Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟପ୍ରାଚ୍ୟରେ ପହଞ୍ଚିଲେ ଆମେରିକାର ଆଉ ୩୫୦୦ ମରିନ୍ କମାଣ୍ଡୋ

International

Middle East War / ମଧ୍ୟପ୍ରାଚ୍ୟରେ ପହଞ୍ଚିଲେ ଆମେରିକାର ଆଉ ୩୫୦୦ ମରିନ୍ କମାଣ୍ଡୋ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ମଧ୍ୟପ୍ରାଚ୍ୟରେ ପହଞ୍ଚିଲେ ଆମେରିକାର ଆଉ ୩୫୦୦ ମରିନ୍ କମାଣ୍ଡୋ
Tensions Escalate

Key Points

ଲଢ଼େଇର ମାସକ ପରେ ଯୁଦ୍ଧ ଆହୁରି ବ୍ୟାପିବା ନଜର ଆସୁଛି । ଏହାରି ଭିତରେ ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ଦେଇଥିବା ସୂଚନା ଅନୁସାରେ, ଯୁଏସଏସ୍ ତ୍ରିପୋଲିରେ ୩୫୦୦ ମରିନ ଓ ନୌସେନା ଯବାନ ମଧ୍ୟପ୍ରାଚ୍ୟରେ ପହଞ୍ଚିଛନ୍ତି ।
ନୂଆଦିଲ୍ଲୀ: ଇରାନ୍ ଉପରେ ଆମେରିକା-ଇସ୍ରାଏଲ୍ ଯୁଦ୍ଧ ଆରମ୍ଭକୁ ମାସେ ପୁରିଛି । ଏବେ ଲଢ଼େଇର ମାସକ ପରେ ଯୁଦ୍ଧ ଆହୁରି ବ୍ୟାପିବା ନଜର ଆସୁଛି । ଏହାରି ଭିତରେ ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ଦେଇଥିବା ସୂଚନା ଅନୁସାରେ, ଯୁଏସଏସ୍ ତ୍ରିପୋଲିରେ ୩୫୦୦ ମରିନ ଓ ନୌସେନା ଯବାନ ମଧ୍ୟପ୍ରାଚ୍ୟରେ ପହଞ୍ଚିଛନ୍ତି ।

ଯାହାକି ବିଗତ ୨୦ ବର୍ଷରେ ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠୁ ବଡ଼ ସୈନ୍ୟ ମୁତୟନ । ସୋସିଆଲ୍ ମିଡିଆ Xରେ ପୋଷ୍ଟ ଅନୁଯାୟୀ, ୟୁଏସଏସ୍ ତ୍ରିପୋଲି (LHA 7)ରେ ଯବାନ ମାର୍ଚ୍ଚ ୨୭ରେ ମଧ୍ୟପ୍ରାଚ୍ୟ ପହଞ୍ଚି ସାରିଛନ୍ତି । ପୋଷ୍ଟରେ ସୈନିକ କମ୍ବାଟ ୟୁନିଫର୍ମ ପିନ୍ଧିଥିବା ଦେଖା ଯାଉଛି ।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍‌କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର

ପୂର୍ବରୁ ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରାୟ ୫୦ ହଜାର ସୈନ୍ୟ ମୁତୟନ ଅଛନ୍ତି । ଇରାନ ସହ ଯୁଦ୍ଧ ଭିତରେ ଆମେରିକା ଆହୁରି ଯବାନଙ୍କୁ ମୁତୟନ କରିଛି । ୟୁଏସଏସ ତ୍ରିପୋଲିରେ ଟ୍ରାନ୍ସପୋର୍ଟ ଓ ଷ୍ଟ୍ରାଇକର୍ ଯୁଦ୍ଧ ବିମାନ ସହ ଅସ୍ତ୍ରଶସ୍ତ୍ର ରହିଛି ।


