New Hampshire Ford Mustang Crash / ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଦୌଡ଼ାଇଲେ କାର; ଶେଷରେ କରିବସିଲେ ଏହି କାମ
·22 mins ago·2 min read

Key Points
ବିମାନବନ୍ଦରରେ ପାର୍କ ହୋଇଥିବା ଏକ ବିମାନ ସହିତ ଧକ୍କା ହେବା ପରେ ଫର୍ଡ ମୁସ୍ତାଙ୍ଗ କାର ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟପଟେ କାର ଧକ୍କା ପରେ ବିମାନକୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିଥିଲା।
ଫୋର୍ଡ ମୁଷ୍ଟାଙ୍ଗ ଚଳାଉଥିବା ସମୟରେ ପ୍ରବଳ ହଙ୍ଗାମା କରିଛି ଜଣେ ନାବାଳକ। ଯିଏ ନିଶାସକ୍ତ ଅବସ୍ଥାରେ ଏପରି କରିଛି। ଏପରିକି ସେ ବିମାନବନ୍ଦର ଠାରେ ପାର୍କିଂ ହୋଇଥିବା ଏକ ବିମାନ ସହ ନିଜେ ଚଳାଉଥିବା କାରକୁ ନେଇ ପିଟି ଦେଇଛନ୍ତି। ଯାହା ଫଳ କାରର ଆଗ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏପରିକି କାର ଅପେକ୍ଷା ବିମାନ ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଥିଲା। ବିମାନର ବାମ ପଟ ଡେଣା ଭାଙ୍ଗି ଯାଇ ଯାଇଥିବା ବେଳେ ଏହାର ଲ୍ୟାଣ୍ଡିଂ ଗିଅର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପୋଲିସ ମଦ୍ୟପ ନାବାଳକକୁ ହେପାଜତକୁ ନେଇଛି। ଏହି ଘଟଣା ଆମେରିକାର ନ୍ୟୁ ହାମ୍ପଶାୟାର ଠାରେ ଘଟିଛି। ପୋର୍ଟସମାଉଥ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ବିମାନରେ କାର ଧକ୍କା ହେବାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।
ପୋଲିସ ଅଟକାଇବା ପରେ ଦ୍ରୁତ ଗତିରେ ଚାଲିଗଲା କାର
ପୋଲିସ କହିଛି ଯେ ଏକ କଳା ରଙ୍ଗର 2008 ଫୋର୍ଡ ମୁଷ୍ଟାଙ୍ଗ କାରକୁ ଅଟକାଇବାକୁ ସିଗନାଲ ଦିଆଯାଇଥିବାରୁ ଏହି ଘଟଣା ଘଟିଥିଲା। ଏହି କାର ଅଟକିବା ପରିବର୍ତ୍ତେ, ଡ୍ରାଇଭର ତାଙ୍କ ଲାଇଟ୍ ନ ଜଳାଇ ଦ୍ରୁତ ଗତିରେ ଚାଲିଗଲେ। ଦ୍ରୁତ ଗତିରେ ଚଳାଉଥିବା ମୁଷ୍ଟାଙ୍ଗ ନିୟନ୍ତ୍ରଣ ହରାଇ ପୋର୍ଟସମାଉଥ୍ ଆନ୍ତର୍ଜାତୀୟ ବିମାନବନ୍ଦର (ନ୍ୟୁ ହାମ୍ପଶାୟାର) ପାଚେରୀ ଡେଇଁ ଏକ ପାର୍କିଂ ହୋଇଥିବା ଗ୍ରାଉଣ୍ଡ ସପୋର୍ଟ ଟ୍ରାକ୍ଟର ଏବଂ ଅନ୍ୟ ଏକ ବିମାନ ସହ ଧକ୍କା ଦେଇଥିଲା।
