USS Abraham Lincoln Thailand / ଥାଇଲ୍ୟାଣ୍ଡ ଉପକୂଳରେ ପହଞ୍ଚିଲା ଆବ୍ରାହମ ଲିଙ୍କନ; ସେକ୍ସ ୱାର୍କର ଙ୍କ ଉପରେ ଆରମ୍ଭ ହୋଇଗଲା ରେଡ୍
·54 mins ago·4 min read

Key Points
ମଧ୍ୟପ୍ରାଚ୍ୟରେ ଦୀର୍ଘ ଦିନର ମୁତୟନ ପରେ, ଆମେରିକୀୟ ନୌସେନାର USS ଆବ୍ରାହମ ଲିଙ୍କନ ବିମାନବାହକ ଜାହାଜ ବୁଧବାର ପୂର୍ବ ଥାଇଲ୍ୟାଣ୍ଡ ଠାରେ ପହଞ୍ଚିଛି। ଯେଉଁଥିରେ ପ୍ରାୟ ୫୦୦୦ ନୌସୈନିକ ଏବଂ ମରୀନ୍ ଯବାନ ନିୟୋଜିତ ହୋଇଛନ୍ତି।
USS Abraham Lincoln Pattaya: ଇରାନ ବିରୋଧି ଯୁଦ୍ଧ ପାଇଁ ଦୀର୍ଘ ସମୟ ଧରି ମଧ୍ୟପ୍ରାଚ୍ୟରେ ନିୟୋଜିତ ହୋଇଥିଲା ଆମେରିକୀୟ ବିମାନ ବାହାକ ଯୁଦ୍ଧପୋତ ଆବ୍ରାହମ୍ ଲିଙ୍କନ୍। ଏହା ପରେ ଏବେ ଏହି ଆମେରିକୀୟ ନୌସେନା ଯୁଦ୍ଧଜାହାଜ ବିଶ୍ୱ ପ୍ରସିଦ୍ଧ ଥାଇଲାଣ୍ଡ ସହର ପଟାୟା ଠାରେ ପହଞ୍ଚିଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହା ଦେଶର (ଥାଇଲ୍ୟାଣ୍ଡ) ବ୍ୟବସାୟ ଏବଂ ଅର୍ଥନୀତି ଲାଗି ଲାଭଦାୟକ ହେବ ବୋଲି ଆଶା କରାଯାଉଛି। ଆଶ୍ଚର୍ଯ୍ୟଜନକ ଭାବରେ, ସ୍ଥାନୀୟ ପ୍ରଶାସନ ସହରର କିଛି ଅଞ୍ଚଳରେ ଯୌନ ପର୍ଯ୍ୟଟନ (Sex Tourism) ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି। କେହି ଏକଥା ଜାଣି ପାରୁନାହାଁନ୍ତି ଯେ କାହିଁକି ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି? ଆମେରିକୀୟ ସୈନ୍ୟ ପଟାୟା ସହରରେ ପହଞ୍ଚୁଥିବା ବେଳେ ବେଶ୍ୟାବୃତ୍ତି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉଛି? ଏହା ପଛରେ କ'ଣ କାରଣ ରହିଛି।
ଥାଇଲ୍ୟାଣ୍ଡ ଠାରେ ପହଞ୍ଚିଲେ ଆମେରିକୀୟ ସୈନ୍ୟ
USS ଆବ୍ରାହମ ଲିଙ୍କନ ବିଶ୍ୱର ସବୁଠାରୁ ଉନ୍ନତ ଯୁଦ୍ଧଜାହାଜ ମଧ୍ୟରୁ ଅନ୍ୟତମ। ଯାହା ଏକ ବିମାନ ବାହକ ଯୁଦ୍ଧପୋତ, ଯାହାର ଅର୍ଥ ହେଉଛି ଏହା ଲଢ଼ୁଆ ବିମାନ ବହନ କରିପାରିବ। ସମୁଦ୍ରରେ ଯାତ୍ରାସ କରିବା ବେଳେ ଏଥିରେ ଯୁଦ୍ଧ ବିମାନ ଅବତରଣ କରିପାରିବ ଏବଂ ଏଥିରୁ ଉଡ଼ାଣ ଭରିପାରିବ। ଏହି ଯୁଦ୍ଧ ଜାହାଜ ବୁଧବାର (୨ ସେପ୍ଟମ୍ବର) ଥାଇଲ୍ୟାଣ୍ଡର ପଟାୟା ନିକଟସ୍ଥ ଲାଏମ୍ ଚାବାଙ୍ଗ ବନ୍ଦରରେ ପହଞ୍ଚିଥିଲା। ଏହା ସହିତ ଅନ୍ୟ ଦୁଇଟି ନୌସେନା ଜାହାଜ ମଧ୍ୟ ଥାଇଲ୍ୟାଣ୍ଡରେ ଆସି ପହଞ୍ଚିଛି। ଥାଇ ଅଧିକାରୀଙ୍କ ଅନୁଯାୟୀ ଏହି ଜାହାଜରେ ଥିବା ପ୍ରାୟ ୫୦୦୦ ନୌସୈନିକ ଏବଂ ମରୀନ୍ ସୈନିକ ସମୁଦ୍ରରେ ପ୍ରାୟ ୨୦୦ ଦିନରୁ ଅଧିକ ସମୟ ରହିବା ପରେ ବିଶ୍ରାମ ନେବାର ସୁଯୋଗ ପାଇବେ।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଏଫବିଆଇ କାରନାମା; ତାଜୁବ ହୋଇଗଲେ ସାଇବର ହ୍ୟାକର୍ସ
