Middle East Crisis / ମଧ୍ୟ ପ୍ରାଚ୍ୟ ସଂକଟ ପାଇଁ ବଳିପଡ଼ିବେ ୪୦ ଦେଶ; ଦୋହଲିଯିବ ବିଶ୍ୱ ଅର୍ଥନୀତି

Key Points
ହର୍ମୁଜ୍ ପ୍ରଣାଳୀ ଭଳି ଜଳମାର୍ଗରେ ଦେଇ ବିଶ୍ୱର ସାମୁଦ୍ରିକ ତୈଳ ବାଣିଜ୍ୟ ହୋଇଥାଏ। ହେଲେ ଏବେ ଏହି ସାମୁଦ୍ରିକ ମାର୍ଗ ବାଧିତ ହେବା କାରଣରୁ ଅନେକ ଦେଶ ତେଲ ଏବଂ ଗ୍ୟାସ ଅଭାବର ସାମ୍ନା କରୁଛନ୍ତି।
ଏଭଲି ପରିସ୍ଥିତିରେ ପ୍ରାୟ ୪୦ ଦେଶ ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ବଳିପଡ଼ିବେ। ଯାହା ଦ୍ୱାରା ଆର୍ଥିକ ସଂକଟ ଆହୁରି ଘନୀଭୂତ ହୋଇପାରେ। ଯୁଦ୍ଧରେ ସାମିଲ ନଥିବା ଲୋକେ ମଧ୍ୟ ଆର୍ଥିକ କ୍ଷତି ସହିବେ। କାରଣ ତୈଳ ଏବଂ ଗ୍ୟାସ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ତୈଳ ମୂଲ୍ୟ ବୃଦ୍ଧି ସବୁକିଛି ମହଙ୍ଗା କରିଦେବ। ମୁଦ୍ରାସ୍ଫୀତି ସହିତ ଲଢ଼ିବା ସହ ଲଢିବା ସବୁ ଦେଶ ପାଇଁ ଅନ୍ୟ ଏକ ଯୁଦ୍ଧ ହୋଇଥିବା। ଯାହାର ପ୍ରଭାବ କେହି ରକ୍ଷା ପାଇବେ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଂକଟକ କାରଣରୁ ୪ ମହାଦେଶର ପ୍ରାୟ ୪୦ ଦେଶର ଅର୍ଥନୀତି ଦୋହଲି ଯାଇପାରେ।
ଏଥିସହ ପଢ଼ନ୍ତୁ: ମୋଦୀଙ୍କ ଆକ୍ସନ ପରେ ଭୟରେ ଥରିଲାଣି ଇରାନ୍
ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକା: ବିଶ୍ୱର ସର୍ବବୃହତ ଅର୍ଥନୀତି ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଯଦିଓ ବିଶ୍ୱରେ ଆମେରିକା ସ୍ୱୟଂ ଏକ ତୈଳ ଉତ୍ପାଦନକାରୀ ଦେଶ, ହେଲେ ବୈଶ୍ୱିକ ତୈଳ ମୂଲ୍ୟ କାରଣରୁ ଆମେରିକୀୟ ବଜାରରେ ମୁଦ୍ରାସ୍ଫୀତି ବଢିଯିବ। ଯାହା ଦ୍ୱାରା ଦରଦାମ ବୃଦ୍ଧି ହେବ। ମଧ୍ୟପ୍ରାଚ୍ୟ ସଂକଟ ତେଲ ଏବଂ ଗ୍ୟାସ୍ ଦରକୁ ଆହୁରି ବଢାଇପାରେ। ଯାହା ଦ୍ୱାରା ଶିଳ୍ପ ଉତ୍ପାଦ ଆହୁରି ଅଧିକ ମହଙ୍ଗା ହୋଇପାରେ। ଏହା ବ୍ୟତୀତ ଆମେରିକା ଭଳି ବିଶ୍ୱ ଶକ୍ତିର ସାମରିକ ଏବଂ କୂଟନୈତିକ ସମ୍ପୃକ୍ତି ଆର୍ଥିକ ଚାପକୁ ଆହୁରି ବୃଦ୍ଧି କରିପାରେ।
ବ୍ରାଜିଲ: ଶକ୍ତି ମୂଲ୍ୟ ବୃଦ୍ଧି ବ୍ରାଜିଲର ଘରୋଇ ମୁଦ୍ରାସ୍ଫୀତି ଏବଂ ଶିଳ୍ପ ଖର୍ଚ୍ଚ ବୃଦ୍ଧି କରିପାରେ।