ଏହା ସହ ପଢନ୍ତୁ: ଯାତ୍ରା ବେଳେ ହଙ୍ଗାମା କଲେ ଯାତ୍ରୀ; ବିମାନ କର୍ମଚାରୀ ଦେଲେ ଏପରି ଜବାବ
କାର ସହିତ ଧକ୍କାରେ ଭାଙ୍ଗିଗଲା ବିମାନର ଏକ ଡେଣା
ଘଟଣାସ୍ଥଳରୁ ମିଳିଥିବା ଭିଡିଓରେ ଦେଖାଯାଉଛି ଯେ ଫୋର୍ଡ ମୁଷ୍ଟାଙ୍ଗ କାରର ସାମ୍ନା ପଟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି, ଯେତେବେଳେ ବିମାନର ଗୋଟିଏ ଡେଣା ଭାଙ୍ଗିଯାଇଥିବା ଦେଖାଯାଉଛି ଏବଂ ଧକ୍କା ଯୋଗୁଁ ବିମାନରୁ ଇନ୍ଧନ ଲିକ୍ ହୋଇଥିବାର ଜଣାପଡ଼ିଛି। ପୋଲିସ ବର୍ତ୍ତମାନ ମୁଷ୍ଟାଙ୍ଗ ଚଳାଉଥିବା ନାବାଳକକୁ ଅଟକ ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ କହିଛି ଯେ ଫର୍ଡ ମୁଷ୍ଟାଙ୍ଗ କାରକୁ ନ୍ୟୁ ହାମ୍ପଶାୟାର ଠାରେ ଜଣେ ୧୭ ବର୍ଷୀୟ ନାବାଳକ ଚଳାଉଥିଲା। ଯିଏ ମଦ୍ୟପାନ କରିଥିବାର କୁହାଯାଉଛି। ୧୭ ବର୍ଷୀୟ ବାଳକ ଯେଉଁ ବିମାନକୁ ଧକ୍କା ଦେଇଥିଲା (PC-12) ତାହା ଏକ ସିଙ୍ଗଲ-ଇଞ୍ଜିନ୍ ଟର୍ବୋପ୍ରପ୍ ବିମାନ। ଏହା ବ୍ୟବସାୟିକ ବିମାନ ଚଳାଚଳ ଏବଂ ଆଞ୍ଚଳିକ ଯାତ୍ରୀ ପରିଚାଳନା ପାଇଁ ବ୍ୟାପକ ଭାବରେ ବ୍ୟବହୃତ ହୋଇଥାଏ।
ଏହା ସହ ପଢନ୍ତୁ: ମଝି ଆକାଶରେ ବିଫଳ ହେଲା ବିମାନ ଇଞ୍ଜିନ୍; ବେଳାଭୂମିରେ କରାଗଲା ଜରୁରୀକାଳୀନ ଅବତରଣ
ନିୟମିତ ରକ୍ଷଣାବେକ୍ଷଣ ପାଇଁ ପାର୍କ ହୋଇଥିଲା ବିମାନ
କାର ଧକ୍କାରେ କ୍ଷତିଗ୍ରସ୍ତ ବିମାନର ଡେଣା ଏବଂ ଲ୍ୟାଣ୍ଡିଂ ଗିୟର ମରାମତି ହେବା ନେଇ ଆଶା କରାଯାଉଛି। ପିଲାଟସ୍ PC-12 ବିମାନ ପରିଚାଳନା କରୁଥିବା ପ୍ଲେନସେନ୍ସ ନିଶ୍ଚିତ କରିଛି ଯେ ପିଲାଟସ୍ PC-12 ଏହାର ପୋର୍ଟସମାଉଥ୍ ମୁଖ୍ୟାଳୟ ଠାରେ ପାର୍କ କରାଯାଇଥିଲା ଏବଂ ଯାହାର ନିୟମିତ ରକ୍ଷଣାବେକ୍ଷଣ କରାଯାଇଥାନ୍ତା। ହେଲେ ଯେତେବେଳେ ଏହାକୁ ପାର୍କ କରାଯାଇଥିବା ସେତେବେଳେ ଏହାକୁ ଏକ ଦ୍ରୁତ ଗତିରେ ଏବଂ ନିୟନ୍ତ୍ରଣ ବାହାରେ ଥିବା ମୁଷ୍ଟାଙ୍ଗ କାର ଆସି ଧକ୍କା ଦେଇଥିଲା। ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇ ନଥିଲେ ଏବଂ ଉଡ଼ାଣ ସେବା ପ୍ରଭାବିତ ହୋଇନାହିଁ।

Related Topics
Explore more stories