Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Moscow Oil Rain Russia / ମସ୍କୋ ଆକାଶରେ କଳା ବର୍ଷା; ଡ୍ରୋନ ଆକ୍ରମଣରେ ଆତଙ୍କିତ ରାଜଧାନୀ ବାସିନ୍ଦା

Subhramjit Ray
Browse all articles by Subhramjit Ray
·3 weeks ago·3 min read
ମସ୍କୋ ଆକାଶରେ କଳା ବର୍ଷା; ଡ୍ରୋନ ଆକ୍ରମଣରେ ଆତଙ୍କିତ ରାଜଧାନୀ ବାସିନ୍ଦା
Moscow Oil Rain Russia

Key Points

ସ୍ଥାନୀୟ କର୍ତ୍ତୃପକ୍ଷ ରାଜଧାନୀ ବାସିନ୍ଦାଙ୍କୁ ସେମାନଙ୍କ ଝରକା ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏପରିକି ଲୋକଙ୍କୁ ବାହାର ବାୟୁ ସଂସ୍ପର୍ଶରୁ ଦୂରେଇ ରହିବାକୁ କୁହାଯାଇଥିଲା।
Ukrainian drone strike on Russian oil refinery: ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଋଷିଆର ରାଜଧାନୀ ମସ୍କୋର ରାସ୍ତା ଏବଂ ଘର ପର୍ଯ୍ୟନ୍ତ ପହଞ୍ଚିଛି। ନିକଟରେ ମସ୍କୋ ସ୍ଥିତ ଦେଶର ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ଦ୍ୱାରା ହୋଇଥିବା ଡ୍ରୋନ ଆକ୍ରମଣ ପରେ, ସେଠାକାର ଆକାଶରୁ କଳା ରଙ୍ଗର ତେଲ ଛିଟା ପଡୁଥିବାର ଖବର ଆସିଛି। ସ୍ଥାନୀୟ ଲୋକ ଦାବି କରିଛନ୍ତି ଯେ ସେମାନଙ୍କ ପୋଷାକ, ଯାନବାହାନ ଏବଂ ଝରକାରେ ଏକ କଳା ରଙ୍ଗର ଚିକ୍କଣ ଆବରଣ ଦ୍ୱାରା ଆଚ୍ଛାଦିତ ହୋଇଯାଇଛି। ଯଦିଓ ପ୍ରଥମେ ଡ୍ରୋନ୍ ଆକ୍ରମଣ ଘଟଣାକୁ ଋଷୀୟ ପ୍ରଶାସନ ପ୍ରଥମେ ଅସ୍ୱୀକାର କରିଥିଲା।

ବିବିସି ପକ୍ଷରୁ ପ୍ରାକଶିତ ଏକ ରିପୋର୍ଟ ଦାବି କରିଛି ଯେ ମସ୍କୋକୁ ଟାର୍ଗେଟ କରି ୟୁକ୍ରେନ୍ ପକ୍ଷରୁ ହୋଇଥିବା ଏକ ବଡ଼ ଆକ୍ରମଣ ପରେ ଏହି ଘଟଣା ଘଟିଛି। ଡ୍ରୋନ୍ ଆକ୍ରଣ ପରେ ସେହି ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ହୋଇଥିଲା। ପରେ ଘନ କଳା ରଙ୍ଗର ଧୂଆଁ ବାୟୁମଣ୍ଡଳରେ ବ୍ୟାପି ଯାଇଥିଲା। ଯାହା ଆକାଶରେ ଏକ କଳା ରଙ୍ଗର ମେଘ ବାଦଲ ଭଳି ନଜର ଆସୁଥିଲା। ଏହି ଆକ୍ରମଣ ଏବଂ ଏହା ସହିତ ଘଟଣା ସମୟରେ ମସ୍କୋ ଅଞ୍ଚଳରେ ଅତି କମରେ ୧୭ ଜଣ ଲୋକ ଆହତ ହୋଇଥିବାର ଖବର ଆସିଛି।

ଏହା ସହ ପଢନ୍ତୁ: ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ କମ୍ପିଉଠିଲା ଋଷିଆ; ଧୂଆଁ ଧୂଆଁ ହୋଇଗଲା ମସ୍କୋ ତୈଳ ବିଶୋଧନାଗାର