ମେକ୍ସିକୋ: ବିଶ୍ୱ ତୈଳ ବଜାରରେ ଅସ୍ଥିରତା ମେକ୍ସିକୋ ଅର୍ଥନୀତି ଏବଂ ରପ୍ତାନୀକୁ ପ୍ରଭାବିତ କରିପାରେ।
କାନାଡା: ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦକ ଦେଶ ହେଉଛି କାନାଡା। ହେଲେ ବିଶ୍ୱ ବଜାରରେ ଅସ୍ଥିରତା ଏହାର ବାଣିଜ୍ୟ ଏବଂ ନିବେଶକୁ ପ୍ରଭାବିତ କରିପାରେ।
ଏସିଆ
ଚୀନ୍: ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେଉଛି ଚୀନ୍। ଯିଏ ବିଶ୍ୱର ସର୍ବବୃହତ ତୈଳ, ଇନ୍ଦନ, ଗ୍ୟାସ୍ ଆମଦାନୀକାରୀ। ଯିଏ ମଧ୍ୟପ୍ରାଚ୍ୟରୁ ସର୍ବାଧିକ ତେଲ ଇନ୍ଧନ କ୍ରୟ କରିଥାଏ। ଯଦି ହର୍ମୁଜ୍ ପ୍ରଣାଳୀ କିମ୍ବା ଅନ୍ୟାନ୍ୟ ସାମୁଦ୍ରିକ ପଥ ଅବରୋଧ କରାଯାଏ, ତାହେଲେ ଚୀନ୍ ଭଳି ଦେଶର ଶିଳ୍ପ, ପରିବହନ ଏବଂ ଉତ୍ପାଦନ କ୍ଷେତ୍ର ପ୍ରଭାବିତ ହୋଇପାରେ। ଯାହା ବିଶ୍ୱର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ପ୍ରଭାବିତ କରିବ।
ଭାରତ: ବିଶ୍ୱର ଚତୁର୍ଥ ଅର୍ଥନୀତି କୁହାଯାଉଥିବା ଭାରତ ଏହାର ତେଲ ଆବଶ୍ୟକତାର ପ୍ରାୟ ୮୦% ଆମଦାନୀ କରିଥାଏ। ଇରାନ-ଇସ୍ରାଏଲ ସଂଘର୍ଷ କାରଣରୁ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ପେଟ୍ରୋଲ-ଡିଜେଲ ଦରକୁ ବୃଦ୍ଧି କରିବ। ଯାହା ମୁଦ୍ରାସ୍ଫୀତି ଏବଂ ବାଣିଜ୍ୟ ନିଅଣ୍ଟକୁ ବୃଦ୍ଧି କରିପାରେ। ଏହା ବ୍ୟତୀତ ଲକ୍ଷ ଲକ୍ଷ ଭାରତୀୟ ମଧ୍ୟପ୍ରାଚ୍ୟରେ କାମ କରିଥାନ୍ତି। ସେଠାକାର ଅସ୍ଥିରତା ଦେଶକୁ ଆସୁଥିବା ବୈଦେଶିକ ମୁଦ୍ରା ପ୍ରବାହକୁ ପ୍ରଭାବିତ କରିପାରେ।
ପାକିସ୍ତାନ: ପଡୋଶୀ ପାକିସ୍ତାନ ପୂର୍ବରୁ ଆର୍ଥିକ ସଂକଟ ଏବଂ ବିଦେଶୀ ଋଣ ଚାପରେ ଦବି ଯାଇଛି। ପାକିସ୍ତାନ ଏହାର ଶକ୍ତି ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ ତୈଳ ଏବଂ ଗ୍ୟାସ ଦ୍ୱାରା ପୂରଣ କରିଥାଏ। ଯଦି ଇରାନ-ଇସ୍ରାଏଲ ଯୁଦ୍ଧ କାରଣରୁ ବୈଶ୍ୱିକ ସ୍ତରରେ ତୈଳ ଦର ବୃଦ୍ଧି ପାଏ, ତାହେଲେ ପାକିସ୍ତାନ ପାଇଁ ତୈଳ ଆମଦାନୀ ଆହୁରି ମହଙ୍ଗା ହୋଇଯିବ। ଯାହା ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚକୁ ବୃଦ୍ଧି କରିବ। ଯାହା ଦ୍ୱାରା ଦେଶର ବିଦ୍ୟୁତ ସଂକଟ ଆହୁରି ଘନୀଭୂତ ହୋଇପାରେ।
