ ବଢ଼ି ଜାପାନ ରାଜଧାନୀ ଟୋକିଓ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲା। ସେହି ସମୟରେ, ଟୋରାଣ୍ଟୋ ଠାରୁ ଆସିଥିବା ଏୟାର କାନାଡା ବିମାନ ଫ୍ଲାଇଟ୍ AC785 କୁ ଏହାର ଗେଟ୍ ଆଡ଼କୁ ଟାଣି ନିଆଯାଉଥିଲା। ସେହି ସମୟରେ ଡେଲଟା ଏୟାରଲାଇନ୍ସ୍ ବିମାନର ବାମ ପାର୍ଶ୍ୱର ଡେଣା, ଏୟାର କାନାଡା ବିମାନର ଟେଲ୍ ହରିଜୋଣ୍ଟାଲ୍ ଷ୍ଟାବିଲାଇଜର ସହ ଧକ୍କା ଦେଇଥିଲା। ଧକ୍କା ପରେ ଉଭୟ ବିମାନକୁ ତୁରନ୍ତ ଅଟକା ଯାଇଥିଲା।
ଏହା ସହ ପଢନ୍ତୁ: 'ମାନବୀୟ ତ୍ରୁଟି' ଯୋଗୁଁ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ; ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଡେଲଟା ଏୟାର ଲାଇନ୍ସ ବିମାନରେ ଥିଲେ ୨୭୫ ଯାତ୍ରୀ
ଡେଲଟା ଏୟାର ଲାଇନ୍ସ ରିପୋର୍ଟ କରିଛି ଯେ ଏହାର ବିମାନ ୨୭୫ ଜଣ ଯାତ୍ରୀ ଏବଂ ୧୫ ଜଣ ଚାଳକ ଦଳ ସଦସ୍ୟଙ୍କୁ ନେଇ ଏହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର ରିପୋର୍ଟ ଆସିନାହିଁ। ଏୟାରଲାଇନ୍ସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, "ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଅପେକ୍ଷା ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯାତ୍ରାରେ ହୋଇଥିବା ବିଳମ୍ବ ଏବଂ ପାଇଁ ଆମେ ଆମର ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରୁଛୁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏୟାର କାନାଡା ବିମାନ ମଧ୍ୟ ଯାଞ୍ଚ ପାଇଁ ସେବାରୁ ପଡ଼ିଲା ବାଦ
ଏୟାର କାନାଡା କହିଛି ଯେ ଏହାର ବିମାନ ଟୋରାଣ୍ଟୋ ଠାରୁ ଉଡ଼ାଣ ଭରିଥିଲା। ଦୁର୍ଘଟଣା ଘଟିବା ସମୟରେ ବିମାନକୁ ଗେଟ୍ ପାଖକୁ ଟଣାଯାଉଥିଲା। କମ୍ପାନୀ କହିଛି ଯେ ବିସ୍ତୃତ ଯାଞ୍ଚ ଏବଂ ଆବଶ୍ୟକୀୟ ମରାମତି ପାଇଁ ଦୁର୍ଘଟଣାଗ୍ରସ୍ତ ବିମାନକୁ ସେବାରୁ ବାଦ୍ ଦିଆଯିବ। ବୈଷୟିକ ଦଳ ଦୁର୍ଘଟଣାରେ ହୋଇଥିବା କ୍ଷୟକ୍ଷତିର ମୂଲ୍ୟାଙ୍କନ କରୁଛି।
ଏହା ସହ ପଢନ୍ତୁ: ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଦୌଡ଼ାଇଲେ କାର; ଶେଷରେ କରିବସିଲେ ଏହି କାମ
FAA ପକ୍ଷରୁ ଆରମ୍ଭ ହୋଇଗଲା ତଦନ୍ତ
ଏହି ଦୁର୍ଘଟଣା ପରେ ଯୁକ୍ତରାଷ୍ଟ୍ର ଆମେରିକାର ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା (Federal Aviation Administration) ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦୁର୍ଘଟଣା ରନୱେ (Runway) ଠାରେ ନୁହେଁ ବରଂ ଟ୍ୟାକ୍ସିୱେ (Taxiway) ଠାରେ ଘଟିଥିଲା। ଲସ୍ ଏଞ୍ଜେଲସ୍ ବିମାନବନ୍ଦର ପ୍ରଶାସନ କହିଛି ଯେ ଦୁର୍ଘଟଣା ସତ୍ତ୍ୱେ, ବିମାନବନ୍ଦର ପରିଚାଳନା ପ୍ରଭାବିତ ହୋଇନାହିଁ ଏବଂ ଉଡ଼ାଣ ସ୍ୱାଭାବିକ ଭାବରେ ଜାରି ରହିଛି। ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) କୁ ମଧ୍ୟ ଘଟଣା ବିଷୟରେ ସୂଚନା ଦିଆଯାଇଛି। ତଦନ୍ତକାରୀ ଏଜେନ୍ସି ଦୁଇଟି ବିମାନ କିପରି ଧକ୍କା ହେଲା ତାହାର ତଦନ୍ତ କରୁଛି।
ଯାଞ୍ଚ ପରେ ଜଣାପଡ଼ିବ ଦୁର୍ଘଟଣାର କାରଣ
ଡେଲଟା ଏୟାର ଲାଇନ୍ସ କହିଛି ଯେ ଏହାର ରକ୍ଷଣାବେକ୍ଷଣ ଦଳ ଏବଂ ବିମାନବନ୍ଦର କର୍ମଚାରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ଘଟଣାର ସମୀକ୍ଷା କରୁଛନ୍ତି। ଏୟାର କାନାଡା ମଧ୍ୟ ଏହାର ବିମାନର ଏକ ବୈଷୟିକ ଯାଞ୍ଚ କରୁଛି। FAA ସ୍ପଷ୍ଟ କରିଛି ଯେ ଉପଲବ୍ଧ ସୂଚନା ପ୍ରାରମ୍ଭିକ ଏବଂ ତଦନ୍ତ ଆଗକୁ ବଢ଼ିବା ସହିତ ଘଟଣା ସମ୍ପର୍କିତ ତଥ୍ୟ ପରିବର୍ତ୍ତନ ହୋଇପାରେ। ତଦନ୍ତ ରିପୋର୍ଟ ଆସିବା ପରେ ଯାଇ ସ୍ପଷ୍ଟ ହେବ ଯେ ଟ୍ୟାକ୍ସିୱେ ଠାରେ ଦୁଇଟି ବିମାନର ସମ୍ପର୍କ କେଉଁ ପରିସ୍ଥିତିରେ ହୋଇଥିଲା ଏବଂ ଏହା ପଛରେ କେଉଁ କାରଣ ରହିଛି ।

Related Topics
Explore more stories