Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯୁଦ୍ଧ ଭିତରେ ବନ୍ଧୁତା ପାଳୁଛି ଇରାନ; ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ଭାରତୀୟ ଜାହାଜ

International

Hormuz Blockade / ଯୁଦ୍ଧ ଭିତରେ ବନ୍ଧୁତା ପାଳୁଛି ଇରାନ; ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ଭାରତୀୟ ଜାହାଜ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
ଯୁଦ୍ଧ ଭିତରେ ବନ୍ଧୁତା ପାଳୁଛି ଇରାନ; ହର୍ମୁଜ ପ୍ରଣାଳୀ ଦେଇ ଆସୁଛି ଭାରତୀୟ ଜାହାଜ
Hormuz Strait

Key Points

ଭାରତକୁ ବନ୍ଧୁ କହି ମେସେଜ୍ ଦେଲା ଇରାନ
ଭାରତୀୟ ସେଫ୍ ହ୍ୟାଣ୍ଡରେ ଥିବା କହିଲା
ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରାୟ ମାସେ ଧରି ଏହି ତିନି ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଲାଗି ରହିଛି, ଯାହାର ପ୍ରଭାବ ପୁରା ବିଶ୍ଵ ଉପରେ ପଡ଼ିଛି । ଇରାନ ପ୍ରତି ଜବାବରେ ପଶ୍ଚିମ ଏସିଆର ଏକ ଅତ୍ୟନ୍ତ ସମ୍ବେଦନଶୀଳ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଛି ଇରାନ । ଏହି ପଥ ଦେଇ ଆସୁଥିବା ତୈଳ ଜାହାଜକୁ ଅଟକ ରଖିଛି । କିନ୍ତୁ ଭାରତୀୟମାନେ ଚିନ୍ତା କରନ୍ତୁ ନାହିଁ ବୋଲି ଇରାନ ବାର୍ତ୍ତା ଦେଇଛି ଏବଂ ଏହାସହ ଭାରତୀୟ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଛନ୍ତି ।

  • ଭାରତ ପାଇଁ ଆସିଲା ଇରାନର ବାର୍ତ୍ତା
ଇରାନ କହିଛି ଯେ ଭାରତୀୟ ବନ୍ଧୁମାନେ ହର୍ମୁଜ ପ୍ରଣାଳୀକୁ ନେଇ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଏକ୍ସରେ ଇରାନ ଏକ ପୋଷ୍ଟ କରି କହିଛି, "ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମ ଭାରତୀୟ ବନ୍ଧୁ ଏକ ସୁରକ୍ଷିତ ହାତରେ ଅଛନ୍ତି ।" ଏଠାରେ କହିରଖୁଛୁ କି, ହର୍ମୁଜ୍ ପ୍ରଣାଳୀ ଏକ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ । ଏହି ବାଟ ଦେଇ ବିଶ୍ଵ ଶକ୍ତିର ପ୍ରାୟ ୨୦ ପ୍ରତିଶତ ପରିବହନ ହୋଇଥାଏ । ଗତ ଫେବୃଆରୀଠାରୁ ଯୁଦ୍ଧ ଆରମ୍ଭ ହେବା ପରେ, ଇରାନ କେବଳ କିଛିଟା ଜାହାଜକୁ ଏହି ପଥ ଦେଇ ଯାତାୟାତ କରିବାକୁ ଅନୁମତି ଦେଉଛି ।



  • କାହାକୁ ହର୍ମୁଜ ଦେଇ ଛାଡୁଛି ଇରାନ ?
ଇରାନ କିଛି ରାଷ୍ଟ୍ରକୁ ବନ୍ଧୁ ରାଷ୍ଟ୍ର ବୋଲି ସମ୍ବୋଧନ କରିବା ସହ ସେହି ଦେଶଗୁଡ଼ିକର ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଛାଡୁଛି ବୋଲି କହିଛି । ଇରାନର ସେହି ବନ୍ଧୁ ରାଷ୍ଟ୍ର ତାଲିକାରେ ଭାରତ ସହିତ ଚୀନ, ଋଷିଆ, ଇରାକ ଓ ପାକିସ୍ତାନ ଅଛନ୍ତି । ଏହି ରାଷ୍ଟ୍ରଗୁଡ଼ିକର ତୈଳ ଜାହାଜକୁ ସୁରକ୍ଷିତ ଭାବେ ଛାଡୁଛି ଇରାନ । କିଛି ଦିନ ପୂର୍ବରୁ ଯେତେବେଳେ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିଲା, ସେତେବେଳେ ଭାରତ ସମେତ ବିଶ୍ଵର ଅନେକ ରାଷ୍ଟ୍ରକୁ ତୈଳ ଯୋଗାଣରେ ବାଧାପ୍ରାପ୍ତ ହୋଇଥିଲା ।