ବାଂଲାଦେଶ: ଭାରତର ଅନ୍ୟତମ ପଡୋଶୀ ବାଂଲାଦେଶର ଅର୍ଥନୀତି ପୂର୍ବରୁ ସମସ୍ୟା ଜର୍ଜରିତ ରହିଛି। ଏହି ଦେଶ ବିଦେଶରୁ ତୈଳ, ଗ୍ୟସ୍ ବହୁ ପରିମାଣରେ ଆମଦାନୀ କରିଥାଏ। ବୟନ ଶିଳ୍ପ ହେଉଛି ଏକ ପ୍ରମୁଖ ରପ୍ତାନୀ ଉତ୍ପାଦ। ଯଦି ଯୁଦ୍ଧ କାରଣରୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଏ କିମ୍ବା ସାମୁଦ୍ରିକ ପଥ ବାଧାପ୍ରାପ୍ତ ହୁଏ, ତାହେଲେ ବାଂଲାଦେଶରୁ ହେଉଥିବା ରପ୍ତାନୀ ପ୍ରଭାବିତ ହୋଇପାରେ।
ଜାପାନ: ଜାପାନ ବିଶ୍ୱର ଏକ ପ୍ରମୁଖ ଆର୍ଥିକ ସମୃଦ୍ଧିଶାଳୀ ଦେଶ ସମେତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ହେଲେ ବିକଶିତ ହୋଇଥିବା ସତ୍ତ୍ୱେ ଜାପାନ ଏହାର ଶକ୍ତି ଚାହିଦା ପୂରଣ କରିବା ପାଇଁ ବିଦେଶରୁ ହେଉଥିବା ଆମଦାନୀ ଉପରେ ନିର୍ଭରଶୀଳ। ଯଦି ମଧ୍ୟପ୍ରାଚ୍ୟରୁ ତୈଳ ଏବଂ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୁଏ ତାହେଲେ ଦେଶର ଶିଳ୍ପ ଏବଂ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇପାରେ।
ପଢନ୍ତୁ ଏହି ଖବର: ଯୁଦ୍ଧ ବନ୍ଦ ପାଇଁ ଇରାନର ୩ଟି ବଡ଼ ସର୍ତ୍ତ: ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ...
ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆ ମଧ୍ୟ ବହୁ ପରିମାଣରେ ତୈଳ ଏବଂ ଗ୍ୟାସ ବିଦେଶରୁ ଆମଦାନୀ କରିଥାଏ। ଯୁଦ୍ଧ ହେଲେ, ଶକ୍ତି ମୂଲ୍ୟ ବୃଦ୍ଧି ପାଇବ। ଯାହା ଦ୍ୱାରା ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ଶିଳ୍ପ ପାଇଁ ଖର୍ଚ୍ଚ ବୃଦ୍ଧି କରିବ।
ସାଉଦି ଆରବ: ଇରାନ-ଇସ୍ରାଏଲ ଯୁଦ୍ଧରୁ ସାଉଦି ଆରବ ବିଶେଷ ଭାବରେ ଆର୍ଥିକ କ୍ଷୟକ୍ଷତିର ସାମ୍ନା କରିବ। ଏହି ଦେଶ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦକ। ଯୁଦ୍ଧ କ୍ଷେତ୍ର ସହିତ ଏହାର ନିକଟତା ତୈଳ ଏବଂ ଗ୍ୟାସ୍ ପରିବହନ ଏବଂ ରପ୍ତାନିକୁ ବିପଦରେ ପକାଇପାରେ।
