Pakistan Blast / ପୁଣି ପାକିସ୍ତାନରେ ବିସ୍ଫୋରଣ, ସେନା ଘାଟି ଉପରେ ହୋଇଛି ଆକ୍ରମଣ !

Key Points
ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକେ ମଧ୍ୟ ଏହି ଆଶଙ୍କା କରୁଥିବା ପଚରାଉଚରାରୁ ଜଣାପଡ଼ିଛି ।
ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ପୁଣି ଜଳିଲା ପାକିସ୍ତାନ । ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଚାରିଆଡ଼ ଧୁଆଁ ଧୁଆଁ । ବିସ୍ଫୋରଣରେ ୧୦ ଜଣଙ୍କ ଜୀବନ ଗଲାଣି । ଅନେକ ଗୁରୁତର । ଏହି ବିସ୍ଫୋରଣ ପାକିସ୍ତାନର କ୍ୱେଟା ସହରରେ ଘଟିଛି । ଏକ ସେନା ଘାଟି ଉପରେ ଏହି ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ କାର୍ଯ୍ୟାଳୟ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ହେବା ପରେ ଗୁଳିଚାଳନା ହୋଇଥିଲା ।
ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚିତ ମଡେଲ୍ ଟାଉନ୍ ଏବଂ ଆଖାପାଖ ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୧୯ଜଣ ଆହତ ହୋଇଛନ୍ତି । ଏହି ଘଟଣା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଛି । ବିସ୍ଫୋରଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି ।
ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?
ଏଥିରେ ୩ ଜଣ ପାକିସ୍ତାନୀ ସୈନ୍ୟ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । କ୍ବେଟାରେ ବାରମ୍ବାର ବିସ୍ଫୋରଣ ଘଟୁଛି । ପାକିସ୍ତାନ ସରକାର ଓ ସେନା ବିରୋଧରେ ବଲୁଚ ବାସିନ୍ଦା ଲଗାତାର ପ୍ରତିବାଦ କରିଆସୁଛନ୍ତି । ଶେହବାଜ୍ ସରକାର ବନ୍ଧୁକ ମୁନରେ ବଲୁଚିସ୍ତାନ ବାସିନ୍ଦାଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ସେପଟେ ପାକିସ୍ତାନ ଅଧିକୃତ- ପିଓକେରେ ସରକାରଙ୍କ ବିରୋଧରେ ଚରମ ଅଶାନ୍ତି ଲାଗିରହିଛି ।
ଅନେକ ଲୋକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
📱 Get Argus News App
✨ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସମସ୍ତ ଡାକ୍ଟର, ପାରାମେଡିକାଲ କର୍ମଚାରୀ, ନର୍ସ ଇତ୍ୟାଦିଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିସ୍ଫୋରଣ ନେଇ ପାକିସ୍ତାନୀ ସେନା କିମ୍ବା ବେଲୁଚିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ । ଏହା ବ୍ୟତୀତ, କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାଁନ୍ତି । ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି ।
#BREAKING Blast in Pakistaan
— Mukund Shahi (@Mukundshahi73) September 30, 2025
बलूचिस्तान प्रांत के क्वेटा में पाकिस्तानी सेना पर आत्मघाती हमला...तीन की मौत #Bigbreking #CCTV #pakistan #Army #Blast #ISI #Exclusive #sucidebomber #RDX pic.twitter.com/AaeDaQj074
ଗତ ସେପ୍ଟେମ୍ବର ୩ ତାରିଖରେ ମଧ୍ୟ ସେଇ ବଲୁଚିସ୍ତାନ ରାଜଧାନୀ କ୍ୱେଟାରେ ଏମିତି ଏକ ବିରାଟ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ରାଷ୍ଟ୍ରବାଦ ନେତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଏକ ରାଲି ଆୟୋଜିତ ହୋଇଥିଲା । ସେହି ରାଲିର ପାର୍କିଂରେ ବୋମା ବିସ୍ଫୋରଣ ଘଟିଥିଲା । ୩୦ ଜଣ ଗୁରୁତର ହୋଇଥିଲେ । ଏକ ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ହୋଇଥିଲା।
ରିପୋର୍ଟ ଅନୁସାରେ, ଲୋକମାନେ ରାଲିରୁ ବାହାରକୁ ଯାଉଥିବା ସମୟରେ ପାର୍କିଂ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଥିଲା ତାହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ।
ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
ଅନ୍ୟପଟେ ଦେଖିବାକୁ ଗଲେ, ପାକିସ୍ତାନ ଭଳି ଦେଶରେ ଏମିତି ବିସ୍ଫୋରଣ ପ୍ରାୟତଃ ଦେଖିବାକୁ ମିଳିଥାଏ । ଅନେକ ଲୋକଙ୍କ ମୃତ୍ୟୁ ଘରେ । ଯେଉଁଥିରେ ନୀରିହଙ୍କ ପ୍ରାଣହାନୀ ମଧ୍ୟ ହୋଇଥାଏ । ହେଲେ ପାକିସ୍ତାନର ଜନତା କେବେ ବି ଦୋଷୀ ବିରୋଧରେ ସ୍ୱର ଉତ୍ତୋଳନ କରିପାରନ୍ତି ନାହିଁ । ପାକିସ୍ତାନ ସେନା ମଧ୍ୟ ଏଭଳି ସମସ୍ୟାର ମୂଳ ଉତ୍ପାଟନ କରିବାକୁ ଚେଷ୍ଟା କରେ ନାହିଁ ।
Related Topics
Explore more stories