Miracle on the Mississippi / ମିସିସିପି ନଦୀରେ 'ଚମତ୍କାର', ଡୁବିଲା କ୍ରୁଜ୍ ବୋଟ୍; ବଞ୍ଚିଗଲେ ସମସ୍ତ ୧୮୦ ଯାତ୍ରୀ
·51 mins ago·3 min read

Key Points
ଆମେରିକାର ନ୍ୟୁ ଓରଲିୟନସ୍ ସ୍ଥିତ ମିସିସିପି ନଦୀରେ ଟ୍ୟାଙ୍କର ଧକ୍କାରେ ଓଲଟି ପଡ଼ିଲା ଆମେରିକୀୟ ହେରିଟେଜ୍ କ୍ରୁଜ୍ ବୋଟ୍। ଏଥିରେ ଥିବା ୧୮୦ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୩୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଷ୍ଟିଅରିଂ ସମସ୍ୟାକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବେ ଯାଞ୍ଚ କରାଯାଉଛି।
ଆମେରିକାର ମିସିସିପି ନଦୀରେ (Mississippi River US) ଘଟିଯାଇଛି ଏକ ରହସ୍ୟମୟ ଦୁର୍ଘଟଣା। ଯାହାକୁ "ମିସିସିପି ଚମତ୍କାର" (Miracle on the Mississippi) ବୋଲି କୁହାଯାଇଛି। ନ୍ୟୁ ଓରଲିୟନ୍ସ୍ ସହର (New Orleans City) ସ୍ଥିତି ମିସିସିପି ନଦୀରେ ଷ୍ଟିଅରିଂ ବିଫଳ ହେବା କାରଣରୁ ଏକ ଟ୍ୟାଙ୍କର, ଡକ୍ ଠାରେ ଡକିଂ ହୋଇଥିବା ଆମେରିକୀୟ ହେରିଟେଜ୍ କ୍ରୁଜ୍ ବୋଟ୍ (American Heritage Cruise Boat) ସହ ଧକ୍କା ଦେଇଥିଲା। ଧକ୍କା ପରେ ଜାହାଜରେ ପାଣି ଭର୍ତ୍ତି ହେବା ଆରମ୍ଭ ପରେ ଓଲଟି ପଡ଼ିଥିଲା। ଅନେକ ଯାତ୍ରୀ ନଦୀରେ ପଡ଼ିଯାଇଥିଲେ। ହେଲେ ସମସ୍ତ ୧୮୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ଏକ ବଡ଼ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୩୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ କାହାରି ଅବସ୍ଥା ଗୁରୁତର ନଥିବା ରିପୋର୍ଟ କରାଯାଇଛି।
ଡକ୍ ଠାରେ କ୍ରୁଜ୍ ବୋଟ୍ ସହ ଧକ୍କା ହୋଇଥିଲା ଟ୍ୟାଙ୍କର
ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ, ନ୍ୟୁ ଆରଲିୟନ୍ସ୍ ଠାରେ ଏହି ଘଟଣା ଘଟିଥିଲା। ଯେତେବେଳେ "ଆଟଲାଣ୍ଟିକ୍ ଏସଫାଲ୍ଟ" (Atlantic Asphalt Tanker) ନାମକ ଏକ ଟ୍ୟାଙ୍କର ଡକିଂ ହୋଇଥିବା ଆମେରିକୀୟ ହେରିଟେଜ୍ ବୋଟ୍ ସହିତ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା କଏଦ ହୋଇଥିବା ଭିଡ଼ିଓ ଅନୁଯାୟୀ ଏକ ବଡ଼ ଟ୍ୟାଙ୍କର ସିଧାସଳଖ କ୍ରୁଜ୍ ବୋଟ୍ ସହିତ ଧକ୍କା ହୋଇଛି। ଯାହା ଫଳରେ ଏହି ବୋଟ୍ ର କିଛି ଅଂଶ ଭାଙ୍ଗି ଯାଇଛି। ଦୁର୍ଘଟଣା ପରେ ଟଗ୍ ବୋଟ୍ ଅପରେଟର, ବନ୍ଦର କର୍ମଚାରୀ, ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀଙ୍କ କହିବା ଅନୁଯାୟୀ, ଧକ୍କା ହେବାର କିଛି ମିନିଟ୍ ମଧ୍ୟରେ କ୍ରୁଜ୍ ବୋଟ୍ ଗୋଟିଏ ପାର୍ଶ୍ୱକୁ ଢଳିବାରେ ଲାଗିଥିଲା। ଜରୁରୀକାଳୀନ କର୍ମଚାରୀ ସମସ୍ତଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେବା ପର୍ଯ୍ୟନ୍ତ ଜାହାଜ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଏବଂ ଅତି କମରେ ୨ ଜଣ ପୋଲିସ ଅଧିକାରୀ ମିସିସିପି ନଦୀରେ ଖସି ପଡ଼ିଥିଲେ। ନିକଟରେ ଥିବା ଜାହାଜ ସାହାୟତାରେ ସେମାନଙ୍କୁ ୧୯ ଡିଗ୍ରୀ ସେଲସିୟସ୍ ପାଣିରୁ ଉଦ୍ଧାର କରାଯାଇଥିଲା।
ମେୟର କହିଲେ "ମିସିସିପିର ଚମତ୍କାର"...
ନ୍ୟୁ ଓରଲିୟନ୍ସ୍ ମେୟର ହେଲେନା ମୋରେନୋ (New Orleans Mayor Helena Moreno) ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, " କେହି ଜଣେ ହେଲେ ନିଖୋଜ ହୋଇନାହାନ୍ତି। ଏହା ପ୍ରକୃତରେ ଏକ ମିସିସିପିର ଚମତ୍କାର।" ଅଧିକାରୀଙ୍କ କହିବା ଅନୁଯାୟୀ ସମସ୍ତ ୧୮୦ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ୩୨ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ କାହାରି ଅବସ୍ଥା ଗୁରୁତର ଥିବାର ଜଣା ପଡ଼ିନାହିଁ। ମେୟର ମୋରେନୋଙ୍କ କହିବା ଅନୁଯାୟୀ, ଦୁର୍ଘଟଣାରେ ଅନେକ ଯାତ୍ରୀ ସେମାନଙ୍କର ପରିଚୟପତ୍ର, ମୋବାଇଲ୍ ଫୋନ୍ ଏବଂ ଗାଡ଼ି ଚାବି ହରାଇଛନ୍ତି। ଅଧିକାଂଶ ଯାତ୍ରୀ ଅନ୍ୟ ସହରରୁ ଯାତ୍ରା କରୁଥିଲେ। ସେ କହିଛନ୍ତି ଯେ ଅନେକ ଲୋକ ସେମାନଙ୍କ ଫୋନ୍ ହରାଇଛନ୍ତି। ଯାହା ଫଳରେ ସେମାନେ ସେମାନଙ୍କ ପରିବାରକୁ ସେମାନଙ୍କ ସୁରକ୍ଷା ବିଷୟରେ ଜଣାଇବାରେ ଅସୁବିଧାର ସାମ୍ନା କରୁଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଖାଦ୍ୟ, ହୋଟେଲ ଏବଂ ପରିବହନ ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି।