ସଂଯୁକ୍ତ ଆରବ ଅମିରାତ ୟୁଏଇ: ମଧ୍ୟ ପ୍ରାଚ୍ୟରେ ବିଶ୍ୱର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ହେଉଛି ଦୁବାଇ। ଇସ୍ରାଏଲ-ଇରାନ୍ ଯୁଦ୍ଧ କାରଣରୁ ସାମୁଦ୍ରିକ ବାଣିଜ୍ୟ ଏବଂ ନିବେଶ ପ୍ରଭାବିତ ହୋଇପାରେ।
କାତାର: କାତାର ବିଶ୍ୱର ସର୍ବବୃହତ ପ୍ରାକୃତିକ ଗ୍ୟାସ୍ ରପ୍ତାନୀକାରୀ ଦେଶ। ଯଦି ହର୍ମୁଜ ଜଳମାର୍ଗ ବାଧାପ୍ରାପ୍ତ ହୁଏ, ତାହେଲେ କାତାର ପକ୍ଷରୁ ହେଉଥିବ ବୈଶ୍ୱିକ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇପାରେ।
କୁଏତ: ବିଶ୍ୱର ଏକ ପ୍ରମୁଖ ତୈଳ ରପ୍ତାନୀକାରୀ ଦେଶ ହେଉଛି କୁଏତ। ୟାହାର ଅର୍ଥନୀତି ଅନେକ ତୈଳ କାରବାର ସହ ଜଡ଼ିତ। ମଧ୍ୟ ପ୍ରାଚ୍ୟ ସଂକଟ ଦେଶର ତୈଳ ରପ୍ତାନି ଏବଂ ରାଜସ୍ୱ ସଂଗ୍ରହକୁ ପ୍ରଭାବିତ କରିପାରେ।
ଓମାନ: ଓମାନ ହର୍ମୁଜ୍ ପ୍ରଣାଳୀ ସହ ସିଧାସଳଖ ସହ ଯୋଡ଼ି ହୋଇଥିବା ଏକ ଦେଶ। ଯେକୌଣସି ସାମରିକ ସଂଘର୍ଷ ଏହାର ସାମୁଦ୍ରିକ ବାଣିଜ୍ୟ ଏବଂ ବନ୍ଦର ଉପରେ ଚାପ ବୃଦ୍ଧି କରିପାରେ।
ବାହାରୀନ୍: ବିଶ୍ୱରେ ବାହାରୀନ୍ ହେଉଛି ଆର୍ଥିକ ସେବା କେନ୍ଦ୍ର। ମଧ୍ୟ ପ୍ରାଚ୍ୟ ସଂକଟ ଆହୁରି ଘନୀଭୂତ ହେଲେ ନିବେଶ ସହ ବ୍ୟାଙ୍କିଂ କ୍ଷେତ୍ର ପ୍ରଭାବିତ ହୋଇପାରେ।
ଇଣ୍ଡୋନେସିଆ: ତୈଳ ଆମଦାନୀ ଏବଂ ସାମୁଦ୍ରିକ ବାଣିଜ୍ୟ ଉପରେ ନିର୍ଭରଶୀଳତା କାରଣରୁ ଇଣ୍ଡୋନେସିଆର ଅର୍ଥନୀତି ପ୍ରଭାବିତ ହୋଇପାରେ।
ଥାଇଲ୍ୟାଣ୍ଡ: ପର୍ଯ୍ୟଟନ ଏବଂ ଶକ୍ତି ଆମଦାନୀ ଉପରେ ନିର୍ଭରଶୀଳ ଅର୍ଥନୀତି, ତୈଳ ମୂଲ୍ୟ ବୃଦ୍ଧି ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରେ।
ଭିଏତନାମ: ଏକ ଉତ୍ପାଦନ କେନ୍ଦ୍ର ଭାବରେ ଭିଏତନାମର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ଦ୍ୱାରା ଦେଶର ରପ୍ତାନୀ ପ୍ରଭାବିତ ହୋଇପାରେ।
ମାଲେସିଆ: ଶକ୍ତି ବଜାରରେ ଅସ୍ଥିରତା ଏହାର ତୈଳ ଏବଂ ଗ୍ୟାସ କ୍ଷେତ୍ରକୁ ସିଧାସଳଖ ପ୍ରଭାବିତ କରିବ।
ସିଙ୍ଗାପୁର: ସିଙ୍ଗାପୁର ଏସିଆର ସର୍ବବୃହତ ତୈଳ ବାଣିଜ୍ୟ ଏବଂ ପରିବହନ କେନ୍ଦ୍ର। ଯୁଦ୍ଧ ପରିବହନ ଖର୍ଚ୍ଚ ଏବଂ ବୀମା ଏହା ଇନ୍ଧନ ପରିବହନ ସହ ଜଡ଼ିତ ପ୍ରିମିୟମ ବୃଦ୍ଧି କରିପାରେ।
ଆଫ୍ରିକା
