Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଘୋଷଣା ହେଲା ବିହାର ନିର୍ବାଚନ ତାରିଖ, ୨ଟି ପର୍ଯ୍ୟାୟରେ ହେବ ମତଦାନ

National

Bihar Election Dates Announced / ଘୋଷଣା ହେଲା ବିହାର ନିର୍ବାଚନ ତାରିଖ, ୨ଟି ପର୍ଯ୍ୟାୟରେ ହେବ ମତଦାନ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·3 min read
ଘୋଷଣା ହେଲା ବିହାର ନିର୍ବାଚନ ତାରିଖ, ୨ଟି ପର୍ଯ୍ୟାୟରେ ହେବ ମତଦାନ

Key Points

ଘୋଷଣା ହେଲା ବିହାର ନିର୍ବାଚନ ତାରିଖ । ୨୪୩ ଆସନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ।

ବିହାର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ସମସ୍ତ ୨୪୩ ଆସନ ପାଇଁ ତାରିଖ ଘୋଷଣା କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୬ରେ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୧ରେ ହେବ । ନଭେମ୍ବର ୧୪ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।

ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଅକ୍ଟୋବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୧୭ ଅକ୍ଟୋବର ରହିଛି । ୧୮ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୬ରେ ଭୋଟିଂ ହେବ ।

ସେହିପରି ବିହାର ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଅକ୍ଟୋବର ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ରହିଛି । ୨୧ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୩ ଅକ୍ଟୋବରରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୧ରେ ଭୋଟିଂ ହେବ 

ଚଳିତ ଥର ବିହାର ବିଧାନସଭା ନିର୍ବାଚନରେ ମୋଟ ୭.୪୨ କୋଟି ଭୋଟର ଭୋଟ୍ ଦେବେ । ୯୦ ହଜାର ୭୧୨ ପୋଲିଂ ବୁଥରେ ମତଦାନ ହେବ । ମୋଟ ଭୋଟରଙ୍କ ମଧ୍ୟରୁ ୩.୯ କୋଟି ପୁରୁଷ ଭୋଟର ଥିବା ବେଳେ ୩.୫ କୋଟି ମହିଳା ଭୋଟର ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Election Commission of India (@ECISVEEP) October 6, 2025

ସେହିପରି ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ୧୪ ଲକ୍ଷ ଭୋଟର ଭୋଟଦାନ ପ୍ରକ୍ରିୟାରେ ସାମିଲ ହେବେ । ସେହିପରି ୧୪ ହଜାର ଭୋଟରଙ୍କ ବୟସ ୧୦୦ରୁ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ: ରାତିସାରା ଆତଙ୍କ ପରେ ସଫାରି ଜୋନରୁ ମିଳିଲା ନିଖୋଜ ସିଂହ


ତେବେ ବିହାର ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ଦୁଇ ଦିନିଆ ବିହାର ଗସ୍ତରେ ଥିଲେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଟିମ୍ । ଏହି ଗସ୍ତ ସମୟରେ ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତି ଶେଷ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଯେ ବିହାର ବିଧାନସଭା ନିର୍ବାଚନ ନଭେମ୍ବର ୨୨ ତାରିଖ ପୂର୍ବରୁ ସମାପ୍ତ ହେବ, କାରଣ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ ତାରିଖରେ ଶେଷ ହେଉଛି । ସେ ଆହୁରି କହିଛନ୍ତି ଯେ ବିହାର ପରି ଦେଶବ୍ୟାପୀ SIR କରାଯିବ ।

ସେହିପରି ଦୁଇ ଦିନିଆ ଗସ୍ତ ସମୟରେ ନିର୍ବାଚନ କମିଶନରଙ୍କ ଟିମ୍ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ପାଟନାରେ ରାଜନୈତିକ ଦଳ, ପ୍ରଶାସନିକ ନିର୍ବାଚନ ଅଧିକାରୀ, ଶୀର୍ଷ ରାଜ୍ୟ ପ୍ରଶାସନିକ ଅଧିକାରୀ, ପ୍ରବର୍ତ୍ତନ ସଂସ୍ଥା, ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ସ୍ୱତନ୍ତ୍ର ପୋଲିସ ନୋଡାଲ ଅଧିକାରୀ (ଏସପିଏନଓ) ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ନୋଡାଲ ଅଧିକାରୀଙ୍କ ସହିତ ବୈଠକ କରିଥିଲେ ।
ନିର୍ବାଚନ କମିଶନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି

ନିର୍ବାଚନ କମିଶନ କହିଛନ୍ତି ଯେ କୌଣସି ପୋଲିଂ ବୁଥରେ ଏବେ ୧୨୦୦ରୁ ଅଧିକ ଭୋଟର ରହିବେ ନାହିଁ। ଏହି ବ୍ୟବସ୍ଥା ଭୋଟଦାନ ପ୍ରକ୍ରିୟା ଏବଂ ସୁରକ୍ଷା ଉଭୟକୁ ଉନ୍ନତ କରିବ। ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନେ ଏବେ ସିଧାସଳଖ ଭୋଟରଙ୍କ ସହିତ ଯୋଗାଯୋଗ କରିବେ ଏବଂ ସହଜରେ ଚିହ୍ନଟ ପାଇଁ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏହା ବ୍ୟତୀତ, ଭୋଟଦାତାମାନେ ଭୋଟଦାନ କେନ୍ଦ୍ରକୁ ସେମାନଙ୍କର ମୋବାଇଲ୍ ଫୋନ୍ ଆଣିବାରୁ ବାରଣ କରିବା ପାଇଁ ମୋବାଇଲ୍ ଫୋନ୍ ଜମା କରି ଭୋଟ ଦେବାର ସୁବିଧା ମଧ୍ୟ ଆରମ୍ଭ କରାଯାଇଛି।

ମତଦାନ କେନ୍ଦ୍ରରେ ୧୦୦% ୱେବକାଷ୍ଟିଂ

ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି ଯେ ବିହାରରେ ଏକ ୱାନ୍-ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ କାର୍ଯ୍ୟକାରୀ କରାଯିବ। ପ୍ରତ୍ୟେକ ପ୍ରାର୍ଥୀ ଏବେ ମତଦାନ କେନ୍ଦ୍ରର ୧୦୦ ମିଟର ମଧ୍ୟରେ ସେମାନଙ୍କର ଏଜେଣ୍ଟ ନିୟୋଜିତ କରିପାରିବେ। ସମସ୍ତ ମତଦାନ କେନ୍ଦ୍ରରେ ୧୦୦% ୱେବକାଷ୍ଟିଂ ହେବ। କଳା ଏବଂ ଧଳା ବାଲଟ୍ ପେପର ବଦଳରେ ଏବେ EVM ଗୁଡ଼ିକରେ ଏବେ ରଙ୍ଗୀନ ଫଟୋ ଏବଂ ସିରିଏଲ୍ ନମ୍ବର ସହିତ ବାଲଟ୍ ପେପର ରହିବ । ଯାହା ପ୍ରାର୍ଥୀମାନଙ୍କୁ ଚିହ୍ନଟ କରିବା ସହଜ କରିବ ଏବଂ ଭୋଟଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରିବ ।

Sponsored
Bihar Assembly Election 2025: Dates Declared for 243 Seats | Argus News