|
logo
Live
Argus News App
GET APP

Argus News - ମସ୍ତିଷ୍କର ସୁରକ୍ଷା କୋଷିକାକୁ ନଷ୍ଟ କରୁଛି ମେନିଞ୍ଜାଇଟିସ୍; ଭ୍ୟାକ୍ସିନ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି

International

Meningitis Outbreak / ମସ୍ତିଷ୍କର ସୁରକ୍ଷା କୋଷିକାକୁ ନଷ୍ଟ କରୁଛି ମେନିଞ୍ଜାଇଟିସ୍; ଭ୍ୟାକ୍ସିନ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି

Sushanta Sahoo
Browse all articles by Sushanta Sahoo
·3 days ago·2 min read
ମସ୍ତିଷ୍କର ସୁରକ୍ଷା କୋଷିକାକୁ ନଷ୍ଟ କରୁଛି ମେନିଞ୍ଜାଇଟିସ୍; ଭ୍ୟାକ୍ସିନ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି
Meningitis scare in UK as cases rise and vaccine demand surges

Key Points

ଜୀବାଣୁ ଜନିତ ସଂକ୍ରମଣ ରୋଗ ମେନିଞ୍ଜାଇଟିସ୍‌କୁ ନେଇ ଆତଙ୍କ ଦେଖା ଦେଇଛି । ମେନିଞ୍ଜାଇଟିସ୍ ପାଇଁ ବ୍ରିଟେନରେ ଗତ ୨ ସପ୍ତାହରେ ୨ ଜଣଙ୍କ ମୃତ୍ୟୁ ଭୟକୁ ଆହୁରି ବଢ଼ାଇ ଦେଇଛି ।
ନୂଆଦିଲ୍ଲୀ: ମନରେ ଡର, ମୁହଁରେ ମାସ୍କ ଆଉ ଭ୍ୟାକ୍ସିନ୍ ପାଇଁ ଲମ୍ବା ଲାଇନ୍ । ଜୀବାଣୁ ଜନିତ ସଂକ୍ରମଣ ରୋଗ ମେନିଞ୍ଜାଇଟିସ୍‌ (Meningitis)କୁ ନେଇ ଆତଙ୍କ ଦେଖା ଦେଇଛି । ମେନିଞ୍ଜାଇଟିସ୍ ପାଇଁ ବ୍ରିଟେନରେ ଗତ ୨ ସପ୍ତାହରେ ୨ ଜଣଙ୍କ ମୃତ୍ୟୁ ଭୟକୁ ଆହୁରି ବଢ଼ାଇ ଦେଇଛି ।

ବ୍ରିଟେନ ସଂସଦରେ ଏହି ପ୍ରସଙ୍ଗ ଉଠିଥିବା ବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ବେସ୍ ଷ୍ଟ୍ରିଟିଂ ଏହାକୁ 'ଅକଳ୍ପନୀୟ' କହିଛନ୍ତି । ଏକ ଅଧ୍ୟୟନ ଅନୁସାରେ, ମେନିଞ୍ଜାଇଟିସ୍‌ରେ ପ୍ରତିବର୍ଷ ବିଶ୍ଵରେ ଅଢ଼େଇ ଲକ୍ଷ ଲୋକ ଜୀବନ ହରାଉଛନ୍ତି ।

ଏଥିସହ ପଢ଼ନ୍ତୁ: ପୁରୁଷଙ୍କୁ ବି ହୁଏ ସ୍ତନ କର୍କଟ; କେଉଁ ବର୍ଗଙ୍କୁ ଅଧିକ ବିପଦ, ଜାଣିନିଅନ୍ତୁ...