ଦକ୍ଷିଣ ଆଫ୍ରିକା: ତୈଳ ଆମଦାନୀ ମୂଲ୍ୟ ବୃଦ୍ଧି ଦକ୍ଷିଣ ଆଫ୍ରିକାର ଅର୍ଥନୀତି ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି କରିପାରେ।
କେନିଆ: ଅନେକ ଆଫ୍ରିକୀୟ ଦେଶ ତୈଳ ଆମଦାନୀ ଉପରେ ନିର୍ଭରଶୀଳ। ସେମାନଙ୍କର ଅର୍ଥନୀତି ପୂର୍ବରୁ ମୁଦ୍ରାସ୍ଫୀତି ଏବଂ ଋଣ ଚାପ ଭାରରେ ରହିଛି। ଆଫ୍ରିକା ମହାଦେଶରେ କେନିଆ ହେଉଛି ଏକ ପ୍ରମୁଖ ଅର୍ଥନୀତି। ହେଲେ ଏହି ଦେଶ ଏହାର ପ୍ରାୟ ସମସ୍ତ ତେଲ ଚାହିଦା ବିଦେଶରୁ ହେଉଥିବା ଆମଦାନୀ ଦ୍ୱାରା ପୂରଣ କରିଥାଏ। ତୈଳ ମୂଲ୍ୟ ବୃଦ୍ଧି ପରିବହନ, ଖାଦ୍ୟ ବଣ୍ଟନ ଏବଂ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କରିବ ।
ଇଥିଓପିଆ: ଆଫ୍ରିକୀୟ ଦେଶ ଇଥିଓପିଆ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି। ହେଲେ ଶକ୍ତି ଆମଦାନୀ ଉପରେ ଏହାର ନିର୍ଭରଶୀଳତା ଅଧିକ ରହିଛି। ଯୁଦ୍ଧ କାରଣରୁ ତୈଳ ମୂଲ୍ୟ ବୃଦ୍ଧି ସରକାରଙ୍କ ସବସିଡି ବୋଝ ବୃଦ୍ଧି କରିପାରେ। ଯାହା ଦେଶରେ ବଜେଟ ନିଅଣ୍ଟକୁ ବୃଦ୍ଧି କରିପାରେ।
ନାଇଜେରିଆ: ନାଇଜେରିଆ ଏକ ତୈଳ ଉତ୍ପାଦନକାରୀ ଦେଶ। ହେଲେ ଏହାର ବିଶୋଧନ କ୍ଷମତା ସୀମିତ। ଇନ୍ଧନ ଚାହିଦା ପୂରଣ ପାଇଁ ଏହି ଦେଶ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ କରିଥାଏ। ଯଦି ବିଶ୍ୱ ତୈଳ ମୂଲ୍ୟ ଅସ୍ଥିର ହୁଏ, ତାହେଲେ ଦେଶ ଇନ୍ଧନ ସଂକଟ ଏବଂ ମୁଦ୍ରାସ୍ଫୀତି ଭଳି ସମସ୍ୟାର ସାମ୍ନା କରିପାରେ।
ଇଜିପ୍ଟ: ସୁଏଜ କେନାଲ ପରିଚାଳନା ଦାୟିତ୍ୱ ରହିଥିବା ଇଜିପ୍ଟର ଅର୍ଥନୀତି ପର୍ଯ୍ୟଟନ, ବାଣିଜ୍ୟ ଏବଂ ଶକ୍ତି ଆମଦାନୀ ଉପରେ ନିର୍ଭର କରିଥାଏ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଲେ ସୁଏଜ୍ କେନାଲ ଦେଇ ଯାଉଥିବା ଜାହାଜ ସଂଖ୍ୟା ହ୍ରାସ ପାଇପାରେ। ଯାହା ଦେଶର ଆୟକୁ ପ୍ରଭାବିତ କରିବା ସହ ଆର୍ଥିକ ଚାପ ବୃଦ୍ଧି କରିବ।
ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକା ଆଫ୍ରିକା ମହାଦେଶରେ ସବୁଠାରୁ ବିକଶିତ ଅର୍ଥନୀତି ମଧ୍ୟରୁ ଅନ୍ୟତମ୍। ହେଲେ ଏହି ଦେଶ ବୈଦେଶିକ ତୈଳ ଆମଦାନୀ ଉପରେ ନିର୍ଭରଶୀଳ। ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ଦିନକୁ ଦିନ ବୃଦ୍ଧି ପାଉଥିବା ଶକ୍ତି ମୂଲ୍ୟ ପରିବହନ ଏବଂ ବିଦ୍ୟୁତ୍ ଉତ୍ପାଦନକୁ ଆହୁରି ଅଧିକ ମହଙ୍ଗା କରିବ। ଯାହା ଦ୍ୱାରା ଶିଳ୍ପ ଉତ୍ପାଦନ ପ୍ରଭାବିତ ହେବ।