ଏହା ସହ ପଢନ୍ତୁ: ଥାଇଲ୍ୟାଣ୍ଡ ଉପକୂଳରେ ପହଞ୍ଚିଲା ଆବ୍ରାହମ ଲିଙ୍କନ; ସେକ୍ସ ୱାର୍କର ଙ୍କ ଉପରେ ଆରମ୍ଭ ହୋଇଗଲା ରେଡ୍
ଷ୍ଟିଅରିଂ ବିଫଳତାରୁ ଦୁର୍ଘଟଣା ଘଟିଥିବାର କରାଯାଉଛି ସନ୍ଦେହ
ଆମେରିକୀୟ ତଟରକ୍ଷକ ବଳ କ୍ୟାପଟେନ୍ ମେଲାନି ବର୍ନହାମ୍ କହିଛନ୍ତି ଯେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଟ୍ୟାଙ୍କର୍ ରେ କୌଣସି ପ୍ରକାରର ଷ୍ଟିଅରିଂ ସମସ୍ୟା ରହିଥିଲା। ହେଲେ ତଥାପି ସେ ଆହୁରି କହିଛନ୍ତି ଯେ ତଦନ୍ତ ସମାପ୍ତ ହେବା ପରେ ଯାଇ ଦୁର୍ଘଟଣାର ସଠିକ୍ କାରଣ ଜଣାପଡିବ। ଅନ୍ୟପଟେ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (NTSB) ମଧ୍ୟ ଦୁର୍ଘଟଣାର ତଦନ୍ତ ଘୋଷଣା କରିଛି। ହେଲେ ତଥାପି ବିଭାଗ ଦେଶରେ ବିମାନ ସେବା ପ୍ରଭାବିତ ହୋଇଥିବାରୁ ଉପୁଜିଥିବା ସଙ୍କଟ ଯୋଗୁଁ ତଦନ୍ତକାରୀ ଦଳ ନ୍ୟୁ ନ୍ୟୁ ଓରଲିୟନ୍ସ୍ ଠାରେ ପହଞ୍ଚିବାରେ ଅସୁବିଧାର ସାମ୍ନା କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୮ ଦିନ ପୂର୍ବେ ଯାତ୍ରା ସମାପ୍ତ କରିଥିଲା କ୍ରୁଜ୍ ବୋଟ୍; ଚୀନ୍ ସହ ଜଡ଼ିତ ରହିଛି ଟ୍ୟାଙ୍କର
ଆମେରିକୀୟ ହେରିଟେଜ୍ ନାମକ କ୍ରୁଜ୍ ବୋଟ୍ ଗତ ୨୦୧୫ ରେ ନିର୍ମିତ ହୋଇଥିଲା। ଯାହାର ପରିଚାଳନା ଆମେରିକୀୟ କ୍ରୁଜ୍ ଲାଇନ୍ସ ଦ୍ୱାରା କରାଯାଉଛି। ୧୫୦ ଜଣ ଯାତ୍ରୀଙ୍କୁ ପରିବହନ କରି ପାରୁପାରୁଥିବା ଏହି ୫ ମହଲା ବିଶିଷ୍ଟ ଜାହାଜ ମିସିସିପି ନଦୀର ବିଭିନ୍ନ ସ୍ଥାନକୁ ୮ ଦିନର ଯାତ୍ରା ସମାପ୍ତ କରିବା ପରେ ନ୍ୟୁ ଓରଲିୟନ୍ସ୍ ଠାରେ ପହଞ୍ଚିଥିଲା। ଅନେକ ଯାତ୍ରୀ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାୟ ୫୨୦ ଫୁଟ ଲମ୍ବା ଆସଫାଲ୍ଟ ଟ୍ୟାଙ୍କର୍ ରେ ମାର୍ଶାଲ୍ ଦ୍ୱୀପପୁଞ୍ଜ ପତାକା ଲଗା ଯାଇଥିଲା। ଅନ୍ତର୍ଜାତୀୟ ସାମୁଦ୍ରିକ ସଙ୍ଗଗଠ ରେକର୍ଡ ଅନୁଯାୟୀ, ଏହା ଲାଇବେରିଆନ୍-ପଞ୍ଜିକୃତ କମ୍ପାନୀ ନାଭ୍ ସିପିଂ SA ଅଧିନସ୍ଥ। ସାମୁଦ୍ରିକ ଟ୍ରାକିଂ ପ୍ଲାଟଫର୍ମ ଅନୁଯାୟୀ, ଏହି କମ୍ପାନୀ ଚୀନ୍ ରାଜ୍ୟ ଜାହାଜ ନିର୍ମାଣ ନିଗମ ଗୋଷ୍ଠୀ ସହିତ ଜଡିତ। ଏହି ଟ୍ୟାଙ୍କର୍ ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀ, ଯେପରିକି ଆସଫାଲ୍ଟ ଏବଂ ବିଟୁମେନ୍ ପରିବହନରେ ବ୍ୟବହୃତ ହେଉଥିଲା।