ଏଠାରେ ବେଶ୍ୟାବୃତ୍ତି ବେଆଇନ; ହେଲେ ଜାରି ରହିଛି Sex Tourism
ଥାଇଲ୍ୟାଣ୍ଡ ଭଳି ଦେଶରେ ବେଶ୍ୟାବୃତ୍ତି ଭଳି କାର୍ଯ୍ୟ ହେଉଛି ବେଆଇନ। ସମୟ ସମୟରେ କାର୍ଯ୍ୟାନୁଷ୍ଠାନ କରାଯିବା ସତ୍ତ୍ୱେ, ବ୍ୟାଙ୍କକ ଏବଂ ପାଟାୟାର କିଛି ଅଞ୍ଚଳ ସମେତ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ Sex Tourism ଖୋଲାଖୋଲି ଭାବରେ ଚାଲିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକୀୟ ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ, ଗତ ବର୍ଷ ନଭେମ୍ବର ମାସରେ ଏହାର ହୋମ ପୋର୍ଟ କୁହାଯାଉଥିବା ସାନ ଡିଏଗୋ ଛାଡିଥିଲା। ପରେ ଇରାନ ବିରୋଧିରେ ଯୁଦ୍ଧରେ ଆମେରିକା-ଇସ୍ରାଏଲୀ ସାମରିକ ଅଭିଯାନକୁ ସମର୍ଥନ କରିବା ପାଇଁ ଏହାକୁ ମଧ୍ୟପ୍ରାଚ୍ୟକୁ ପଠାଯାଇଥିଲା। ଏହି ଜାହାଜ ସମୁଦ୍ର ବକ୍ଷରେ ଏହାର ଲଗାତାର ଦୀର୍ଘତମ ଦିନ ପାଇଁ ଯାତ୍ରା କରି ଆଧୁନିକ ରେକର୍ଡ ସ୍ଥାପନ କରିଛି। ହେଲେ ତଥାପି ଏତେ ଲମ୍ବା ନିୟୋଜନ ସମୟରେ ଜାହାଜରେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ମଧ୍ୟ ଦେଖାଦେଇଛି। ଜାହାଜରେ ଅବସ୍ଥା ଖରାପ ହେବାର ରିପୋର୍ଟ ଆସିଛି। ଚଳିତ ମାସରେ ଦୁଇଟି ମିଲିଟାରୀ ୱେବସାଇଟ୍ ଏହି ଜାହଜରେ ନିୟୋଜିତ ହୋଇଥିବା ସୈନିକଙ୍କ ଆତ୍ମହତ୍ୟା ପ୍ରୟାସ ଏବଂ ସେମାନଙ୍କ ମନୋବଳ ହ୍ରାସ ପାଇଥିବା ରିପୋର୍ଟ କରିଛି।
ପ୍ରସିଦ୍ଧ ଥାଇ ସହର ପଟାୟା କେବେ କେବଳ ଏକ ମାଛ ଧରିବା ଗ୍ରାମ ଥିଲା। ଭିଏତନାମ ଯୁଦ୍ଧ ସମୟରେ ଆମେରିକୀୟ ସୈନିକ ଏଠାକୁ ବିଶ୍ରାମ ଏବଂ ମନୋରଞ୍ଜନ ପାଇଁ ଆସିବା ପରେ, ଏହା ଧିରେ ଧିରେ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଥିଲା। ଏବେ, ଏଠାକାର କିଛି ଲୋକ ଆମେରିକୀୟ ମରୀନ ସୈନିକଙ୍କ ଆଗମନରୁ ଆର୍ଥିକ ଭାବରେ ଲାଭ ପାଇବାକୁ ଆଶା କରୁଛନ୍ତି। ପଟାୟା ସହରର ମେୟର ପୋରା ମାସେ ଙ୍ଗାମ୍ଫିଚାଏସ୍ କହିଛନ୍ତି ଯେ ପ୍ରତ୍ୟେକ ଆମେରିକୀୟ ସୈନିକ ଦୈନିକ ୧ ହଜାରରୁ ୩୦୦୦ ଥାଇ ବାଟ୍ (Thai Baht Currency) ଖର୍ଚ୍ଚ କରିପାରିବେ। ଆମେରିକୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୩୦ ରୁ ୯୧ ଡଲାର। ହେଲେ ଆମେରିକୀୟ ସୈନ୍ୟଙ୍କ ଖର୍ଚ୍ଚ ଏହା ଉପରେ ନିର୍ଭର କରେ ଯେ ସେମାନେ କେତେ ସମୟ ଧରି ପଟାୟା ସହରରେ ଅବସ୍ଥାନ କରୁଛନ୍ତି ଏବଂ ଏହି ସହରରେ ରାତ୍ରୀଯାପନ କରୁଛନ୍ତି ନା ନା।