ଘାନା: ଆଫ୍ରିକୀୟ ଦେଶ ଘାନାର ଅର୍ଥନୀତି ପୂର୍ବରୁ ଋଣ ସଂକଟ ଏବଂ ମୁଦ୍ରାସ୍ଫୀତି ସହ ଲଢେଇ କରୁଛି। ତୈଳ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧି ହେବା ପରେ ସରକାରଙ୍କ ପାଇଁ ଇନ୍ଧନରେ ସବସିଡି ପ୍ରଦାନ କରିବା ଆହୁରି କଷ୍ଟକର ହୋଇଯିବ।
ତାଞ୍ଜାନିଆ: ତାଞ୍ଜାନିଆ ମଧ୍ୟ ଶକ୍ତି ଆମଦାନୀ ଉପରେ ନିର୍ଭରଶୀଳ। ଇସ୍ରାଏଲ-ଇରାନ ଯୁଦ୍ଧ କାରଣରୁ ତୈଳ ମୂଲ୍ୟ ବୃଦ୍ଧି ପରିବହନ ଏବଂ କୃଷି ଖର୍ଚ୍ଚକୁ ବୃଦ୍ଧି କରିବ। ଯାହା ଦ୍ୱାରା ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧିପାଇବ।
ମରୋକ୍କୋ: ଉତ୍ତର ଆଫ୍ରିକା ଉପକୂଳରେ ଅବସ୍ଥିତ ମରୋକ୍କୋ ହେଉଛି ଏକ ଶକ୍ତି ଆମଦାନୀକାରୀ ଦେଶ। ତୈଳ ମୂଲ୍ୟ ବୃଦ୍ଧି ଏହାର ଆର୍ଥିକ ଅଭିବୃଦ୍ଧିକୁ ପ୍ରଭାବିତ କରିପାରେ। ଏହା ବ୍ୟତୀତ, ଖାଦ୍ୟ ଆମଦାନୀ ଅଧିକ ମହଙ୍ଗା ହୋଇପାରେ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଇରାନକୁ ଝଟକା: ଟ୍ରାକିଂ ବନ୍ଦ କରି ମୁମ୍ବାଇରେ ପହଞ୍ଚିଲା ବିଶାଳ ତୈଳବାହୀ ଜାହାଜ
ୟୁରୋପ
ଜର୍ମାନୀ: ୟୁରୋପ ମହାଦେଶର ସର୍ବବୃହତ ଏବଂ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥନୀତି। ଶକ୍ତି ମୂଲ୍ୟ ବୃଦ୍ଧି ଏହାର ଶିଳ୍ପ କ୍ଷେତ୍ରର ଉତ୍ପାଦନ ଉପରେ ପ୍ରଭାବ ପକାଇବ।
ବ୍ରିଟେନ୍: ବୈଶ୍ୱିକ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହେଉଛି ବ୍ରିଟେନ। ହେଲେ ଇସ୍ରାଏଲ-ଇରାନ ଯୁଦ୍ଧ କାରଣରୁ ଶକ୍ତି ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ଦେଶର ଅର୍ଥନୀତି ଏବଂ ଆର୍ଥିକ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ।
ଫ୍ରାନ୍ସ: ମଧ୍ୟ ପ୍ରାଚ୍ୟ ସଂକଟର କାରଣରୁ ଫ୍ରାନ୍ସର ଶକ୍ତି ଏବଂ ପ୍ରତିରକ୍ଷା ଶିଳ୍ପ ପ୍ରଭାବିତ ହୋଇପାରେ। ଏପରିକି ମଧ୍ୟପ୍ରାଚ୍ୟ ସହ ଚାଲିଥିବ ବାଣିଜ୍ୟ ପ୍ରଭାବିତ ହୋଇପାରେ।