ମେନିଞ୍ଜାଇଟିସ୍ ନେଉଛି ପିଲାଙ୍କ ଜୀବନ

ଦକ୍ଷିଣପୂର୍ବ ଇଂଲଣ୍ଡର କ୍ୟାଣ୍ଟରବରି ସ୍ଥିତ କ୍ଯାଣ୍ଟ ବିଶ୍ଵବିଦ୍ୟାଳୟରେ ମେନିଞ୍ଜାଇଟିସ୍ ପ୍ରକୋପ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମାନେ ମାସ୍କ ପିନ୍ଧି ଭ୍ୟାକ୍ସିନ୍ ନେବାକୁ ଲାଇନ୍ ଲଗାଇଛନ୍ତି । ପ୍ରତିବର୍ଷ ଅଢ଼େଇ ଲକ୍ଷ ଲୋକ ଏଥିରେ ପ୍ରାଣ ହରାଇଛନ୍ତି । ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ମେନିଞ୍ଜାଇଟିସ୍‌ରେ ମୃତ୍ୟୁବରଣ କରୁଥିବାଙ୍କ ମଧ୍ୟରେ ଏକ ତୃତୀୟାଂଶ ହେଉଛନ୍ତି ପିଲା ।

ବ୍ରିଟେନ୍‌ରେ ମେନିଞ୍ଜାଇଟିସ୍ ପାଇଁ ବିଗତ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବଢ଼ୁଥିବା ମାମଲାକୁ ଦେଖି ସ୍ଵାସ୍ଥ୍ୟ ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ିଛି । ସଂସଦରେ ପ୍ରସଙ୍ଗ ଉଠିବା ସହ ସ୍ଵାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ।

ମିଳିଥିବା ଅଧିକାଂଶ ମାମଲା ନାଇଟ୍ କ୍ଲବ୍ ସହ ଜଡ଼ିତ । ଯେଉଁଠି ମାର୍ଚ୍ଚ ୫, ୬ ଓ ୭ରେ ସଂକ୍ରମିତ ଲୋକ ଏକାଠି ହୋଇଥିଲେ । ଏବେ ସତର୍କମୂଳକ ପଦକ୍ଷେପ ଭାବେ କ୍ଲବକୁ ବନ୍ଦ କରାଯାଇଛି । ସଂକ୍ରମିତଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଉଛି ।

ମେନିଞ୍ଜାଇଟିସ୍ ଲକ୍ଷଣ

କୋଭିଡ୍ ଭଳି ମେନିଞ୍ଜାଇଟିସ୍ ସଂକ୍ରମଣ ଶୀଘ୍ର ବ୍ୟାପୁଛି । ପ୍ରାଥମିକ ସ୍ତରରେ ରୋଗ ନିରୂପଣ, ଟ୍ରେସିଂ ଓ ସମୟରେ ଚିକିତ୍ସା ସଂକ୍ରମଣକୁ ରୋକିବାରେ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ।

ଏଥିସହ ପଢ଼ନ୍ତୁ: କିଡନୀ ରୋଗରେ ମାଲକାନଗିରି ଏମ୍ ପି ଭି-33 ଗାଁ

ମେନିଞ୍ଜାଇଟିସ୍ ହେଲେ ଅଚାନକ ଜ୍ଵର ଆସିବା ସହ ଅତ୍ୟଧିକ ମୁଣ୍ଡବିନ୍ଧା, ଗଳା ଦରଜ, ବାନ୍ତି ଆଦି ହୋଇଥାଏ । କିଛି ଲୋକଙ୍କ କ୍ଷେତ୍ରରେ ହୃଦ୍‌ଘାତ ମଧ୍ୟ ଆସିଥାଏ । ନବଜାତ ଓ ବୟସ୍କଙ୍କ କ୍ଷେତ୍ରରେ ଲକ୍ଷଣ ଭିନ୍ନ ହୋଇପାରେ ।

ମେନିଞ୍ଜାଇଟିସ୍‌ର କାରଣ

ଜୀବାଣୁ ସଂକ୍ରମଣ ପାଇଁ ମେନିଞ୍ଜାଇଟିସ୍ ହୋଇଥାଏ । ଏହି ଜୀବାଣୁ ନିଶ୍ଵାସ ପ୍ରଶ୍ଵାସ, ନିକଟ ସମ୍ପର୍କ ଓ ଦୂଷିତ ଭୋଜନ ଦ୍ଵାରା ବ୍ୟାପିଥାଏ । ଏହା ରୋଗପ୍ରତିଷେଧକ ଶକ୍ତି ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meningitis Outbreak: ମସ୍ତିଷ୍କର ସୁରକ୍ଷା କୋଷିକାକୁ ନଷ୍ଟ କରୁଛି ମେନିଞ୍ଜାଇଟିସ୍; ଭ୍ୟାକ୍ସିନ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି | Argus News