Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Nobel Prize / ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର, ୩ ଜଣଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ମେଡିସିନ୍ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର, ୩ ଜଣଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର

Key Points

ମେଡିସିନ୍ ପାଇଁ ସମ୍ମାନଜନକ ନୋବେଲ୍ ପୁରସ୍କାର ଘୋଷଣା । ୨୦୨୫ ବର୍ଷ ପାଇଁ ୩ ବୈଜ୍ଞାନିକଙ୍କୁ ମେଡିସିନ୍‌ରେ ନୋବେଲ୍ ପୁରସ୍କାର । ମ୍ୟାରି ଇ. ବ୍ରୋନ୍‌କୋ, ଫ୍ରେଡ୍‌ ରାମ୍ସଡେଲ୍, ସିମୋନ ଶାକାଗୁଚିଙ୍କୁ ନୋବେଲ୍ ।

ସୋମବାରଠୁ ଆରମ୍ଭ ହୋଇଛି ୨୦୨୫ ପାଇଁ ନୋବେଲ ପୁରସ୍କାର ଘୋଷଣା । ସୋମବାର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଫିଜିଓଲୋଜି କିମ୍ବା ମେଡିସିନ୍ କ୍ଷେତ୍ରରେ ନୋବେଲ୍ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି। ଏହି ବର୍ଷ ତିନି ଜଣ ବୈଜ୍ଞାନିକ - ମାରି ଇ. ବ୍ରୁଙ୍କୋ, ଫ୍ରେଡ୍ ରାମସ୍ଡେଲ୍ ଏବଂ ଶିମୋନ୍ ସାକାଗୁଚି ଏହି ପୁରସ୍କାର ପାଇଛନ୍ତି । ଆର୍ଥରାଇଟସ, ଡାଇବେଟିଜ, ପେରିଫେରାଲ୍ ଇମ୍ମ୍ୟୁନ୍ ସହନଶୀଳତା ସମ୍ବନ୍ଧୀୟ ଆବିଷ୍କାର ପାଇଁ ଏହି ତିନି ଜଣଙ୍କୁ ନୋବେଲ୍ ପୁରସ୍କାର ଦିଆଯିବ।

ଗତ ବର୍ଷ ମେଡିସନ୍ କ୍ଷେତ୍ରରେ ଆମେରିକୀୟ ନାଗରିକ ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି ରୁଭକୁନଙ୍କ ମଧ୍ୟରେ ମାଇକ୍ରୋ ଆରଏନଏ (ରାଇବୋନ୍ୟୁକ୍ଲିକ୍ ଏସିଡ୍) ଆବିଷ୍କାର ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର, ବୁଧବାର ଦିନ ରସାୟନ ବିଜ୍ଞାନ ଏବଂ ଗୁରୁବାର ଦିନ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ । ସେହିପରି ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୧୩ ରେ ଅର୍ଥନୀତିରେ ନୋବେଲ ସ୍ମାରକୀ ପୁରସ୍କାର ଘୋଷଣା କରାଯିବ । ପୁରସ୍କାର ସମାରୋହ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ବିହାର ନିର୍ବାଚନ ତାରିଖ, ୨ଟି ପର୍ଯ୍ୟାୟରେ ହେବ ମତଦାନ

ମେଡିସିନ୍‌ରେ ନୋବେଲ୍ ପୁରସ୍କାରକୁ ଆନୁଷ୍ଠାନିକ ଭାବରେ ଫିଜିଓଲୋଜି କିମ୍ବା ମେଡିସିନ୍‌ରେ ନୋବେଲ୍ ପୁରସ୍କାର କୁହାଯାଏ। ଏହି ସମ୍ମାନ ୧୯୦୧ ରୁ ୨୦୨୪ ମଧ୍ୟରେ ୧୧୫ ଥର ୨୨୯ ଜଣ ନୋବେଲ୍ ବିଜେତାଙ୍କୁ ପ୍ରଦାନ କରାଯାଇଛି ।

ପ୍ରଥମ ନୋବେଲ ପୁରସ୍କାର ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଦାନ କରାଯାଇଥିଲା । ପ୍ରଥମେ ୫ଟି ବର୍ଗରେ ନୋବେଲ ପୁରସ୍କାର ଦିଆଯାଉଥିଲା । ପରବର୍ତ୍ତୀ ସମୟରେ ୧୯୬୮ ମସିହାରେ ସ୍ୱିଡେନର କେନ୍ଦ୍ରୀୟ ବ୍ୟାଙ୍କ, ସ୍ୱେରିଗେସ୍ ରିକ୍ସବ୍ୟାଙ୍କ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଦେବାକୁ ସ୍ଥିର କରିଥିଲେ । ଏହାପରଠୁ ନୋବେଲ ପୁରସ୍କାର ୫ଟି ପରିବର୍ତ୍ତେ ୬ଟି ବର୍ଗରେ ଦିଆଯାଉଛି ।

Related Topics

Explore more stories

Sponsored
Nobel Prize 2025 in Medicine Announced: Three Scientists Win | Argus News