ଏହି ଆସଲ୍ଟ ସିପ୍‌ରେ ଥିବା ସୈନିକ ଜାପାନରେ ମୁତୟନ ଥିଲେ । ତାଇୱାନ ନିକଟବର୍ତ୍ତୀ ଅଞ୍ଚଳରେ ଅଭ୍ୟାସ କରୁଥିଲେ । ଦୁଇ ସପ୍ତାହ ତଳେ ସେମାନଙ୍କୁ ମଧ୍ୟପ୍ରାଚ୍ୟରେ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତ୍ରିପୋଲି ସହ ୟୁଏସଏସ ବକ୍ସର ଏବଂ ଦୁଟି ଅନ୍ୟ ଜାହାଜ ମଧ୍ୟ ଏକ ମରିନ ୟୁନିଟ୍ ସହ ସ୍ୟାନ ଡିଏଗୋରୁ ମଧ୍ୟପ୍ରାଚ୍ୟ ଯିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି ।

ଆରମ୍ଭ ହେବ କି ଗ୍ରାଉଣ୍ଡ ଅପରେସନ୍ ?

ମଧ୍ୟପ୍ରାଚ୍ୟରେ ଆମେରିକା ଯେଉଁଭଳି ସୈନ୍ୟ ଶକ୍ତି ବୃଦ୍ଧି କରୁଛି, ତାକୁ ଦେଖିଲେ ଲାଗୁଛି ଆମେରିକା ଖୁବଶୀଘ୍ର ଇରାନ୍‌ରେ ଗ୍ରାଉଣ୍ଡ ଅପରେସନ୍ କରିବାକୁ ପ୍ରସ୍ତୁତି ଚଳାଇଛି । ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଶାନ୍ତି ଆଲୋଚନା କଥା କହି ଆସୁଥିବା ବେଳେ ସୈନ୍ୟ ମୁତୟନ ଜାରି ରଖି ସଂଘର୍ଷ ଶେଷ କରିବାକୁ ଚାପ ପକାଇ ଆସୁଛନ୍ତି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁସାରେ, ଅତିରିକ୍ତ ସୈନ୍ୟଙ୍କୁ ମୁତୟନର ଅର୍ଥ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଅନ୍ୟ ସମସ୍ତ ବିକଳ୍ପ ଖୋଲା ରଖିବାକୁ ଚାହୁଁଛି । ଦ ୱାଶିଂଟନ ପୋଷ୍ଟ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ କହିଛି "ଇରାନରେ ଗ୍ରାଉଣ୍ଡ ଅପରେସନ୍ ଲାଗି ଆମେରିକା ପ୍ରସ୍ତୁତି କରୁଛି ।"

ଏଥିସହ ପଢ଼ନ୍ତୁ: ଯୁଦ୍ଧକୁ ମାସେ, ବ୍ୟାକଫୁଟ୍‌ରେ ଟ୍ରମ୍ପ; ମୁଣ୍ଡବିନ୍ଧା ବଢ଼ାଉଛି ଇରାନର ପାଲଟା ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଆମେରିକା ମୁତୟନ କରିଥିବା ସୈନ୍ୟଙ୍କ ମଧ୍ୟରେ ସ୍ପେଶାଲ ଫୋର୍ସ ରହିଛି । ତେବେ ପେଣ୍ଟାଗନର ଏହି ଯୋଜନାକୁ ଟ୍ରମ୍ପ ଅନୁମୋଦନ ଦେଇଛନ୍ତି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଯଦିଓ ପୂର୍ବରୁ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି ଇରାନରେ ଗ୍ରାଉଣ୍ଡ ଅପରେସନ୍‌ର କୌଣସି ଉଦ୍ଦେଶ୍ୟ ନାହିଁ ।

ତଥାପି ମଧ୍ୟପ୍ରାଚ୍ୟରେ ଆମେରିକା ସୈନ୍ୟ ଶକ୍ତି ବଢ଼ାଇ ଚାଲିଛି । ଯାହାକି ଇରାନ ପ୍ରତି ବିପଦ ବଢ଼ାଇ ଚାଲିଛି । ଚର୍ଚ୍ଚା ହେଉଛି ଅତିରିକ୍ତ ସୈନ୍ୟ ବଳଙ୍କୁ ଏଭଳି ସ୍ଥାନରେ ମୁତୟନ କରାଯିବ । ଯେଭଳି ଖାର୍ଗ ଦ୍ଵୀପ ଉପରେ ଆକ୍ରମଣ କରାଯାଇ ପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Deploys 3,500 Marines to Middle East Amid Iran Tensions | Argus News | Argus News