Accident / ବାଟବଣା କଲା ଗୁଗଲ୍ ମ୍ୟାପ୍ ! ଗାଁରେ ଟ୍ରକ୍ ପଶି ଭାଙ୍ଗିଲା ଘର
·8 months ago·2 min read

Key Points
ଘର ଉପରକୁ ମାଡ଼ିଗଲା ଟ୍ରକ୍
ନୂଆ ବର୍ଷ ସକାଳୁ ଭଦ୍ରକ ଚାନ୍ଦବାଲିରେ ଅଘଟଣ
ଧାମରା ଅଭିମୁଖେ ଯାଉଥିବା ଟ୍ରକ ହେଲା ବାଟବଣା
ଗୁଗଲ୍ ମ୍ୟାପ ଦେଖିବା ପଡ଼ିଲା ମହଙ୍ଗା
ନୂଆ ବର୍ଷ ସକାଳୁ ଭଦ୍ରକ ଚାନ୍ଦବାଲିରେ ଅଘଟଣ
ଧାମରା ଅଭିମୁଖେ ଯାଉଥିବା ଟ୍ରକ ହେଲା ବାଟବଣା
ଗୁଗଲ୍ ମ୍ୟାପ ଦେଖିବା ପଡ଼ିଲା ମହଙ୍ଗା
ଚାନ୍ଦବାଲି (ଭଦ୍ରକ): ଅନ୍ଧାର ରାତି, ଅଜଣା ରାସ୍ତା । ନୂଆ ବର୍ଷ ସକାଳୁ ବଡ଼ ଅଘଟଣ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବଡ଼ ଅଘଟଣ ଘଟୁ ଘଟୁ ଅଳ୍ପକେ ବର୍ତ୍ତି ଯାଇଛି ପରିବାର । ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍ ପଶି ଘରର ସମ୍ମୁଖ ଭାଗ ଭାଙ୍ଗି ଦେଇଛି । ସୌଭାଗ୍ୟବଶତଃ ଘର ବାହାରେ କେହି ନଥିବାରୁ ମୃତାହତ ହୋଇ ନାହାନ୍ତି ।
ସୂଚନା ଅନୁସାରେ, କଟକରୁ ଟ୍ରକ୍ ନେଇ ଧାମରା ଆଡ଼କୁ ଯାଉଥିଲେ ଡ୍ରାଇଭର୍ । ବାଟ ଜାଣି ନଥିବାରୁ ଗୁଗଲ୍ ମ୍ୟାପ୍ ଖୋଲିଲେ, ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଇ ବାଟେ ଯାଉ ଯାଉ ଗାଁ ଭିତରେ ଫସିଗଲେ ।
ଏଥିସହ ପଢ଼ନ୍ତୁ: ବୋମାମାଡ଼ରେ ଥରିଲା ବାଙ୍କୀ; ନୂଆବର୍ଷ ରାତିରେ ଘର ଉପରକୁ ବୋମା ଫିଙ୍ଗିଲେ
ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଯାଉଥିବା ବେଳେ ଗୁଗଲ୍ ମ୍ୟାପ୍ ଦେଖି ଗାଁ ଭିତରକୁ ମାଡ଼ି ଯାଇଥିଲା ଟ୍ରକ୍ଟି । ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍ଟି ଫସିଯିବା ସହ ଧକ୍କା ଦେଇ ଘରର ସମ୍ମୁଖ ପଟ ଭାଙ୍ଗି ଦେଇଛି । କଟକରୁ ଭୋର୍ ସମୟରେ ଧାମରା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଟ୍ରକ୍ଟି ହୋଇଥିବା ବେଳେ ଡ୍ରାଇଭରଙ୍କୁ ଧାମରା ବନ୍ଦର ରାସ୍ତା ଜଣା ନଥିଲା । ତେଣୁ ସେ ମୋବାଇଲ୍ରେ ଗୁଗଲ୍ ମ୍ୟାପ୍ ଖୋଲି ଧାମରା ବନ୍ଦରକୁ ରାସ୍ତା ଖୋଜିଥିଲେ ।
ଏଥିସହ ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ିରେ ଘାଇଲା ଭୁବନେଶ୍ଵର; ଉପକୂଳ ଓଡ଼ିଶାରେ ବି ସମାନ ସ୍ଥିତି
ଆଉ ଗୁଗଲ୍ ମ୍ୟାପ୍ ଦର୍ଶାଉଥିବା ବାଟରେ ଟ୍ରକ୍ ନେଇ ମାଡ଼ି ଯାଇଥିଲେ । ହେଲେ ଗାଁ ଭିତର ରାସ୍ତାକୁ ଗୁଗଲ୍ ମ୍ୟାପ୍ ବାଟ କଢ଼ାଇ ନେଇଥିଲା । ଫଳରେ ଅଣଓସାରିଆ ଗାଁ ରାସ୍ତାରେ ଟ୍ରକ୍ଟି ପଶିବା ସହ ପାତ୍ରସାହିର ରମେଶ ଦାସଙ୍କ ଘର ଉପରକୁ ମାଡ଼ି ଯାଇଛି ।
ଟ୍ରକ୍ ଧକ୍କାରେ ଘରର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି । ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ କେହି ଆହତ ହୋଇନଥିବା ଜଣାପଡ଼ିଛି । ଲୋକଙ୍କ ଠାରୁ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବାଂଶଡ଼ା ପୋଲିସ । ଲୋକଙ୍କୁ ବୁଝାସୁଝା କରି ଟ୍ରକ୍ଟିକୁ ଥାନାକୁ ପୋଲିସ ନେଇଛି ।

Related Topics
Explore more stories