  • ହର୍ମୁଜ୍ ଛାଡ଼ିଛି ୮ ଭାରତୀୟ ଜାହାଜ
ଏପର୍ଯ୍ୟନ୍ତ ଅତି କମରେ ୮ଟି ଭାରତୀୟ ଜାହାଜ ହର୍ମୁଜ୍ ପ୍ରଣାଳୀରୁ ବାହାରି ସାରିଛି । ଏଥିରେ ଦୁଇଟି LPG ବାହକ, BW TYR ଏବଂ BW ELM ସାମିଲ, ଯାହା ପ୍ରାୟ ୯୪,୦୦୦ ଟନର ମିଳିତ LPG ମାଲ ପରିବହନ କରୁଛି । ଅଧିକାରୀମାନେ କହିଛନ୍ତି ଯେ ଭାରତ ପାଇଁ ଉଦ୍ଦିଷ୍ଟ ଏଲପିଜି, ଅଶୋଧିତ ତେଲ ଏବଂ ଏଲଏନଜି ସହିତ ପ୍ରାୟ ୧୯ଟି ଜାହାଜ ବର୍ତ୍ତମାନ ହରମୁଜରେ ଫସି ରହିଛି ।

ପଢନ୍ତୁ ଏହି ଖବର: ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ରଣନୀତି; 'କାଗଜ ବାଘ' ହୋଇଯିବ NATO !

ମଧ୍ୟପ୍ରାଚ୍ୟରେ ଘଟୁଥିବା ଘଟଣାବଳୀର ପରିଣାମ ସମ୍ପର୍କରେ ମାର୍ଚ୍ଚ ୩୦ ତାରିଖରେ ଏକ ଆନ୍ତଃମନ୍ତ୍ରାଳୟ ବ୍ରିଫିଂରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଥିଲେ ଯେ ଭାରତ ପାଇଁ ଆସୁଥିବା ଶକ୍ତି କାର୍ଗୋର ୧୦ଟି ବିଦେଶୀ ପତାକା ଜାହାଜ ବର୍ତ୍ତମାନ ଫସି ରହିଛି । ଏଥିରେ ୩ଟି LPG ଜାହାଜ, ୪ଟି ଅଶୋଧିତ ତୈଳ ଟ୍ୟାଙ୍କର୍ ଏବଂ ୩ଟି ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ବାହକ ସାମିଲ ।

ଏଗୁଡ଼ିକ ବ୍ୟତୀତ, ଭାରତୀୟ ପତାକା ଜାହାଜ ମଧ୍ୟ ଅଛି । ଏଥିରେ ୩ଟି ଏଲପିଜି ଟ୍ୟାଙ୍କର, ଗୋଟିଏ ଏଲଏନଜି କ୍ୟାରିଅର ଏବଂ ଚାରୋଟି ଅଶୋଧିତ ତୈଳ ଟ୍ୟାଙ୍କର ସାମିଲ । ଗୋଟିଏ ଖାଲି ଟ୍ୟାଙ୍କରକୁ ଏଲପିଜିରେ ଭର୍ତ୍ତି କରାଯାଉଛି । ସୂଚନା ଥାଉ କି ହର୍ମୁଜ ପ୍ରଣାଳୀରେ ବାଧାପ୍ରାପ୍ତ ପ୍ରାୟ ୫୦୦ ଜାହାଜ ମଧ୍ୟରୁ ଏଗୁଡ଼ିକ ଅନ୍ୟତମ ଥିଲା ।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
“Our Indian Friends In Safe Hands”: Iran Reassures India Amid Hormuz Blockade | Argus News