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ଡ୍ରୋନ୍ ଆକ୍ରମଣ ପରଠାରୁ ସୋସିଆଲ ମିଡି଼ଆରେ ଏହି ଘଟଣା ସହ ଜଡ଼ିତ ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାସ୍ତା, ପାର୍କିଂ ହୋଇଥିବା ଗାଡ଼ି, କୋଠାରେ କଳା ରଙ୍ଗର ତେଲ ଛିଟା ସ୍ପଷ୍ଟ ପଡିଥିବାର ଦେଖାଯାଉଛି। ଅନେକ ଲୋକ ଏହାକୁ ସ୍ପର୍ଶ କରୁଥିବା ଦେଖାଯାଇଛି। ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏହା ଛୋ ଛୋଟ ବୁନ୍ଦା ଆକାରରେ ପଡୁଛି। ଏପରିକି ପୋଷାକରେ ମଧ୍ୟ କଳା ଦାଗ ଛାଡିଛି। ଏହି ଫଟୋ ଏବଂ ଭିଡିଓ ଭାଇରାଲ ହେବା ସତ୍ତ୍ୱେ ପ୍ରଥମେ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଥମେ ତେଲ ମିଶ୍ରିତ ବର୍ଷା (Oil Rain) ହୋଇଥିବା ନେଇ ହେଉଥିବା ଦାବିକୁ ଖାରଜ କରିଥିଲେ।

ସ୍ୱାସ୍ଥ୍ୟ ଜନିତ ସତର୍କତା ଜାରି କରିଛନ୍ତି ସ୍ଥାନୀୟ କର୍ତ୍ତୃପକ୍ଷ
ରିପୋର୍ଟ ଅନୁଯାୟୀ ଦକ୍ଷିଣ-ପୂର୍ବ ମସ୍କୋ ବାସିନ୍ଦାଙ୍କୁ ସେମାନଙ୍କ ଝରକା ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଅଧିକାରୀ ସତର୍କ କରାଇ ଦେଇଥିଲେ ଯେ ଧୂଆଁ ଏବଂ ବାୟୁମଣ୍ଡଳରେ ବ୍ୟାପି ଯାଇଥିବା ପ୍ରଦୂଷକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଲୋକଙ୍କୁ ବାହାର ବାୟୁ ସଂସ୍ପର୍ଶରୁ ଦୂରେଇ ରହିବାକୁ କୁହାଯାଇଥିଲା। ଏହା ବ୍ୟତୀତ, ଛୋଟ ପିଲା, ବୃଦ୍ଧ ଏବଂ ଆସ୍ଥମା ଭଳି ଶ୍ୱାସକ୍ରିୟା ରୋଗରେ ପୀଡିତ ଲୋକଙ୍କୁ ପ୍ରଭାବିତ ଅଞ୍ଚଳ ଛାଡି଼ ପଳାଇ ଯିବାକୁ କୁହାଯାଇଛି। ଯାହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସ୍ଥାନୀୟ କର୍ତ୍ତୃପକ୍ଷ ବିଶୋଧନାଗାରରେ ହୋଇଥିବା ଅଗ୍ନିକାଣ୍ଡ ଏବଂ ଏହା ପରବର୍ତ୍ତୀ ଘଟଣାକୁ ନେଇ ଚିନ୍ତିତ ହୋଇ ଉଠିଥିଲେ।

ଶହ ଶହ ଡ୍ରୋନ୍ ମାରି ଖସାଇ ଦିଆଯାଇଥିବା ଦାବି କରିଛି ଋଷିଆ
ଏହି ସମୟରେ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ବିଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ପ୍ରାୟ ୧ ହଜାରରୁ ଅଧିକ ୟୁକ୍ରେନ୍ ଡ୍ରୋନ ଏବଂ ଅନେକ କ୍ରୁଜ୍ ମିସାଇଲ ମାରି ଖସାଇ ଦିଆଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ଦେଶ ବାୟୁ ପ୍ରତିରକ୍ଷା ପ୍ରଣାଳୀ ୟୁକ୍ରେନ୍ ଦ୍ୱାରା ହେବାକୁ ଯାଉଥିବା ବଡ଼ ଧରଣର ଆକ୍ରମଣକୁ ବିଫଳ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Moscow Drone Strike: Oil Refinery Fire Sparks 'Black Rain' | Argus News