ଇଟାଲି: ଇଟାଲୀର ଅର୍ଥବ୍ୟବସ୍ଥା ବିଦେଶରୁ ଆମଦାନୀ ହେଉଥିବା ଶକ୍ତି ଉପରେ ଅନେକାଂଶରେ ନିର୍ଭରଶୀଳ। ତେଲ ଏବଂ ଗ୍ୟାସ୍ ଦର ବଢିବା କାରଣରୁ ଦେଶର ଶିଳ୍ପ ଏବଂ ପରିବହନ କ୍ଷେତ୍ର ପ୍ରଭାବିତ ହୋଇପାରେ।
ସ୍ପେନ: ମଧ୍ୟ ପ୍ରାଚ୍ୟ ସଂକଟ କାରଣରୁ ତେଲ ଏବଂ ଗ୍ୟାସ୍ ଦର ବଢିବା ଫଳରେ ସ୍ପେନ୍ ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ସହ ବୈଦେଶିକ ବାଣିଜ୍ୟରେ କ୍ଷତିର ସାମ୍ନା କରିପାରେ।
ନେଦରଲ୍ୟାଣ୍ଡ: ରୋଟରଡାମ୍ ଭଳି ପ୍ରମୁଖ ବନ୍ଦର ବିଶ୍ୱ ଶକ୍ତି ବାଣିଜ୍ୟର କେନ୍ଦ୍ର ଭାବେ। ଯୋଗାଣ ଶୃଙ୍ଖଳାରେ ବାଧା ଉତ୍ପନ୍ନ ହେବା ଦ୍ୱାରା ୟୁରୋପ ମହାଦେଶରେ ଶକ୍ତି ବଣ୍ଟନ ପ୍ରଭାବିତ ହୋଇପାରେ। ନେଦରଲ୍ୟାଣ୍ଡର ରୋଟରଡାମ୍ ବନ୍ଦର ୟୁରୋପର ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର।
ବେଲଜିୟମ: ବେଲଜିୟମର ବନ୍ଦର ଏବଂ ଲଜିଷ୍ଟିକ୍ସ ନେଟୱାର୍କ ବିଶ୍ୱ ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମଧ୍ୟପ୍ରାଚ୍ୟ ସଂକଟ କାରଣରୁ ଆକାଶଛୁଆଁ ହେଉଥିବା ତୈଳ ଗ୍ୟାସ୍ ଦର ବୃଦ୍ଧି ଦେଶର ବାଣିଜ୍ୟକୁ ପ୍ରଭାବିତ କରିବ।
ପୋଲାଣ୍ଡ: ଇସ୍ରାଏଲ-ଇରାନ ଯୁଦ୍ଧ କାରଣରୁ ଶକ୍ତି ମୂଲ୍ୟ ବୃଦ୍ଧି ଦେଶର ଶିଳ୍ପ ଖର୍ଚ୍ଚକୁ ବୃଦ୍ଧି କରିପାରେ।
ତୁର୍କୀ: ସ୍ଥଳ ଭାଗରେ ୟୁରୋପ-ଏସିଆ ମହାଦେଶକୁ ଯୋଡୁଥିବା ତୁର୍କୀ ହେଉଛି ଏକ ଶକ୍ତି ପରିବହନ କେନ୍ଦ୍ର। ଇରାନ-ଇସ୍ରାଏଲ ଯୁଦ୍ଧ ଏହାର ବାଣିଜ୍ୟ ମାର୍ଗ ଏବଂ ଶକ୍ତି ପ୍ରକଳ୍ପକୁ ପ୍ରଭାବିତ କରିପାରେ।
ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ: ଶକ୍ତି ଆମଦାନୀ ଏବଂ ବିଶ୍ୱ ବାଣିଜ୍ୟ ଉପରେ ନିର୍ଭରଶୀଳତା ହେତୁ ଏହାର ଶିଳ୍ପଗୁଡ଼ିକ ପ୍ରଭାବିତ ହୋଇପାରେ।
ପଢନ୍ତୁ ଏହି ଖବର: ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ପାଇଁ ଖୁସି ଖବର…ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ ପାଇଁ ଭାରତୀୟ ଟ୍ୟାଙ୍କରକୁ ଅନୁମତି
📱 Get Argus News App
✨Related Topics
Explore more stories