Massive Explosion / ନୂଆ ବର୍ଷ ସେଲିବ୍ରେସନ୍ ବେଳେ ଭୟଙ୍କର ବିସ୍ଫୋରଣ; ଦେଖନ୍ତୁ Video
·6 months ago·2 min read

Key Points
ନୂଆବର୍ଷରେ ଦୋହଲିଗଲା ସ୍ଵିଜରଲାଣ୍ଡ । ନୂତନ ବର୍ଷକୁ ସ୍ଵାଗତ କରି ସେଲିବ୍ରେସନ୍ ବେଳେ ସ୍ଵିଜରଲାଣ୍ଡର ଏକ ଲକଜପରୀ ବାର୍ରେ ଭୟଙ୍କର ବିସ୍ଫୋରଣ ହୋଇଛି ।
ନୂଆଦିଲ୍ଲୀ: ବର୍ଷର ପ୍ରଥମ ଦିନରେ ବଡ଼ ବିସ୍ଫୋରଣ । ନୂଆବର୍ଷରେ ଦୋହଲିଗଲା ସ୍ଵିଜରଲାଣ୍ଡ । ନୂତନ ବର୍ଷକୁ ସ୍ଵାଗତ କରି ସେଲିବ୍ରେସନ୍ ବେଳେ ସ୍ଵିଜରଲାଣ୍ଡର ଏକ ଲକଜରୀ ବାର୍ରେ ଭୟଙ୍କର ବିସ୍ଫୋରଣ ହୋଇଛି ।
କ୍ରାନ୍ସ ମୋଣ୍ଚାନା ସହରର ଆଲପାଇନ୍ ରିସୋର୍ଟ କାଫେରେ ବିସ୍ଫୋରଣ ହୋଇଥିବା ସ୍ଵିସ୍ ପୋଲିସ ସୂଚନା ଦେଇଛି । ତେବେ କେଉଁ ପରିସ୍ଥିତିରେ, କିଭଳି ଏତେ ବଡ଼ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ, ବିସ୍ଫୋରଣରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ଏହାସହ ୧୦୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଜାନୁଆରୀ ମାସରେ ଅଧାରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେ କେବେ ଛୁଟି...
ବଡ଼ ବିସ୍ଫୋରଣ ପରେ ଲୋକେ ଧାଁ ଦଉଡ଼ କରିବାରେ ଲାଗିଥିଲେ । ବିସ୍ଫୋରଣ ପରେ ଲୋକେ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ପୋଲିସ ତୁରନ୍ତ ପଦକ୍ଷେପ ନେଇ ରିସୋର୍ଟରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି । ବିସ୍ଫୋରଣ ପର ରିସୋର୍ଟରେ ଭୀଷଣ ନିଆଁ ଲାଗିଛି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖା ଯାଉଛି, ବିସ୍ଫୋରଣ ପରେ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି । ଆହତଙ୍କୁ ବଞ୍ଚାଇବା ଲାଗି ଲୋକେ ଧାଁ ଦଉଡ଼ କରୁଛନ୍ତି । ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ଏଥିସହ ପଢ଼ନ୍ତୁ: ବାଟବଣା କଲା ଗୁଗଲ୍ ମ୍ୟାପ୍ ! ଗାଁରେ ଟ୍ରକ୍ ପଶି ଭାଙ୍ଗିଲା ଘର
ସୂଚନା ଅନୁସାରେ, ରିସୋର୍ଟ ଓ ବାର୍ରେ ଲୋକେ ନୂଆ ବର୍ଷ ପାଳନ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣ କିଭଳି ଓ କେଉଁ ପରିସ୍ଥିତିରେ ହେଲା ଜଣାପଡ଼ି ନାହିଁ । କୁହାଯାଉଛି, ଏକ ବାଣ ଆସି ପଡ଼ିବାରୁ ଏତେବଡ଼ ବିସ୍ଫୋରଣ ହୋଇଛି । ରାତି ପ୍ରାୟ ସାଢ଼େ ଗୋଟାଏରେ ଏହି ବିସ୍ଫୋରଣ ଘଟିଛି ।
ବିସ୍ଫୋରଣ ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ଅଧିକାଂଶ ପର୍ଯ୍ୟଟକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣ ସମୟରେ ଉକ୍ତ ବାର୍ରେ ୧୦୦ରୁ ଅଧିକ ଲୋକ ଥିବା ପୋଲିସ କହିଛି ।

A severe explosion in the ski town of Crans-Montana in #Switzerland:
— War & Political News (@Elly_Bar_News) January 1, 2026
the police report several dead and injured in an incident that broke out in the area of the New Year's event.
Emergency forces are on site and an investigation has been opened to determine the cause of the… pic.twitter.com/iioVEjVP1q
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖା ଯାଉଛି, ବିସ୍ଫୋରଣ ପରେ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି । ଆହତଙ୍କୁ ବଞ୍ଚାଇବା ଲାଗି ଲୋକେ ଧାଁ ଦଉଡ଼ କରୁଛନ୍ତି । ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ଏଥିସହ ପଢ଼ନ୍ତୁ: ବାଟବଣା କଲା ଗୁଗଲ୍ ମ୍ୟାପ୍ ! ଗାଁରେ ଟ୍ରକ୍ ପଶି ଭାଙ୍ଗିଲା ଘର
ସୂଚନା ଅନୁସାରେ, ରିସୋର୍ଟ ଓ ବାର୍ରେ ଲୋକେ ନୂଆ ବର୍ଷ ପାଳନ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣ କିଭଳି ଓ କେଉଁ ପରିସ୍ଥିତିରେ ହେଲା ଜଣାପଡ଼ି ନାହିଁ । କୁହାଯାଉଛି, ଏକ ବାଣ ଆସି ପଡ଼ିବାରୁ ଏତେବଡ଼ ବିସ୍ଫୋରଣ ହୋଇଛି । ରାତି ପ୍ରାୟ ସାଢ଼େ ଗୋଟାଏରେ ଏହି ବିସ୍ଫୋରଣ ଘଟିଛି ।
ବିସ୍ଫୋରଣ ପରେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ଅଧିକାଂଶ ପର୍ଯ୍ୟଟକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ବିସ୍ଫୋରଣ ସମୟରେ ଉକ୍ତ ବାର୍ରେ ୧୦୦ରୁ ଅଧିକ ଲୋକ ଥିବା ପୋଲିସ କହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories