Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Crime News / ଡ୍ରଗ୍ କିଙ୍ଗ୍‌ପିନ ଏଲ୍ ମେଞ୍ଚୋଙ୍କୁ ମାରିଲା ସେନା; ସମଗ୍ର ମେକ୍ସିକୋ ଅଶାନ୍ତ, ୨୫ ଯବାନ ସହିଦ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଡ୍ରଗ୍ କିଙ୍ଗ୍‌ପିନ ଏଲ୍ ମେଞ୍ଚୋଙ୍କୁ ମାରିଲା ସେନା; ସମଗ୍ର ମେକ୍ସିକୋ ଅଶାନ୍ତ, ୨୫ ଯବାନ ସହିଦ
El Mencho Killed

Key Points

ଫେବ୍ରୁଆରୀ ୨୨ରେ ଜାଲିସ୍କୋର ତାପାଲ୍ପା ଅଞ୍ଚଳରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ବେଳେ ସେନା ଗୁଳିରେ ଏଲ୍ ମେଞ୍ଚୋ ଗୁରୁତର ହୋଇଥିଲା । ମେକ୍ସିକୋ ସିଟିକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ: ମେକ୍ସିକୋ ସେନାର ଏକ ବଡ଼ ଧରଣର ସାମରିକ ଅପରେସନ୍‌ରେ ପାୱାରଫୁଲ୍ ଡ୍ରଗ୍ କିଙ୍ଗ୍‌ପିନ ଏଲ୍ ମେଞ୍ଚୋ ନିହତ ହୋଇଛି । ଆମେରିକା ପକ୍ଷରୁ ଏହି ଦୁର୍ଦ୍ଦାନ୍ତ ଅପରାଧୀ ଉପରେ ୧୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ତେବେ ଏଲ୍ ମେଞ୍ଚୋର ମୃତ୍ୟୁ ଖବର ପ୍ରସାରିତ ହେବା ପରେ କାର୍ଟେଲ୍‌ର ସଦସ୍ୟମାନେ ସମଗ୍ର ମେକ୍ସିକୋରେ ନିଆଁ ଲଗାଇ ଦେଇଛନ୍ତି । ରାସ୍ତାରେ ଶହ ଶହ ବସ୍ ଓ ଟ୍ରକ୍ ଜଳୁଛି ଦିଆଯାଇଛି, ହାଇୱେ ବ୍ଲକ୍ କରାଯାଇଛି ଏବଂ ସେନା ସହିତ ଭୟଙ୍କର ଗୁଳିବିନିମୟ ଜାରି ରହିଛି । ସହର ରଣକ୍ଷେତ୍ରରେ ପରିଣତ ହୋଇଛି ।

ଏଥିସହ ପଢ଼ନ୍ତୁ: ଇରାନକୁ ଘେରିଲା ଆମେରିକାର ଡିଜିଟାଲ୍ ଏୟାର ବ୍ରିଜ୍

ଫେବ୍ରୁଆରୀ ୨୨ରେ ଜାଲିସ୍କୋର ତାପାଲ୍ପା ଅଞ୍ଚଳରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ବେଳେ ସେନା ଗୁଳିରେ ଏଲ୍ ମେଞ୍ଚୋ ଗୁରୁତର ହୋଇଥିଲା । ମେକ୍ସିକୋ ସିଟିକୁ ସ୍ଥାନାନ୍ତର କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଛି । ଆମେରିକା ପକ୍ଷରୁ ଦୁର୍ଦ୍ଦାନ୍ତ ଏଲ୍ ମେଞ୍ଚୋ ଉପରେ ୧୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଏଲ୍ ମେଞ୍ଚୋର ମୃତ୍ୟୁ ଖବର ପ୍ରସାରିତ ହେବା ପରେ କାର୍ଟେଲ୍‌ର ସଦସ୍ୟମାନେ ସମଗ୍ର ମେକ୍ସିକୋରେ ନିଆଁ ଲଗାଇ ଦେଇଛନ୍ତି । ରାସ୍ତାରେ ବସ୍ ଓ ଟ୍ରକ୍ ଜଳାଇ ଦିଆଯାଇଛି, ହାଇୱେ ବ୍ଲକ୍ କରାଯାଇଛି ଏବଂ ସେନା ସହିତ ଭୟଙ୍କର ଗୁଳିବିନିମୟ ଜାରି ରହିଛି । ଏଥିରେ ୨୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ।

ମେକ୍ସିକୋରେ ଏଲ୍ ମେଞ୍ଚୋର ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ସ୍ଥିତିକୁ ଦେଖି ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ନିଜ ନାଗରିକଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । ବିଶେଷ କରି ଜାଲିସ୍କୋ, ମିଚୋଆକାନ୍ ଏବଂ ଗୁଆଡାଲାଜାରା ଭଳି ହିଂସା ପ୍ରବଣ ଅଞ୍ଚଳରେ ରହୁଥିବା ଭାରତୀୟଙ୍କୁ ଘରୁ ନ ବାହାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ଅପ୍ରୀତିକର ପରିସ୍ଥିତିରେ ଦୂତାବାସର ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ: ରାତି ଅଧରେ ପାକିସ୍ତାନ କଲା ତୁହାକୁ ତୁହା ଆକ୍ରମଣ: ଗଦା ହେଲା ମୃତଦେହ

ମେକ୍ସିକୋରେ ବର୍ତ୍ତମାନ ଯେଉଁ ନରସଂହାର ଓ ହିଂସା ଦେଖିବାକୁ ମିଳୁଛି, ତାହା ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଡ୍ରଗ୍ ୱାରର ଏକ ଚରମ ପରିଣତି । ଏଲ୍ ମେଞ୍ଚୋ ଓରଫ୍ ନେମେସିଓ ଓସେଗୁଏରା, ଯିଏ ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍‌ର ସାମ୍ରାଜ୍ୟ ବିସ୍ତାର କରିଥିଲା, ତାର ଅନ୍ତ ସହିତ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ଏହି ପୃଷ୍ଠଭୂମି ପଛରେ ରହିଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଡ୍ରଗ୍ ସିଣ୍ଡିକେଟ୍‌ମାନଙ୍କ ମଧ୍ୟରେ ଆଧିପତ୍ୟ ବିସ୍ତାରର ଲଢ଼େଇ । ବର୍ତ୍ତମାନ ତାର ମୃତ୍ୟୁ ପରେ, ଗ୍ୟାଙ୍ଗର ଦ୍ୱିତୀୟ ସ୍ତରର ନେତାମାନେ ନିଜ ନିଜ ମଧ୍ୟରେ ଲଢ଼ିବା ସହ ସରକାରଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି । ସହରର ବଡ଼ ବଡ଼ ହସ୍ପିଟାଲ, ଏୟାରପୋର୍ଟ ଏବଂ ସରକାରୀ ପ୍ରତିଷ୍ଠାନକୁ କାର୍ଟେଲ୍ ସଦସ୍ୟମାନେ ଘେରି ରଖିଛନ୍ତି, ଯାହା ମେକ୍ସିକୋର ସାଧାରଣ ଜନଜୀବନକୁ ଭୟଙ୍କର ବିପଦକୁ ଠେଲି ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mexico Army Kills Drug Lord El Mencho, Nation Erupts in Violence | Argus News | Argus News