ରହିଛି ଯୌନ ଶୋଷଣର ବିପଦ
ହେଲେ ପଟାୟା ସହରର ମନୋରଞ୍ଜନ ଶିଳ୍ପର ଏକ କମ୍ ଆକର୍ଷଣୀୟ ଅଂଶକୁ ମଧ୍ୟ ଟଙ୍କା ଯାଇପାରେ। ଏଠାରେ Sex Tourism ଏତେ ବ୍ୟାପକ ଯେ ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ଆମେରିକୀୟ ସଂଘୀୟ ଗୁଇନ୍ଦା ସଂସ୍ଥା ଏଫବିଆଇ (USA Federal Bureau of Investigation) ଏହାକୁ "ବିଶ୍ୱର ପ୍ରମୁଖ ଯୌନ ପର୍ଯ୍ୟଟନ କେନ୍ଦ୍ର ମଧ୍ୟରୁ ଗୋଟିଏ" ଭାବରେ ବର୍ଣ୍ଣନା କରିଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କକ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ହ୍ୟୁମାନିଟିଜ୍ ଆଣ୍ଡ୍ ଟୁରିଜିମ୍ ମ୍ୟାନେଜମେଣ୍ଟ ସହଯୋଗୀ ପ୍ରଫେସର ପିପାଟପୋଙ୍ଗ ଫକଫାରୀ କହିଛନ୍ତି, " ଏଠାରେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ବିପଦ ରହିଛି। ଏଠାରେ ବହୁସଂଖ୍ୟକ ପର୍ଯ୍ୟଟକ ଆସୁଥିବାରୁ ଯୌନ ଶୋଷଣ ଏବଂ ଯୌନ ସଂକ୍ରମିତ ରୋଗର ପ୍ରସାରଣ ବିପଦ ବୃଦ୍ଧି ହୋଇପାରେ।"
ସେ ଏହି ଯୁଦ୍ଧ ଜାହାଜରେ ନିୟୋଜିତ ହୋଇଥିବା ସୈନିକଙ୍କ ମଧ୍ୟରେ ଚାପ ଏବଂ ଆତ୍ମହତ୍ୟା ପ୍ରୟାସ ବିଷୟରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଏହା ଚିନ୍ତାର ଆଉ ଏକ କାରଣ ହୋଇପାରେ। ଚୋନବୁରି ଟୁରିଜିମ୍ ଫେଡେରେସନ ଆସୋସିଏସନ ସଭାପତି ଥାନେତ୍ ସୁପୋର୍ନସାହରୁଙ୍ଗସି କହିଛନ୍ତି ଯେ ପଟାୟା ଠାରେ ସାମଗ୍ରିକ ବ୍ୟବସାୟିକ ପ୍ରଭାବ ଆମେରିକୀୟ ସୈନ୍ୟ ସେଠାରେ କେତେ ସମୟ ବିତାଉଛନ୍ତି ତାହା ଉପରେ ମଧ୍ୟ ନିର୍ଭର କରିବ। କିଛି ସୈନିକ ରାଜଧାନୀ ବ୍ୟାଙ୍କକ ମଧ୍ୟ ଗସ୍ତ କରିପାରନ୍ତି।
ଏହା ସହ ପଢନ୍ତୁ: ଯାନ୍ତ୍ରିକ ତ୍ରୁଟି ନାଁ ଅନ୍ୟକିଛି, କାହିଁକି ପେଣ୍ଟାଗନରେ ଲାଗିଥିଲା ଏମରଜେନ୍ସି?
ପଟାୟ ନାଇଟ୍ ଲାଇଫ୍ ବିଜିନେସ୍ ଆସୋସିଏସନ୍ ସଭାପତି ଲିସା ହାମିଲଟନ୍ କହିଛନ୍ତି, "ଯେତେବେଳେ ଆମେ ଖବର ପାଇଲୁ ଯେ ଆମେରିକା ନୌସେନା ଯୁଦ୍ଧଜାହାଜ ପଟାୟା ଠାରେ ଅଟକିବ, ସେତେବେଳେ ଏହା ଆମକୁ ଆଶାର କାରଣ ଯୋଗାଇଥିଲା। ମୁଁ ୨୦ ବର୍ଷରୁ ଅଧିକ ସମୟ ଧରି ପଟାୟା ଠାରେ ରହିଆସିଛି। ମୁଁ କେବେ ହେଲେ ଏପରି ଏକ ବର୍ଷ ଦେଖିନାହିଁ ଯେତେବେଳେ ବ୍ୟବସାୟ ଏତେ ମନ୍ଥର ହୋଇଯାଇଛି।

Related Topics
Explore more stories