Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ukraine drone attack Moscow / ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ କମ୍ପିଉଠିଲା ଋଷିଆ; ଧୂଆଁ ଧୂଆଁ ହୋଇଗଲା ମସ୍କୋ ତୈଳ ବିଶୋଧନାଗାର

Subhramjit Ray
Browse all articles by Subhramjit Ray
·3 weeks ago·2 min read
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ କମ୍ପିଉଠିଲା ଋଷିଆ; ଧୂଆଁ ଧୂଆଁ ହୋଇଗଲା ମସ୍କୋ ତୈଳ ବିଶୋଧନାଗାର
Ukraine drone strike on Moscow

Key Points

ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ ପରେ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାଜଧାନୀ ମସ୍କୋ ସ୍ଥିତ ଏକ ତୈଳ ବିଶୋଧନାଗାରରେ ଏକ ବଡ଼ ଅଗ୍ନିକାଣ୍ଡ ହୋଇଥିବାର ଦେଖିବାକୁ ମିଳିଛି। ଧୂଆଁ ଏତେ ଘନ ଥିଲା ଯେ ମସ୍କୋର ଚାରୋଟି ବିମାନବନ୍ଦରରୁ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ପଡ଼ିଥିଲା।
Moscow oil refinery fire: ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ କମ୍ପିଉଠିଛି ଋଷିଆ ରାଜଧାନୀ ମସ୍କୋ ସ୍ଥିତ ଏକ ତୈଳ ବିଶୋଧନାଗାର। ଏହି ଡ୍ରୋନ୍ ଆକ୍ରମଣ ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପ୍ରାୟତଃ ଶେଷ ହେବାକୁ ଯାଉଛି। ହେଲେ ଅନ୍ୟପଟେ ଋଷିଆ-ୟୁକ୍ରେନ ମଧ୍ୟରେ ପୁଣି ଥରେ ସଂଘର୍ଷ ବୃଦ୍ଧି ପାଉଥିବା ଭଳି ମନେ ହେଉଛି। ସଦ୍ୟ ୟୁକ୍ରେନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଥରହର ହୋଇଉଠିଛି ଋଷିଆ ରାଜଧାନୀ ମସ୍କୋ।

ଏହି ଆକ୍ରମଣ ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜଧାନୀ ମସ୍କୋ ସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ତୈଳ ବିଶୋଧନାଗାରକୁ ଟାର୍ଗେଟ କରାଯାଇଛି। ଡ୍ରୋନ୍ ଆକ୍ରମଣ ପରେ ସେହି ତୈଳ ବିଶୋଧନାଗାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା। ଯାହା ଫଳରେ ମସ୍କୋ ସ୍ଥିତ ଅନେକ ବିମାନବନ୍ଦରରେ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ପଡ଼ିଥିଲା। ଋଷିଆ କହିବା ଅନୁଯାୟୀ ଏହି ଆକ୍ରମଣ ବିଗତ ୪ ବର୍ଷ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ମଧ୍ୟରୁ ଅନ୍ୟତମ।

ଋଷୀୟ ଗଣମାଧ୍ୟମ ଦ୍ୱାରା ଏହି ଡ୍ରୋନ୍ ଆକ୍ରମଣ ଘଟଣାର ଫଟୋ ଏବଂ ଭିଡିଓ ଜାରି ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ମସ୍କୋ ସ୍ଥିତ ତୈଳ ବିଶୋଧନାଗାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା। ଯାହା ଦେଶର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ। ଆକ୍ରମଣ ପରେ ସହର ଉପରେ କଳା ଧୂଆଁର ବଡ଼ ବଡ଼ ପାହାଡ଼ ଉପରକୁ ଉଠୁଥିବାର ଦେଖିବାକୁ ମିଳିଥିଲା। ଏହି ବିଶୋଧନାଗାରର ସରକାରୀ ୱେବସାଇଟ୍ ତଥ୍ୟ ଅନୁଯାୟୀ, ରାଜଧାନୀ ମସ୍କୋ ସ୍ଥିତ ତୈଳ ବିଶୋଧନାଗାର ହେଉଛି ଦେଶର ସବୁଠାରୁ ବଡ଼ ବିଶୋଧନାଗାର ମଧ୍ୟରୁ ଅନ୍ୟତମ।

ଏହା ସହ ପଢନ୍ତୁ: ହାଇପରସୋନିକ୍ ଆକ୍ରମଣରେ କମ୍ପି ଉଠିଲା କୀଭ୍; ଦେଖୁ ଦେଖୁ ଧ୍ୱଂସ ହୋଇଗଲା କୋଠା

ଏହା ମସ୍କୋ ଅଞ୍ଚଳର ଇନ୍ଧନ ବଜାରରେ ଏକ ତୃତୀୟାଂଶରୁ ଅଧିକ ସେବା ପ୍ରଦାନ କରିଥାଏ। ଜୁନ୍ ୧୬ ତାରିଖରେ ଏକ ୟୁକ୍ରେନ୍ ଡ୍ରୋନ୍ ଦ୍ୱାରା ଏହା ଉପରେ ଶେଷ ଥର ପାଇଁ ଆକ୍ରମଣ ହୋବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ଯଦିଓ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡକୁ ଯଥାଶୀଘ୍ର ଆୟତ୍ତ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୟୁକ୍ରେନ୍ ନିରନ୍ତର ଋଷୀୟ ତୈଳ ବିଶୋଧନାଗାରକୁ ଟାର୍ଗେଟ କରିଆସୁଛି। ଏହାର ଲକ୍ଷ୍ୟ ହେଉଛି ଋଷିଆ ଦ୍ୱାରା ହେଉଥିବା ଯୁଦ୍ଧକାଳୀନ ଆୟକୁ ହ୍ରାସ କରିବା ଏବଂ ଦେଶର ଜନସାଧାରଣଙ୍କୁ ଯୁଦ୍ଧର ପ୍ରଭାବ ଅନୁଭବ କରାଇବା। ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ, ଋଷୀୟ ପରିବହନ ଏବଂ ବିମାନ ଚଳାଚଳ ଅଧିକାରୀ କହିଛନ୍ତି ଯେ ରାଜଧାନୀ ମସ୍କୋ ସ୍ଥିତ ଚାରୋଟି ବିମାନବନ୍ଦରରୁ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ukraine Hits Moscow Oil Refinery in Massive Drone Attack | Argus News